ଯୁବକଙ୍କ ଶରୀରରୁ ବାହାରିଲା ୧୨କେଜିର ଟ୍ୟୁମର

ଭୁବନେଶ୍ୱର,୫ା୩ (ବ୍ୟୁରୋ): ଜଣେ ୨୯ ବର୍ଷୀୟ ଯୁବକଙ୍କ ଶରୀରରୁ ବାହାରିଛି ୧୨ କିଲୋ ଗ୍ରାମର ଏକ ବିରଳ ଜେନେଟିକ୍‌ ଟ୍ୟୁମର୍‌। ଦୀର୍ଘ ୩ ଘଣ୍ଟାର ଅସ୍ତ୍ରୋପଚାର ପରେ ଚନ୍ଦ୍ରକାନ୍ତ ଶର୍ମା ନାମକ ଜଣେ ରୋଗୀଙ୍କ ଦେହରୁ ନ୍ୟୁରୋଫାଇବ୍ରୋମାଟୋସିସ୍‌ ଟାଇପ୍‌-୧ (ଏନ୍‌ଏଫ୍‌୧) ଟ୍ୟୁମର୍‌ ବାହାର କରାଯାଇଛି। ୨୦ x ୨୫ ସେମି ବିଶିଷ୍ଟ ଏହି ଟ୍ୟୁମର୍‌ ଚନ୍ଦ୍ରକାନ୍ତଙ୍କ ଶରୀରରେ ପ୍ରାୟ ୧୫ବର୍ଷ ଧରି ରହିଥିଲା। ଏହା ପ୍ରଭାବରୁ କିଶୋରାବସ୍ଥାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଚନ୍ଦ୍ରକାନ୍ତ ପ୍ରାୟ ଏକ ଦଶନ୍ଧି ହେଲା ଗୁରୁଣ୍ଡି ଗୁରୁଣ୍ଡି ଚାଲିବା ସହ ପ୍ରବଳ ଯନ୍ତ୍ରଣା ଭୋଗୁଥିଲେ। ଏନ୍‌ଏଫ୍‌-୧ ଶରୀରର ଗତିଶୀଳ କ୍ଷମତାକୁ ପ୍ରଭାବିତ କରିବା ଦ୍ୱାରା ତାଙ୍କ ଦେହରେ ବଢୁଥିବା ଏକାଧିକ ଟ୍ୟୁମର ତାଙ୍କର ମେରୁଦଣ୍ଡକୁ ପ୍ରଭାବିତ କରିଥିଲା। ଫଳରେ ସେ ସ୍କୋଲିଓସିସ୍‌ରେ ପୀଡିତ ହୋଇଥିଲେ ଓ ଟ୍ୟୁମର୍‌ ଧୀରେ ଧୀରେ ବଢି ଚାଲିଥିଲା। ଏହାଦ୍ୱାରା ଇଣ୍ଟ୍ରାଟ୍ୟୁମୋରାଲ ବ୍ଲିଡିଙ୍ଗ୍‌ ହୋଇ ପ୍ରାୟ ୨ଲିଟର ରକ୍ତ ସଞ୍ଚତ୍ତ ହୋଇଥିଲା, ଯାହାକି ପରେ ଆନେମିଆର କାରଣ ହୋଇଥିଲା। ତେବେ ବି.ଆର୍‌. ଲାଇଫ୍‌ କଳିଙ୍ଗ ହସ୍ପିଟାଲର ଲାପାରୋସ୍କୋପିକ୍‌ ସର୍ଜନ୍‌ ଡା. ରମ୍ୟରଞ୍ଜନ ବେହେରାଙ୍କ ଦ୍ୱାରା ବିପଦପୂର୍ଣ୍ଣ ତଥା ଜଟିଳ ଅସ୍ତ୍ରୋପଚାର କରାଯାଇ ଚନ୍ଦ୍ରକାନ୍ତଙ୍କ ଶରୀରରୁ ଉକ୍ତ ଟ୍ୟୁମରକୁ ବାହାର କରାଯାଇଛି। ଅତ୍ୟାଧୁନିକ ସର୍ଜିକାଲ ଟେକ୍ନୋଲୋଜିର ବ୍ୟବହାର ଦ୍ୱାରା ଟ୍ୟୁମର୍‌କୁ ସଫଳତାର ସହ ବାହାର କରାଯାଇଥିବା ଜଣାପଡ଼ିଛି।
ନ୍ୟୁରୋଫାଇବ୍ରୋମାଟୋସିସ୍‌ ଟାଇପ୍‌-୧ ହେଉଛି ଏକ ଜେନେଟିକ୍‌ ଅବସ୍ଥା ହୋଇଥିବାବେଳେ ଏହାଦ୍ୱାରା ରୋଗୀଙ୍କ ତ୍ୱଚାର ରଙ୍ଗରେ ପ୍ରଥମେ ପରିବର୍ତ୍ତନ ଦେଖାଯାଇଥାଏ। ତ୍ୱଚାର ସ୍ନାୟୁ, ମସ୍ତିଷ୍କ ଓ ଶରୀରର ଅନ୍ୟ ଅଂଶରେ ଏକାଧିକ କ୍ଷୁଦ୍ର ଓ ନରମ ଟ୍ୟୁମର ବଢିବା ଭଳି ଲକ୍ଷଣ ଦ୍ୱାରା ଏହାକୁ ଚିହ୍ନଟ କରାଯାଇଥାଏ। ୫୦ ପ୍ରତିଶତ ମାମଲାରେ ଏହା ପ୍ରଭାବିତ ପିତାମାତାଙ୍କ ଶରୀରରୁ ଜଣେ ବ୍ୟକ୍ତିଙ୍କ ଶରୀରକୁ ଯାଇଥାଏ। ଅନ୍ୟ କିଛି ମାମଲାରେ ଏକ ନୂଆ ପରିବର୍ତ୍ତନ କାରଣରୁ ଏହା ଲୋକଙ୍କଠାରେ ସୃଷ୍ଟି ହୋଇଥାଏ। ଏହି ରୋଗରେ ପୀଡିତ ଲୋକଙ୍କଠାରେ ଅଣ-କ୍ୟାନ୍‌ସରଯୁକ୍ତ ଓ କ୍ୟାନ୍‌ସରଯୁକ୍ତ ଟ୍ୟୁମର ହେବାର ଆଶଙ୍କା ରହିଥାଏ। ଶୀଘ୍ର ଚିହ୍ନଟ ଦ୍ୱାରା ଚିକିତ୍ସା ମାଧ୍ୟମରେ ଏହାକୁ ଭଲ କରାଯାଇପାରେ ବୋଲି ଡା. ରମ୍ୟରଞ୍ଜନ କହିଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri