Categories: ଫୁରସତ

ଯେଉଁଠି ପୁରୁଷଙ୍କୁ ପରଦା ପଛରେ ଲୁଚି ରହିବାକୁ ପଡେ

ଶୀର୍ଷକ ପଢ଼ି ଚିନ୍ତାରେ ପଡ଼ିଯିବେଣି।କାହିଁ କେଉଁ କାଳରୁ ପୁରୁଷ ପ୍ରଧାନ ସମାଜକୁ ସମସ୍ତେ ମାନିଆସିଛନ୍ତି। ଏବେ ବି ଅଧିକାଂଶ ସ୍ଥାନରେ ପୁରୁଷଙ୍କ ଦବଦବା ରହିଆସିଛି। ମହିଳା ତ କେବଳ ନାମକୁ ମାତ୍ର ଚରିତ୍ର। ମହିଳା ଯେତେ ସଫଳତାର ପାହାଚ ଅତିକ୍ରମ କଲେ ମଧ୍ୟ ପୁରୁଷ ପ୍ରାଧାନ୍ୟ ସମାଜରେ ସେମାନଙ୍କ ଗୁରୁତ୍ୱ ଖୁବ୍‌ କମ୍‌ ଲୋକ ବୁଝିଥାନ୍ତି। କିନ୍ତୁ ପଶ୍ଚିମ ଆଫ୍ରିକାର ନାଇଜର୍‌ରେ ଏଭଳି ଏକ ଜନଜାତି ବାସ କରୁଛନ୍ତି, ଯେଉଁଠାରେ ଏକ ସ୍ବତନ୍ତ୍ର ପରମ୍ପରା ବହୁ ପ୍ରାଚୀନ କାଳରୁ ପାଳନ ହୋଇଆସୁଛି। ଏଠାକାର ମହିଳାମାନେ ନିଜ ମର୍ଜିର୍‌ ମାଲିକ୍‌। ନିଜ ଇଚ୍ଛା ଅନୁସାରେ ସେମାନଙ୍କୁ କାମ କରିବାର ରହିଛି ସ୍ବାଧୀନତା; ଯାହା ପୁରୁଷଙ୍କ ପାଇଁ ପ୍ରତିବନ୍ଧକ। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏଠାରେ ମହିଳାଙ୍କ ପରିବର୍ତ୍ତେ ପୁରୁଷଙ୍କୁ ପରଦା ପଛରେ ଲୁଚି ରହିବାକୁ ପଡ଼େ। ଶୁଣିବାକୁ ହୁଏତ ଅଜବ ଲାଗୁଥିବ; କିନ୍ତୁ ଏହା ସମ୍ପୂର୍ଣ୍ଣ ସତ। ନାଇଜର୍‌ର ତୁଆରେଗ୍‌ ନାମକ ଜନଜାତି ହେଉଛି ମହିଳା ପ୍ରଧାନ ସମାଜ। ଜନଜାତିର ନିୟମ ଅନୁସାରେ, ଏଠାରେ ମହିଳାମାନେ ବିବାହ ପୂର୍ବରୁ ଯେତେ ପୁରୁଷଙ୍କ ସହ ଇଚ୍ଛା ସମ୍ପର୍କ ସ୍ଥାପନ କରିପାରିବେ। ସେମାନେ ନିଜ ଇଚ୍ଛା ଅନୁସାରେ ଯେଉଁ ପୁରୁଷଙ୍କୁ ଚାହଁିବେ, ସେମାନଙ୍କୁ ବିବାହ କରିପାରିବେ। କେବଳ ସେତିକି ନୁହେଁ, ବିବାହ ପରେ ମଧ୍ୟ ପରପୁରୁଷଙ୍କ ସହ ସମ୍ପର୍କ ବଢ଼ାଇପାରିବେ। ମହିଳାମାନେ ଯେବେ ଇଚ୍ଛା ସେବେ ସ୍ବାମୀଙ୍କୁ ଛାଡ଼ପତ୍ର ମଧ୍ୟ ଦେଇ ପାରିବେ।

Share