ଯେଉଁଠି ମଦ ପିଇଲେ ସମ୍ପୂର୍ଣ୍ଣ ଗାଁକୁ ଦେବାକୁ ପଡିବ ମାଂସ ତରକାରି ସହ ୨ ହଜାର ଟଙ୍କା

ସାଧାରଣତଃ ଆଦିବାସୀ ଅଧ୍ୟୁସିତ ଅଞ୍ଚଳରେ ସେମାନଙ୍କର ଭିନ୍ନ ନିୟମ ରହିଥାଏ। ଏହି ନିୟମ ଅନୁଯାୟୀ ନ ଚଳିଲେ ସେମାନଙ୍କୁ ବିଭିନ୍ନ ସମସ୍ୟା ଦେଇ ଗତି କରିବାକୁ ପଡିଥାଏ। ଏମିତି ଏକ ଆଦିବାସୀ ଅଞ୍ଚଳ ରହିଛି ଗୁଜରାଟ ବିନାଶକାଠ ଜିଲାର ଖାଟିସିତାରା ଗାଁ। ଏଠାରେ ଯଦି କେହି ମଦ ପିଇବା ଦେଖାଯାଏ ତେବେ ସେ ସମ୍ପୂର୍ଣ୍ଣ ଗାଁକୁ ମାଂସ ଭୋଜି ଦେବା ସହ ୨ ହଜାର ଟଙ୍କା ଜରିମାନା ଦେଇଥାଆନ୍ତି। ଆଉ ଏଥିପାଇଁ ୨୦-୨୨ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ। ୨୦୧୪-୧୫ରେ ଆରମ୍ଭ କରାଯାଇଥିବା ଏହି ନିୟମ ଆଜିବି କାର୍ଯ୍ୟକାରୀ ହେଉଥିବା କୁହାଯାଏ। ସୂଚନାଯୋଗ୍ୟ, ପୂର୍ବରୁ ଏଠାରେ ଅଧିକାଂଶ ଲୋକ ମଦ ପିଉଥିଲେ। ଆଉ ଏହାପରେ ଗାଁରେ ପାଟିତୁଣ୍ଡ, ମାଡପିଟ ବଢିବାରେ ଲାଗିଲା। ସମୟ କ୍ରମେ ଗାଁରେ ଅପରାଧ ସଂଖ୍ୟା ବୃଦ୍ଧି ହେବାରୁ ଏହାକୁ କମ୍‌ କରିବାକୁ ଯାଇ ଗାଁ ମୁଖିଆଙ୍କ ସହ ଆଲୋଚନା କରି ଏହି ନିୟମ ପ୍ରଚଳନ କରାଗଲା। ଯେ ଯଦି ଗାଁରେ କେହି ମଦ ପିଅନ୍ତି ଓ ଏହାପରେ ବିବାଦ ଉପୁଜେ ତେବେ ସେମାନଙ୍କୁ ମାଂସ ଭୋଜି ସହ ୨ ହଜାର ଟଙ୍କାର ଜରିମାନା ଦେବାକୁ ପଡିବ। ଆଉ ଏହି ନିୟମ ଲାଗୁ ହେବା ଦିନରୁ ଖାଟିସିତାରା ଗାଁରେ ଅପରାଧ ସଂଖ୍ୟା କମ୍‌ ହୋଇଥିବା କୁହାଯାଏ।

Share