Categories: ଜାତୀୟ

ଯୁବତୀଙ୍କୁ ପୋଲିସର ଗଣବଳାତ୍କାର

ଗୋରଖପୁର,୧୭ା୨ (ପି.ଟି.): ଉତ୍ତରପ୍ରଦେଶର ଗୋରଖପୁର ରେଳଷ୍ଟେଶନ ନିକଟ ଏକ ହଷ୍ଟେଲ ଭିତରେ ୨ ପୋଲିସ ଜଣେ ଯୁବତୀ(୨୦)ଙ୍କୁ ମାଡ଼ମାରିବା ସହ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଯୁବତୀ ଜଣକ ଏନେଇ ପରିବାର ଲୋକଙ୍କୁ ଜଣାଇବା ପରେ ପୋଲିସରେ ମାମଲା ରୁଜୁ କରାଯାଇଛି। ପୋଲିସ ଏପର୍ଯ୍ୟନ୍ତ କାହାକୁ ଗିରଫ କରି ନ ଥିବା ଜଣାପଡ଼ିଛି। ଏହାକୁ ନେଇ କଂଗ୍ରେସ, ଏସ୍‌ପି, ବିଏସ୍‌ପି, ପୂର୍ବାଞ୍ଚଳ ସେନା ପକ୍ଷରୁ ବିକ୍ଷୋଭ କରାଯିବା ସହ ଅଭିଯୁକ୍ତ ପୋଲିସଙ୍କୁ ଗିରଫ କରିବାକୁ ଦାବି କରାଯାଇଛି। ଏଥିସହ ଘଟଣାର ବିଚାର ବିଭାଗୀୟ ତଦନ୍ତ ଲାଗି ଦାବି ହୋଇଛି। ପୀଡ଼ିତା ଏବେ ଗୋରଖପୁର ଜିଲା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ହଷ୍ଟେଲର ସିସିଟିଭି ଯାଞ୍ଚ ସହ ପୋଲିସ ଗାର୍ଡଙ୍କୁ ପଚରା ଉଚରା କରିଥିବା ଗୋରଖପୁର ଏସ୍‌ଏସ୍‌ପି ସୁନୀଲ କୁମାର ଗୁପ୍ତା ପ୍ରକାଶ କରିଛନ୍ତି।

Share