Categories: ଜାତୀୟ

ଯୋଗୀଙ୍କୁ ଅନୁରୋଧ କଲେ ପ୍ରିୟଙ୍କା: ‘ମୁଁ ଲୋକଙ୍କ ସେବକ, ମୋତେ ଅଧିକ ସୁରକ୍ଷା ଆବଶ୍ୟକ ନାହିଁ’

ଲକ୍ଷ୍ନୌ, ୧୯।୭: କଂଗ୍ରେସ ମହାସଚିବ ପ୍ରିୟକଙ୍କା ଗାନ୍ଧୀ ଉତ୍ତରପ୍ରେrଦଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏକ ଅନୁରୋଧ କରିଛନ୍ତି। ସେ କହିଛନ୍ତି ମୁଁ ଲୋକଙ୍କ ସେବକ ମୋତେ ଅଧିକ ସୁରକ୍ଷା ଯୋଗାଇଦେବା ଆବଶ୍ୟକ ନାହିଁ। ଅଦତ୍କ ପୋଲିସ ସୁରକ୍ଷା ଯୋଗାଇଦିଆଯାଉଥିବାରୁ ଲୋକଙ୍କୁ ଭେଟିବାରେ ଅସୁବିଧା ହେଉଛି ବୋଲି ପ୍ରିୟଙ୍କା କହିଛନ୍ତି। ଗତ ଜୁନରେ ରାଇବରେଲି ଯାତ୍ରା ସମୟରେ ୨୨ଟି ସୁରକ୍ଷା ଗାଡି ଘେରିଯିବାରୁ ଲୋଙ୍କୁ ଭେଟିପାରି ନ ଥିଲି, ଜଣେ ସେବକ ହିସାବରେ ମୁଁ ସେମାନଙ୍କ ପାଖରେ ପହଞ୍ଚିବାକୁ ଚାହୁଁଛି ବୋଲି ସେ କହିଛନ୍ତି। ତେଣୁ ପ୍ରିୟଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା କମାଇବା ପାଇଁ ଅନୁରୋଧ କରିଛନ୍ତି।

Share