Categories: ଫୁରସତ

ଯେଉଁ ଜୀବ ଶୁଅନ୍ତି ୨୪ ରୁ ୨୨ ଘଣ୍ଟା

ନିଦ ସମସ୍ତଙ୍କ ଲାଗି ନିହାତି ଆବଶ୍ୟକ। ବିନା ଖାଦ୍ୟରେ କେହି ଅଧିକ ସମୟ ବଞ୍ଚିପାରିବ, ମାତ୍ର ଶୋଇବା ବିନା ନୁହେଁ। ବିଜ୍ଞାନ ଅନୁଯାୟୀ ଜଣେ ମଣିଷ ୮ ଘଣ୍ଟା ଶୋଇବା ନିହାତି ଜରୁରୀ। ଏଥିରୁ କମ୍‌ ସମୟ ଶୋଇବା ଦ୍ୱାରା ସ୍ବାସ୍ଥ୍ୟଗତ ବିଭିନ୍ନ ସମସ୍ୟା ଦେଖାଯାଇଥାଏ। ହେଲେ ଜୀବଜନ୍ତୁଙ୍କଠାରେ ଏଥିରେ ବ୍ୟତିକ୍ରମ ଦେଖାଯାଇଥାଏ। ସେମାନେ ୨୪ ଘଣ୍ଟାରୁ ୨୨ ଘଣ୍ଟା ଶୋଇପାରିଥାନ୍ତି। ତେବେ ଜାଣନ୍ତୁ ଅଧିକ ସମୟ ଶୋଉଥିବା ଜୀବଙ୍କ ସମ୍ପର୍କରେ…

ନାଇଟ୍‌ ମଙ୍କି: ଏହାର ଆଖି ପେଚା ଭଳି ଦେଖାଯାଉଥିଲେ ମଧ୍ୟ ପୂରା ଶରୀର ମାଙ୍କଡ ଭଳି ହୋଇଥାଏ। ଏହା ଦକ୍ଷିଣ ଆଫ୍ରିକାରେ ଦେଖାଯାଉଥିବା ବେଳେ ଦିନକୁ ୧୭ ଘଣ୍ଟା ଶୋଇଥାଏ।

ଅଜଗର:
ବିଶ୍ୱରେ ଅନେକ ପ୍ରଜାତିର ସାପ ଦେଖିବାକୁ ମିଳୁଥିବା ବେଳେ ସେଥିମଧ୍ୟରୁ ଅଜଗର ସବୁଠାରୁ ଅଧିକ ୧୮ ଘଣ୍ଟା ଶୋଇଥାଏ।

ଆର୍ମଡିଲୋ: ଦକ୍ଷିଣ ଆମେରିକା ଓ ଉତ୍ତର ଆର୍ଜେଣ୍ଟିନାରେ ବାସ କରୁଥିବା ଏହି ଆର୍ମଡିଲେ ୧୮ ଘଣ୍ଟା ଶୋଇଥାଏ।

ବ୍ରାଉନ ବାଟ୍‌ସ: ଏହା ଉତ୍ତର ଆମେରିକାରେ ଦେଖାଯାଇଥାଏ। ଏହା ୧୯ ଘଣ୍ଟାରୁ ଅଧିକ ସମୟ ଶୋଇଥାଏ।

କୋଆଲା: ଏହା ସବୁଠାରୁ ଅଧିକ ୨୨ଘଣ୍ଟା ଶୋଇଥାଏ।

Share