ଯୁବ ଆଇନଜୀବୀଙ୍କୁ ଷ୍ଟାଇପେଣ୍ଡ ପ୍ରଦାନ ପ୍ରସଙ୍ଗ: ହାଇକୋର୍ଟରେ ମାମଲା ରୁଜୁ

କଟକ ଅଫିସ,୬।୧୨ : ଆଇନକୁ ପେସା କରୁଥିବା ଯୁବ ଆଇନଜୀବୀଙ୍କୁ ଷ୍ଟାଇପେଣ୍ଡ ପ୍ରଦାନ ନେଇ ଆଡଭୋକେଟ ଆଶିଷ କୁମାର ମିଶ୍ର ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି। ଏହି ମାମଲାରେ ସେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଆଇନ ଓ ଅର୍ଥ ସଚିବଙ୍କୁ ପକ୍ଷଭୁକ୍ତ କରିଛନ୍ତି। ମିଶ୍ର ପିଟିଶନରେ ଉଲ୍ଲେଖ କରିଛନ୍ତି, ପଡୋଶୀ ଆନ୍ଧ୍ରପ୍ରଦେଶ ସରକାର ସେଠାକାର ଯୁବ ଆଇନଜୀବୀଙ୍କୁ ମାସିକ ୫ ହଜାର ଟଙ୍କାର ଷ୍ଟାଇପେଣ୍ଡ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ମାତ୍ର ଓଡ଼ିଶାରେ ତାହା କାର୍ଯ୍ୟକାରୀ କରାଯାଉନାହିଁ। ଯୁବ ଆଇନଜୀବୀମାନେ ଆରମ୍ଭରୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ତେଣୁ ସେମାନଙ୍କୁ ଆରମ୍ଭରୁ ୫ହଜାର ଟଙ୍କା ଲେଖାଏ ମାସିକ ଷ୍ଟାଇପେଣ୍ଡ ଦିଆଗଲେ ସେମାନେ ନିଜ କ୍ୟାରିୟରକୁ ଆଗକୁ ବଢାଇବାରେ ସକ୍ଷମ ହୁଅନ୍ତେ।