ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ଶ୍ମଶାନରୁ ହାଡ଼ ପାଉଁଶ ଜବତ

କୁଆମରା,୩ା୯(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଆରପଟା ପଞ୍ଚାୟତ ଅନ୍ତର୍ଗତ ବଡବଧା ଗ୍ରାମର ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ପୋଲିସ ପକ୍ଷରୁ ଖୋଳତାଡ ଆରମ୍ଭ ହୋଇଛି। ଶ୍ମଶାନରୁ ହାଡ଼ପାଉଁଶ ଜବତ କରି ସୋମବାର ୨୦ରୁ ଅଧିକ ଲୋକଙ୍କୁ ଥାନାକୁ ଡାକି ପୋଲିସ ପଚରାଉଚରା ଜାରି ରହିଛି। ପୋଲିସ ସୂଚନା ଅନୁଯାୟୀ, ବଡବଧା ଗ୍ରାମର ଜଣେ ବୃଦ୍ଧାଙ୍କର ଗତ ଗୁରୁବାର ସ୍ବାଭାବିକ ମୃତ୍ୟୁ ଘଟିଥିଲା। ତାଙ୍କ ମୃତଦେହ ସତ୍କାର ପାଇଁ ରାତିରେ ପଡିଶା ଲୋକେ ନିକଟସ୍ଥ ଶ୍ମଶାନକୁ ଯାଇଥିଲେ। ସତ୍କାର ପଡିଶା ଲୋକେ ଗାଧୋଇବା ପାଇଁ ନିକଟସ୍ଥ ପୋଖରୀକୁ ଯାଇଥିଲେ। ମାତ୍ର ବାପି ସିଂ(୩୫) ନାମକ ଜଣେ ଯୁବକ ସେହି ପୋଖରୀରେ ବୁଡ଼ି ଯାଇଥିଲେ। ସମସ୍ତେ ଗାଧୋଇ ସାରି ଘରକୁ ଫେରିଥିବା ବେଳେ ବାପି ଘରକୁ ନ ଫେରିବାରୁ ତାଙ୍କ ପରିବାର ଲୋକେ ଖୋଜା ଖୋଜି କରି ତାଙ୍କୁ ପାଇନଥିଲେ। ପର ଦିନ ସକାଳେ ପୋଖରୀ ମଧ୍ୟରୁ ବାପିଙ୍କ ମୃତଦେହ ମିଳିବା ପରେ ପୋଲିସକୁ ଖବର ନ ଦେଇ ତରବରିଆ ଭାବେ ମୃତଦେହ ପୋଡି ଦିଆଯାଇଥିଲା। ଏହି ମୃତ୍ୟୁ ଘଟଣାରେ ସନ୍ଦେହ ପ୍ରକାଶ କରି ବାପିଙ୍କ ବଡ ଭାଇ ରମେଶ ସିଂ କୁଆମରା ଫାଣ୍ଡିରେ ଅଭିଯୋଗ କରିଥିଲେ। ଏସପିଙ୍କ ନିର୍ଦ୍ଦେଶରେ ଉଦଳା ଉପଖଣ୍ଡ ପୋଲିସ ଅଧିକାରୀ ସ୍ବପ୍ନରଞ୍ଜନ ମହାପାତ୍ର, ଥାନା ଅଧିକାରୀ ନବକୃଷ୍ଣ ନାଏକ ଓ କୁଆମରା ଫାଣ୍ଡି ଅଧିକାରୀ ବଳରାମ ମହାରଣା ରବିବାର ରାତିରେ ଘଟଣାସ୍ଥଳରେ ପହଞ୍ଚି ଶ୍ମଶାନରୁ ହାଡ ପାଉଁଶ ଜବତ କରିଛନ୍ତି। ୨୦ରୁ ଅଧିକ ଲୋକଙ୍କୁ ଥାନାକୁ ଡାକି ପଚରା ଉଚରା କରାଯାଉଛି। ଏଥିନେଇ ଥାନାରେ ଏକ ମାମଲା( ନଂ.୧୦୦/୧୯) ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଥାନାରେ ପଶି ଥାନାଧିକାରୀଙ୍କୁ ଗାଳିଗୁଲଜ କରି ଯୁବକ ଦେଲେ ହତ୍ୟା ଧମକ, ଭଦ୍ରଲୋକ ହୋଇ ଥାନାକୁ ଆସିଲେ,

ଉଦଳା,୧।୪(ସନ୍ତୋଷ କୁମାର ବାଛିନୀ): ଥାନାରେ ପଶି ହଙ୍ଗାମା କଲେ ଯୁବକ । ମହିଳା ଥାନା ଅଧିକାରୀଙ୍କ ସହିତ ଅନ୍ୟ ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଲେ ଯୁବକ। କପ୍ତିପଦା…

ଘରର ଲାଇନ୍‌ କାଟି ଖୁଡ଼ୀଙ୍କୁ ହତ୍ୟା କରିବାକୁ ଯାଇଥିଲେ ପୁତୁରା, ପାଟି କରିବାରୁ…

ମୋରଡ଼ା,୧ା୪(ସ୍ମାରକ ମାଜୀ): ନିଜ ଖୁଡ଼ୀକୁ ଡାହାଣୀ ସନ୍ଦେହ କରି ଜୀବନରୁ ମାରିଦେବାକୁ ପୁତୁରା ଉଦ୍ୟମ କରିଥିବା ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ…

କଳିଯୁଗର ବୋହୂ…ଶାଶୁଙ୍କୁ ନିର୍ଘାତ ମାଡ଼ ମାରିବା ପରେ ପନିକିରେ ହାଣିଲେ, ସବୁ ଦେଖି ଚୁପ୍ ଥିଲେ ପୁଅ

ଉଦଳା,୩୧।୩(ସନ୍ତୋଷ କୁମାର ବାଛିନୀ): ବୋହୂ ସାଜିଲେ ରାକ୍ଷସୀ। ଗୁଣି ସନ୍ଦେହରେ ଶାଶୁଙ୍କୁ ଅତି ନିର୍ଦ୍ଦୟ ଭାବେ ଘର ଭିତରେ ପନିକିରେ ହାଣିଲା ବୋହୂ । ଆଉ ଏ…

ଶିମିଳିପାଳ ସୁରକ୍ଷା ପାଇଁ ଏକାଠି ହେଲେ ଗ୍ରାମବାସୀ

ବାରିପଦା,୩୦ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟ ବ୍ଲକ ଅଧୀନ ରଙ୍ଗମାଟିଆସ୍ଥିତ ପଞ୍ଚାୟତ କଲ୍ୟାଣ ମଣ୍ଡପରେ ଶିମିଳିପାଳର ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।…

ହଷ୍ଟେଲରେ ଖାଇବା ପରେ ବିଗିଡ଼ିଲା ଛାତ୍ରୀଙ୍କ ସ୍ବାସ୍ଥ୍ୟ, ହସ୍ପିଟାଲରେ ଭର୍ତ୍ତି ହେଲେ ୧୫

ମୋରଡ଼ା,୩୦।୩(ସ୍ମାରକ ମାଜୀ): କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ୧୫ ଜଣ ଛାତ୍ରୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା…

ଶିମିଳିପାଳରେ ଶିକାରୀଙ୍କୁ ଧରିଲା AI କ୍ୟାମେରା, ବନ୍ଧୁକ-ବିସ୍ଫୋରକ ଜବତ

ବାରିପଦା,୨୯ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଖଞ୍ଜ ଯାଇଥିବା କୁତ୍ରିମ ବୁଦ୍ଧିମତା (AI) କ୍ୟାମେରାରେ କଏଦ ଫଟୋଚିତ୍ରକୁ ନେଇ ବନବିଭାଗ ଚଢ଼ାଉ କରି ଜଣେ…

ଏକାବେଳେ ତିନି ତିନି ଜଣଙ୍କୁ ଆକ୍ରମଣ କଲା ଭାଲୁ, ଜଣଙ୍କ ପରେ ଜଣଙ୍କୁ….

ଉଦଳା,୨୯।୩:(ସନ୍ତୋଷ କୁମାର ବାଛିନୀ): ସକାଳୁ ଶୌଚ ପାଇଁ  ଯାଇଥିଲେ, ହେଲେ ଅଚାନକ ଆକ୍ରମଣ କଲା ଭାଲୁ। ଭାଲୁ ଆକ୍ରମଣରେ ୩ ଗୁରୁତର ହୋଇଛନ୍ତି॥ କପ୍ତିପଦା ବନାଞ୍ଚଳ ତାଳଗଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri