ଯୁବବର୍ଗଙ୍କୁ ସଂକ୍ରମିତ କଲେ କରୋନା ଯୁଦ୍ଧରେ ହେବ ବିଜୟ!

ଲଣ୍ଡନ,୫।୫: ଏବେ ସାରା ବିଶ୍ୱ କରୋନା ଭାଇରସର ଚିକିତ୍ସା ପଦ୍ଧତି ଖୋଜିବାରେ ବ୍ୟସ୍ତ ରହିଛି। କିଛି ବିକାଶଶୀଳ ଦେଶ କରୋନା ଭ୍ୟାକ୍ସିନ ତିଆରି କରିବାରେ ଲାଗି ପଡିଛନ୍ତି। ହେଲେ ବ୍ରିଟେନର କେତେଜଣ ବୈଜ୍ଞାନିକ କରୋନା ଚିକିତ୍ସା ପାଇଁ ଯେଉଁ ଉପାୟ ଚିନ୍ତା କରିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେମାନେ କହିଛନ୍ତି ଦେଶର ଯୁବବର୍ଗଙ୍କୁ କରୋନା ଭାଇରସ ଦ୍ୱାରା ସଂକ୍ରମଣ କରି ବରିଷ୍ଠ ନାଗରିକଙ୍କୁ ବଞ୍ଚାଇ ହେବ। ଏମିତି ହେଲେ ଆମେ କରୋନା ଯୁଦ୍ଧରେ ବିଜୟୀ ହେବା ବୋଲି ବୈଜ୍ଞାନିକମାନେ କହିଛନ୍ତି। ଲକ୍‌ଡାଉନ୍‌ ବ୍ୟତୀତ ଏହା ସବୁଠାରୁ ଭଲ ବିକଳ୍ପ ବୋଲି ସେମାନେ ମତ ଦେଇଛନ୍ତି। କରୋନା ସଂକ୍ରମଣ ପାଇଁ ଆମେ ଯୁବବର୍ଗଙ୍କୁ ଖୋଲା ଛାଡି ଦେବା ସହ ବରିଷ୍ଠ ନାଗରିକଙ୍କୁ ଘରେ ବନ୍ଦ କରିବା ରଖିବା। ୟୁନିଭର୍ସିଟି ଅଫ୍‌ ଏଡିନବର୍ଗର ବୈଜ୍ଞାନିକମାନେ ଏମିତି ଏକ ଉପାୟ ଚିନ୍ତା କରିଥିବା ଜଣାପଡିଛି। ସୋସିଆଲ ଡିଷ୍ଟାନସିଂର ଏକ ଏକ ବିକଳ୍ପ ଉପାୟ ବୋଲି ଏମାନେ କହିଥିବା କୁହାଯାଉଛି। ବୈଜ୍ଞାନିକଙ୍କ ମତରେ ଏହି ରୋଗରେ ଯୁବବର୍ଗ ସଂକ୍ରମିତ ହେଲେ ସେମାନଙ୍କର ଭଲ ହେବା ଆଶା ଅଧିକ ରହିଥାଏ। ଏହି ପଲିସି ଆଧାରରେ ଯୁବବର୍ଗ ସଂକ୍ରମିତ ହୋଇ ସୁସ୍ଥ ହେବା ପରେ ଏମାନଙ୍କ ଶରୀରରେ ଭାଇରସ ସହ ଲଢିବାକୁ ରୋଗ ପ୍ରତିରୋଧକ କ୍ଷମତା ଉତ୍ପନ୍ନ ହୋଇଥାଏ। ଏହାଦ୍ୱାରା ବହୁ ସଂଖ୍ୟାରେ ଲୋକଙ୍କ ରୋଗ ପ୍ରତିରୋଧି ହୋଇଯିବେ। ଆଉ ଘରେ ଥିବା ବରିଷ୍ଠ ନାଗରିକମାନେ ସଂକ୍ରମଣ କବଳରୁ ବଞ୍ଚିଯିବେ ବୋଲି ଉକ୍ତ ବୈଜ୍ଞାନିକମାନେ କହିଥିବା ସୂଚନା ମିଳିଛି। ଏଭଳି ଉପାୟ ଦ୍ୱାରା ମହାମାରୀର ପୁଣିଥରେ ପ୍ରତ୍ୟାବର୍ତ୍ତନକୁ ମଧ୍ୟ ସହଜରେ ଏଡାଇ ଦିଆଯାଇ ପାରିବ ବୋଲି ସେମାନେ ମତ ଦେଇଥିବା ପ୍ରକାଶ। ବିଶେଷଜ୍ଞଙ୍କ କହିବା କଥା ହେଲା ଏହି ମାହାମାରୀ ଉପରେ ଆମେ ସେତେବେଳେ ବିଜୟ ଲାଭ କରିବା ଯେତେବେଳେ ଜନତାଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ସେହି ସ୍ତରରେ ପହଞ୍ଚିଥିବ ଯେଉଁ ସ୍ତରରେ ଭାଇରସର ରିପ୍ରଡକସନ୍‌ ଦର କମି ଯାଇଥିବା। ଅର୍ଥାତ୍‌ ଜଣେ ସଂକ୍ରମିତ ଖୁବ୍‌ କମ୍‌ ଲୋକଙ୍କୁ ସଂକ୍ରମଣ କରିପାରୁଥିବ। ବୈଜ୍ଞାନିକଙ୍କ ମତରେ ପ୍ରାକୃତିକ ଭାବେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଘଟିଲେ ଭାଇରସ ଆମର କିଛି କ୍ଷତି କରିପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri