ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣା: ୩ ଗିରଫ, ୨ ଖଣ୍ଡା ଜବତ

ବ୍ରହ୍ମପୁର ଅଫିସ,୧୭।୫: ଗଞ୍ଜାମ ଜିଲା ବଡବଜାର ପୋଲିସ ଗୁରୁବାର ରାତିରେ ଟୁଟୁ ହାତୀ ହତ୍ୟାଉଦ୍ୟମ ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୨ଟି ଖଣ୍ଡା ଜବତ ହୋଇଛି। ତେବେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଟୁଟୁଙ୍କୁ ଏଭଳି ମରଣାନ୍ତକ ଆକ୍ରମଣ କରାଯାଇଥିବା ପୋଲିସ ସ୍ପଷ୍ଟ କରିଛି। ଉକ୍ତ ଘଟଣାରେ ଗିରଫ ୩ ଅଭିଯୁକ୍ତଙ୍କ ବ୍ୟତୀତ ଅନ୍ୟ କେଉଁମାନଙ୍କର ହାତ ଅଛି ସେ ନେଇ ପୋଲିସ ଖୋଳତାଡ଼ କରୁଛି ।
ପ୍ରକାଶ ଯେ, ଟୁଟୁ ଗୁରୁବାର ରାତିରେ କୌଣସି କାମରେ ଯାଉଥିବା ବେଳେ ତାଙ୍କୁ ବଡବଜାର ଥାନା ଅନ୍ତର୍ଗତ ଗୌଡସାହି ନିକଟରେ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଥିଲା। ଏହି ଘଟଣା ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ବିଳମ୍ବିତ ରାତ୍ରରେ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଛି ।

Share