ଯୁବକଙ୍କ ଶରୀରରୁ ବାହାରିଲା ୧୨କେଜିର ଟ୍ୟୁମର

ଭୁବନେଶ୍ୱର,୫ା୩ (ବ୍ୟୁରୋ): ଜଣେ ୨୯ ବର୍ଷୀୟ ଯୁବକଙ୍କ ଶରୀରରୁ ବାହାରିଛି ୧୨ କିଲୋ ଗ୍ରାମର ଏକ ବିରଳ ଜେନେଟିକ୍‌ ଟ୍ୟୁମର୍‌। ଦୀର୍ଘ ୩ ଘଣ୍ଟାର ଅସ୍ତ୍ରୋପଚାର ପରେ ଚନ୍ଦ୍ରକାନ୍ତ ଶର୍ମା ନାମକ ଜଣେ ରୋଗୀଙ୍କ ଦେହରୁ ନ୍ୟୁରୋଫାଇବ୍ରୋମାଟୋସିସ୍‌ ଟାଇପ୍‌-୧ (ଏନ୍‌ଏଫ୍‌୧) ଟ୍ୟୁମର୍‌ ବାହାର କରାଯାଇଛି। ୨୦ x ୨୫ ସେମି ବିଶିଷ୍ଟ ଏହି ଟ୍ୟୁମର୍‌ ଚନ୍ଦ୍ରକାନ୍ତଙ୍କ ଶରୀରରେ ପ୍ରାୟ ୧୫ବର୍ଷ ଧରି ରହିଥିଲା। ଏହା ପ୍ରଭାବରୁ କିଶୋରାବସ୍ଥାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଚନ୍ଦ୍ରକାନ୍ତ ପ୍ରାୟ ଏକ ଦଶନ୍ଧି ହେଲା ଗୁରୁଣ୍ଡି ଗୁରୁଣ୍ଡି ଚାଲିବା ସହ ପ୍ରବଳ ଯନ୍ତ୍ରଣା ଭୋଗୁଥିଲେ। ଏନ୍‌ଏଫ୍‌-୧ ଶରୀରର ଗତିଶୀଳ କ୍ଷମତାକୁ ପ୍ରଭାବିତ କରିବା ଦ୍ୱାରା ତାଙ୍କ ଦେହରେ ବଢୁଥିବା ଏକାଧିକ ଟ୍ୟୁମର ତାଙ୍କର ମେରୁଦଣ୍ଡକୁ ପ୍ରଭାବିତ କରିଥିଲା। ଫଳରେ ସେ ସ୍କୋଲିଓସିସ୍‌ରେ ପୀଡିତ ହୋଇଥିଲେ ଓ ଟ୍ୟୁମର୍‌ ଧୀରେ ଧୀରେ ବଢି ଚାଲିଥିଲା। ଏହାଦ୍ୱାରା ଇଣ୍ଟ୍ରାଟ୍ୟୁମୋରାଲ ବ୍ଲିଡିଙ୍ଗ୍‌ ହୋଇ ପ୍ରାୟ ୨ଲିଟର ରକ୍ତ ସଞ୍ଚତ୍ତ ହୋଇଥିଲା, ଯାହାକି ପରେ ଆନେମିଆର କାରଣ ହୋଇଥିଲା। ତେବେ ବି.ଆର୍‌. ଲାଇଫ୍‌ କଳିଙ୍ଗ ହସ୍ପିଟାଲର ଲାପାରୋସ୍କୋପିକ୍‌ ସର୍ଜନ୍‌ ଡା. ରମ୍ୟରଞ୍ଜନ ବେହେରାଙ୍କ ଦ୍ୱାରା ବିପଦପୂର୍ଣ୍ଣ ତଥା ଜଟିଳ ଅସ୍ତ୍ରୋପଚାର କରାଯାଇ ଚନ୍ଦ୍ରକାନ୍ତଙ୍କ ଶରୀରରୁ ଉକ୍ତ ଟ୍ୟୁମରକୁ ବାହାର କରାଯାଇଛି। ଅତ୍ୟାଧୁନିକ ସର୍ଜିକାଲ ଟେକ୍ନୋଲୋଜିର ବ୍ୟବହାର ଦ୍ୱାରା ଟ୍ୟୁମର୍‌କୁ ସଫଳତାର ସହ ବାହାର କରାଯାଇଥିବା ଜଣାପଡ଼ିଛି।
ନ୍ୟୁରୋଫାଇବ୍ରୋମାଟୋସିସ୍‌ ଟାଇପ୍‌-୧ ହେଉଛି ଏକ ଜେନେଟିକ୍‌ ଅବସ୍ଥା ହୋଇଥିବାବେଳେ ଏହାଦ୍ୱାରା ରୋଗୀଙ୍କ ତ୍ୱଚାର ରଙ୍ଗରେ ପ୍ରଥମେ ପରିବର୍ତ୍ତନ ଦେଖାଯାଇଥାଏ। ତ୍ୱଚାର ସ୍ନାୟୁ, ମସ୍ତିଷ୍କ ଓ ଶରୀରର ଅନ୍ୟ ଅଂଶରେ ଏକାଧିକ କ୍ଷୁଦ୍ର ଓ ନରମ ଟ୍ୟୁମର ବଢିବା ଭଳି ଲକ୍ଷଣ ଦ୍ୱାରା ଏହାକୁ ଚିହ୍ନଟ କରାଯାଇଥାଏ। ୫୦ ପ୍ରତିଶତ ମାମଲାରେ ଏହା ପ୍ରଭାବିତ ପିତାମାତାଙ୍କ ଶରୀରରୁ ଜଣେ ବ୍ୟକ୍ତିଙ୍କ ଶରୀରକୁ ଯାଇଥାଏ। ଅନ୍ୟ କିଛି ମାମଲାରେ ଏକ ନୂଆ ପରିବର୍ତ୍ତନ କାରଣରୁ ଏହା ଲୋକଙ୍କଠାରେ ସୃଷ୍ଟି ହୋଇଥାଏ। ଏହି ରୋଗରେ ପୀଡିତ ଲୋକଙ୍କଠାରେ ଅଣ-କ୍ୟାନ୍‌ସରଯୁକ୍ତ ଓ କ୍ୟାନ୍‌ସରଯୁକ୍ତ ଟ୍ୟୁମର ହେବାର ଆଶଙ୍କା ରହିଥାଏ। ଶୀଘ୍ର ଚିହ୍ନଟ ଦ୍ୱାରା ଚିକିତ୍ସା ମାଧ୍ୟମରେ ଏହାକୁ ଭଲ କରାଯାଇପାରେ ବୋଲି ଡା. ରମ୍ୟରଞ୍ଜନ କହିଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri