Posted inଖେଳ

ଯୁବରାଜ ଭାରତର ଶ୍ରେଷ୍ଠ ବାମହାତୀ ବ୍ୟାଟ୍ସମ୍ୟାନ: ସୋଏବ ଅଖତର

ନୂଆଦିଲ୍ଲୀ, ୧୧।୬(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିବା ପରେ ସୀମିତ ଓଭର କ୍ରିକେଟ୍‌ର ଅନ୍ୟତମ ଶ୍ରେଷ୍ଠ ମ୍ୟାଚ୍‌ ଓ୍ବିନର ଯୁବରାଜ ସିଂଙ୍କୁ ପ୍ରାକ୍ତନ ପାକିସ୍ତାନ ଦ୍ରୁତ ବୋଲର ସୋଏବ ଅଖତର ଅଭିନନ୍ଦନ ଜଣାଇଛନ୍ତି। ଭାରତ ପ୍ରସ୍ତୁତ କରିଥିବା ବାମହାତୀ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଯୁବରାଜ ସବୁଠାରୁ ଶ୍ରେଷ୍ଠ ବୋଲି ଅଖତର କହିଛନ୍ତି। ଏକ ୟୁ ଟ୍ୟୁବ୍‌ ଚ୍ୟାନେଲକୁ ସାକ୍ଷାତକାର ଅବସରରେ ସୋଏବ କହିଛନ୍ତି, ‘ଯୁବରାଜ ଜଣେ ରକ୍‌-ଷ୍ଟାର୍‌, ମ୍ୟାଚ୍‌ ଓ୍ବିନର, ମହାନ ଜୁନିୟର ଓ ମୋର ଭଲ ବନ୍ଧୁ। ତାଙ୍କ ପରି ଶ୍ରେଷ୍ଠ ବାମହାତୀ ବ୍ୟାଟ୍ସମ୍ୟାନ ଭାରତ ଆଉ ପ୍ରସ୍ତୁତ କରିପାରି ନାହିଁ। ସେ ବହୁତ ସହଜରେ ଖେଳିଥାନ୍ତି’। ‘୨୦୦୩ ବିଶ୍ୱକପ୍‌ରେ ପ୍ରଥମଥର ଲାଗି ଯୁବରାଜଙ୍କ ବିପକ୍ଷରେ ଖେଳିଥିଲି। ସେ ଏହି ମ୍ୟାଚ୍‌ରେ ବହୁତ ଭଲ ଇନିଂସ ଖେଳିଥିଲେ। ମୁଁ ତାଙ୍କ ପାଖକୁ ଯାଇ କିଛି ବାର୍ତ୍ତାଳପ କରିଥିଲି ଏବଂ ଖେଳରେ ତାଙ୍କର ଗଭୀର ଜ୍ଞାନ ବିଷୟରେ ଜାଣି ବହୁତ ପ୍ରଭାବିତ ହୋଇଥିଲି’ ବୋଲି ଅଖତର ପ୍ରକାଶ କରିଛନ୍ତି। ୨୦୧୧ ବିଶ୍ୱକପ୍‌ ପ୍ରଦର୍ଶନ ଲାଗି ସେ ବହୁତ ବର୍ଷ ପର୍ଯ୍ୟନ୍ତ କ୍ରୀଡ଼ାପ୍ରେମୀଙ୍କ ସ୍ମୃତିରେ ରହିବେ। ସେହିଭଳି ୨୦୦୭ ଆଇସିସି ଟି୨୦ ବିଶ୍ୱକପ୍‌ରେ ଷ୍ଟୁଆର୍ଟ ବ୍ରଡ୍‌ଙ୍କୁ ଗୋଟିଏ ଓଭରରେ ମାରିଥିବା ୬ ଛକା ଅବିଶ୍ୱସନୀୟ ଥିଲା। ଏହିଭଳି ଖେଳ ମୁଁ ଆଗରୁ କେବେ ଦେଖି ନ ଥିଲି’ ବୋଲି ଏହି ପାକିସ୍ତାନ ସ୍ପିଡ୍‌ ଷ୍ଟାର୍‌ କହିଛନ୍ତି। ଅବସର ପରେ ଭବିଷ୍ୟତ ପାଇଁ ଯୁବରାଜଙ୍କୁ ଅଖତର୍‌ ଅଭିନନ୍ଦନ ମଧ୍ୟ ଶେଷକୁ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri