Posted inଜାତୀୟ

ଯୁବ କଂଗ୍ରେସ ଅଧ୍ୟକ୍ଷ ଗିରଫ: ତେଜିଲା ରାଜନୀତି

ନୂଆଦିଲ୍ଲୀ,୨୪।୨: ଦିଲ୍ଲୀରେ ଏଆଇ ସମ୍ମିଳନୀ ସମୟରେ ଭାରତ ମଣ୍ଡପମରେ ହୋଇଥିବା ପ୍ରତିବାଦରେ ଗିରଫଦାରୀ ଜାରି ରହିଛି। ଭାରତୀୟ ଯୁବ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ଉଦୟ ଭାନୁ ଚିବଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ଏପର୍ଯ୍ୟନ୍ତ ମୋଟ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଦିଲ୍ଲୀ ପୋଲିସ ଉଦୟ ଭାନୁ ଚିବଙ୍କୁ କୋର୍ଟରେ ହାଜର କରିଛି। ପଟିଆଲା ହାଉସ କୋର୍ଟ ଭିତରେ ଏବଂ ବାହାରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ଅର୍ଦ୍ଧସାମରିକ ବାହିନୀ ମୁତୟନ କରାଯାଇଛି। କୋର୍ଟ ବାହାରେ ବହୁ ସଂଖ୍ୟକ କଂଗ୍ରେସ କର୍ମୀ ଏକାଠି ହୋଇଛନ୍ତି।

ଉଦୟ ଭାନୁ ଚିବଙ୍କ ଗିରଫଦାରୀ ଉପରେ କଂଗ୍ରେସ ଦଳ ପ୍ରତିକ୍ରିୟା ପ୍ରକାଶ କରିଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କଂଗ୍ରେସ ଲେଖିଛନ୍ତି, କ୍‌ଦିଲ୍ଲୀ ପୋଲିସ ଆଇୱାଇସି ରାଷ୍ଟ୍ରୀୟ ଅଧ୍ୟକ୍ଷ ଉଦୟ ଭାନୁ ଚିବଙ୍କୁ ଗିରଫ କରିଛି। ଏହି ଗିରଫଦାରୀ ସମ୍ପୂର୍ଣ୍ଣ ଅସାମ୍ବିଧାନିକ। ଭାରତର ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ପ୍ରତିବାଦ କରିବାର ଅଧିକାର ଗ୍ୟାରେଣ୍ଟି ଦିଏ। ଆମେ ଏହି କୌଶଳ ଦ୍ୱାରା ଭୟଭୀତ ହେବୁ ନାହିଁ। ଆମେ ଲୋକଙ୍କ ସୱର ଉଠାଇବା ଏବଂ ସେମାନଙ୍କ ପାଇଁ ଲଢ଼ିବା ଜାରି ରଖିବୁ।

ଭାରତୀୟ ଯୁବ କଂଗ୍ରେସ ସଭାପତିଙ୍କ ଗିରଫଦାରୀ ଉପରେ କଂଗ୍ରେସ ନେତାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କହିଛନ୍ତି, ଦିଲ୍ଲୀ ପୋଲିସ ଦ୍ୱାରା ଉଦୟ ଭାନୁ ଚିବ ଏବଂ ଅନ୍ୟ ଯୁବ ସାଥୀମାନଙ୍କୁ ବେଆଇନ ଗିରଫ କରାଯିବାକୁ ମୁଁ ଦୃଢ଼ ନିନ୍ଦା କରୁଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଲୁଚିଛପି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରୁଥିଲେ: ଦେଖିଦେଲେ ଗ୍ରାମବାସୀ

ପଟ୍ଟାଙ୍ଗି,୨୪ା୨(ଶରତ କୁମାର ଧଳ):  କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ମାଳିପୁଟ ପଞ୍ଚାୟତ ପୁରୁଣାପଦର ଗ୍ରାମ ନିକଟରେ ଲୁକ୍କାୟିତ ଭାବେ ରାସ୍ତା ନିର୍ମାଣ କରିବାକୁ ଆସିଥିବା ଠିକାଦାର…

ପ୍ରଣବଙ୍କ ଫାର୍ମ ହାଉସରେ ବୁଲିଲା ବୁଲଡୋଜର: ଜବରଦଖଲ ଉଚ୍ଛେଦ ଜାରି

ଧର୍ମଶାଳା,୨୪।୨(ଶିବ ପ୍ରସାଦ ମହାନ୍ତି): ପୂର୍ବତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ମଙ୍ଗଳବାର ବୁଲଡୋଜର ବୁଳିଛି। ପ୍ରଶାସନ ପକ୍ଷରୁ ପ୍ରଣବଙ୍କ ଫାର୍ମ ହାଉସରେ ଜବରଦଖଲ ଉଚ୍ଛେଦ…

