ଯେଉଁଠି ଆପଣାଛାଏଁ ଅଟକି ଯାଏ ଟ୍ରେନ୍‌…

ମଧ୍ୟପ୍ରଦେଶ ଶାଜାପୁର ଅନ୍ତର୍ଗତ ବୋଲାଇ ଗାଁରେ ରହିଛି ପ୍ରଭୁ ସିଦ୍ଧବୀର ଖେଡ଼ାପତି ହନୁମାନଙ୍କ ମନ୍ଦିର। ମନ୍ଦିରଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ରହିଛି ରତଲାମ୍‌-ଭୋପାଳ ରେଲଓ୍ବେ ଟ୍ରାକ୍‌। ଏଠାରେ ପ୍ରଭୁ ହନୁମାନଙ୍କୁ ସମ୍ମାନ ଜଣାଇ ଟ୍ରେନ୍‌ ଆପଣାଛାଏଁ ଅଟକିଯାଇଥାଏ ବୋଲି ଲୋକେ କୁହନ୍ତି। ଏହି ମନ୍ଦିରରେ ପାଖ ଦେଇ ଯାଉଥିବା ଟ୍ରେନ୍‌ ନିଜର ସ୍ପିଡ୍‌ କମ୍‌ କରିଥାନ୍ତି। ଏହାଦ୍ୱାରା ଯାତ୍ରାରେ କୌଣସି ବାଧା ସୃଷ୍ଟି ହୋଇ ନ ଥାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି । ମନ୍ଦିରରେ ସମସ୍ତ ମନୋକାମନା ପୂରଣ ହୋଇଥାଏ ବୋଲି ଲୋକେ କୁହନ୍ତି। ସପ୍ତାହର ପ୍ରତି ବୁଧବାର ଏବଂ ମଙ୍ଗଳବାର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥାଏ।

Share