ଯୁବ ଇଞ୍ଜିନିୟରଙ୍କ ଗଳିତ ମୃତଦେହ ଉଦ୍ଧାର

ସିମୁଳିଆ,୮।୧୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସିମୁଳିଆ ଥାନା ବରୀରୋଡ଼ ନୂଆପଲ୍ଲୀ ଅଞ୍ଚଳର ଜଣେ ଯୁବ ଇଞ୍ଜିନିୟରଙ୍କ ଗଳିତ ମୃତଦେହ ଶୁକ୍ରବାର ତାଙ୍କ ଘର ନିକଟସ୍ଥ ନୟନଜୋରି ମଧ୍ୟରୁ ପୋଲିସ ଉଦ୍ଧାର କରିଛି। ସେ ହେଲେ ସତ୍ୟବ୍ରତ ରାୟ(୪୧) ।
ସୂଚନାଯୋଗ୍ୟ, ସତ୍ୟବ୍ରତ ଜଣେ ମେକାନିକାଲ୍‌ ଇଞ୍ଜିନିୟର। ସେ ବିଭିନ୍ନ ଘରୋଇ ଇଞ୍ଜିନିୟରିଂ କଲେଜରେ ଅଧ୍ୟାପନା କରନ୍ତି। ତେବେ ସେ ଗତ ଏକମାସ ଧରି ନିଖୋଜ ଥିଲେ ।