ମଝିରେ ପରିବର୍ତ୍ତନ ହେବ ୨୦୨୬ ଟି-୨୦ ବିଶ୍ୱକପ ସୂଚୀ! ସେମିଫାଇନାଲ ମ୍ୟାଚକୁ ନେଇ ଆସିଲା ବଡ଼ ଅପଡେଟ

ନୂଆଦିଲ୍ଲୀ,୨୪।୨: ICC T20 ବିଶ୍ୱକପ ୨୦୨୬ର ସେମିଫାଇନାଲ ଶ୍ରୀଲଙ୍କା ଘରୋଇ ଗ୍ରାଉଣ୍ଡ କଲମ୍ବୋରେ ଖେଳିପାରେ, କିନ୍ତୁ ଏହା କେଉଁ ଦଳ ଯୋଗ୍ୟତା ଅର୍ଜନ କରେ ଏବଂ ସେମାନେ…

ଛତିଶଗଡ଼ ଗୃହମନ୍ତ୍ରୀଙ୍କୁ ମାଓବାଦୀ ଲେଖିଲେ ଚିଠି, ଏହି ଦିନ କରିବୁ ଆତ୍ମସମର୍ପଣ…

ରାୟପୁର,୨୪।୨: ଛତିଶଗଡ଼ ଗୃହମନ୍ତ୍ରୀ ବିଜୟ ଶର୍ମାଙ୍କୁ ଓଡ଼ିଶାର କେତେକ ମାଓବାଦୀ ସଂଗଠନ ଚିଠି ଲେଖିଛନ୍ତି। ଚିଠିରେ ମାଓବାଦୀମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଚାହୁଁଥିବା ଉଲ୍ଲେଖ କରିଛନ୍ତି।…

ରାଜ୍ୟ ସଭା ନିର୍ବାଚନ: କୋରାପୁଟକୁ ଗୋଟେ ଯାଇପାରେ

ରାୟଗଡ଼ା,୨୪।୨(ଆଶିଷ ରଞ୍ଜନ ପଣ୍ଡା): ଡ଼ିଶାର ୪ ଜଣ ରାଜ୍ୟ ସଭା ସଦସ୍ୟ ମମତା ମହନ୍ତ, ନିରଞ୍ଜନ ବିଶି, ମୁଜିବୁଲ୍ଲା ଖାନ୍‌ ଏବଂ ସୁଜିତ୍‌ କୁମାରଙ୍କ କାର୍ଯ୍ୟକାଳ ଏପ୍ରିଲ…

ଚତୁର୍ଥୀ ରାତିରେ ସ୍ତ୍ରୀଙ୍କଠାରୁ ଏମିତି କଥା ଶୁଣି ସ୍ବାମୀଙ୍କ ଉଡିଗଲା ହୋସ୍‌, ସାରା ଗାଁରେ ବ୍ୟାପିଗଲା ଏହି ଖବର

ଲକ୍ଷ୍ନୌ,୨୪।୨: ଉତ୍ତର ପ୍ରଦେଶର ହମିରପୁର ଜିଲାର ଗୋହାଣ୍ଡ ସହରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସୋମବାର ସକାଳେ ଗୋହାଣ୍ଡ ସହର ଛାଡି ରାଠରେ ପହଞ୍ଚିଥିବା କନ୍ୟା…

ଗୃହ ବାହାରେ କହିଲେ, ରେକର୍ଡରୁ କାଟିଦେଲେ: ସାଂଘାତିକ ଅଭିଯୋଗ ଆଣିଲେ ବିଧାୟକ

ଭୁବନେଶ୍ୱର, ୨୪।୨(ସୁନିତ୍‌ ମିଶ୍ର):ବିଧାନସଭା ବଜେଟ ଅଧିବେଶର ଷଷ୍ଠ ଦିନ ଗୃହ କାର୍ଯ୍ୟ ବନ୍ଦ ହେବା ପରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ବାହାରକୁ ବାହାରି…

ଭୟଭୀତ କରି ଶାରୀରିକ ସମ୍ପର୍କ ରଖୁଥିଲେ ଗ୍ରାମର ୪ ଯୁବକ, ଚିକିତ୍ସା ପରେ ଜଣାପଡିଲା ଯୁବତୀ ଗର୍ଭବତୀ

ଭୁବନ, ୨୪।୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ଧଳପଡା ଗ୍ରାମର ଜଣେ ୨୧ ବର୍ଷିଆ ଯୁବତୀଙ୍କୁ ୪ ଜଣ ଗଣବଳାତ୍କାର କରିଥିବା ଯୁବତୀଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri