ଯେଉଁ ମନ୍ଦିରରେ ଚଢାଯାଏ ହାତକଡ଼ି

ଏ କଥା ସମସ୍ତଙ୍କୁ ଜଣା ଯେ, ଭଗବାନଙ୍କ ଦୁଆରକୁ ଭକ୍ତ ନିଜ ମନସ୍କାମନା ପୂର୍ଣ୍ଣ ଲାଗି ପ୍ରାର୍ଥନା କରିବାକୁ ଆସିଥାଏ। ତାହା ପୂର୍ଣ୍ଣ ହେଲେ ନିଜ ଇଚ୍ଛାନୁସାରେ ଭେଟି ଚଢ଼ାଇଥାଏ। କିନ୍ତୁ ଏ ଖବର ଆପଣଙ୍କୁ ଆଶ୍ଚର୍ଯ୍ୟରେ ପକାଇପାରେ। କାରଣ ଏହା ସାଧାରଣ ମଣିଷଙ୍କ ପାଇଁ ନୁହେଁ ବରଂ ଜେଲ୍‌ରେ ବନ୍ଦୀଥିବା କଏଦୀଙ୍କ ସହ ଜଡ଼ିତ। ମଧ୍ୟପ୍ରଦେଶର ନୀମଚ ଜିଲା ମୁଖ୍ୟାଳୟଠାରୁ ୩୦ କିମି ଦୂରରେ ଅବସ୍ଥିତ ଖାଖର୍‌ ଦେବ ମନ୍ଦିର ନିଜର ନିଆରା ଶ୍ରଦ୍ଧା ପାଇଁ ପ୍ରସିଦ୍ଧ। ଏଠାରେ ସାଧାରଣ ଭକ୍ତଙ୍କ ବ୍ୟତୀତ ଅପରାଧୀ ଏବଂ କଏଦୀ ମଧ୍ୟ ପୂଜା କରିବାକୁ ଆସିଥାନ୍ତି। କୁହାଯାଏ, ଅପରାଧୀ ଜେଲ୍‌ରୁ ମୁକୁଳିବାକୁ ଏହି ମନ୍ଦିରକୁ ପ୍ରାର୍ଥନା କରିବାକୁ ଆସିଥାନ୍ତି। ସବୁଠୁ ବଡ଼ ଆଶ୍ଚର୍ଯ୍ୟର କଥା, ଏଠାକୁ ଅନେକ କଏଦୀ ଜେଲ୍‌ରୁ ଫେରାର୍‌ ହେବାକୁ ମଧ୍ୟ ପ୍ରାର୍ଥନା କରିବାକୁ ଆସନ୍ତି। ମନସ୍କାମନା ପୂର୍ଣ୍ଣ ହେଲେ ହାତକଡ଼ି ଚଢ଼ାଇଥାନ୍ତି ମନ୍ଦିରରେ। ତେଣୁ ଏହାକୁ ଅନେକ ହାତକଡ଼ି ମନ୍ଦିର ବୋଲି ମଧ୍ୟ କହନ୍ତି। ଗତ ୫୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ମନ୍ଦିରରେ ହାତକଡ଼ି ଚଢ଼ାଯାଉଛି।

Share