ଯୁବତୀଙ୍କୁ ବଳାତ୍କାର ଅଭିଯୋଗ

ନାଉଗାଁ,୧୩ା୧(ସ୍ବ.ପ୍ର.): ନାଉଗାଁ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ରବିବାର ଥାନାରେ ଅଭିଯୋଗ ହୋଇଛି। ଏନେଇ ଏକ ମାମଲା ନଂ-୬/୨୦ରୁଜୁ କରାଯିବା ସହ ସମ୍ପୃକ୍ତ ଯୁବକଙ୍କୁ ପୋଲିସ ଅଟକ ରଖି ଅଧିକ ତଦନ୍ତ ଚଳାଇଛି। ପରେ ଘଟଣାସ୍ଥଳକୁ ଥାନାଧିକାରୀ ପ୍ରଜ୍ଞାରିତାମ୍ବର କର ଯାଇ ତଦନ୍ତ କରିଛନ୍ତି। ସୋମବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯିବ ବୋଲି ଥାନା ଅଧିକରୀ ପ୍ରକାଶ କରିଛନ୍ତି। ସୂଚନା ଅନୁସାରେ, ଯୁବତୀଙ୍କ ଘରେ କେହି ନ ଥିବାର ସୁଯୋଗ ନେଇ ସେହି ଅଞ୍ଚଳର ଜଣେ ଯୁବକ ଆସି ତାଙ୍କ ମା’ଙ୍କୁ ଖୋଜିଥିଲେ। ଯୁବତୀଙ୍କ ମା’ ବିଲକୁ ଧାନ କାଟିବା ପାଇଁ ଯାଇଥିବା ଯୁବତୀ କହିଥିଲେ। ଏହାପରେ ସମ୍ପୃକ୍ତ ଯୁବକ ତାଙ୍କୁ ମା’ଙ୍କ ମୋବାଇଲ ନମ୍ବର ମାଗିଥିଲା। ମୋବାଇଲ ନମ୍ବର ଦେବା ସମୟରେ ସେ ଯୁବତୀଙ୍କୁ ବଳାତ୍କାର କରିଥିଲେ।