ଯେଉଁଠି ମୃତକଙ୍କର ହୁଏ ବିବାହ

ବିବାହ ଏକ ଶୁଭ କାର୍ଯ୍ୟ ବୋଲି ବିବେଚନା କରାଯାଏ। ବିବାହକୁ ନେଇ ରହିଛି ଅନେକ ପରମ୍ପରା। କେଉଁଠି ଘୋଡା ଚଢି ତ ପୁଣି କେଉଁଠି ପାଲିଙ୍କି ସବାରୀରେ ବରବଧୂ ବିବାହ ମଣ୍ଡପରେ ଆସି ବିବାହ କରିଥାଆନ୍ତି। ହେଲେ ଉତ୍ତର ପ୍ରଦେଶ ଶାହାଜାହାନପୁରରେ ହେଉଥିବା ବିବାହ କଥା ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗେ। ଏଠି ଜୀବିତ ନୁହେଁ ମୃତ ବ୍ୟକ୍ତିଙ୍କର ବିବାହ କରାଯାଇଥାଏ। ଏହି ବିବାହରେ ବରଯାତ୍ରୀ ସହ ପ୍ରୋସେଶନ ମଧ୍ୟ ବାହାରିଥାଏ। ଧୂମଧାମ୍‌ରେ ଜାକଜମକ ସହକାରେ ବର ପହଞ୍ଚେ କନ୍ୟା ଘରେ। ସୂଚନାଯୋଗ୍ୟ, ମୃତ କନ୍ୟାର ପରିବାର ଲୋକେ ଅପେକ୍ଷା ରଖିଥାଆନ୍ତି ଗାଁରେ ଯେବେ ଜଣେ ପୁରୁଷ ପିଲାର ମୃତ୍ୟୁ ହୁଏ ତା’ପରେ ଯାଇ ବିବାହ କରାଯାଇଥାଏ। ଏଥିପାଇଁ ବେଳେବେଳେ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡିଥାଏ। ଏଥିରେ ବରକନ୍ୟାଙ୍କର ପ୍ରତିକ ଭାବେ କଣ୍ଢେଇକୁ ବାହାଘର କରାଯାଇଥାଏ। ନଟବାଜି ସମାଜରେ ପ୍ରଚଳିତ ଏହି ପ୍ରଥା କାହିଁ କେଉଁ କାଳରୁ ପ୍ରଚଳିତ ହୋଇ ଆସୁଛି।

Share