Categories: ଜାତୀୟ

ଯୁବକଙ୍କୁ ଫାଶୀ ଦଣ୍ଡାଦେଶ

ମୁମ୍ବାଇ, ୨୦ା୨(ପି.ଟି.): ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟାକରିବା ଅଭିଯୋଗରେ ମହାରାଷ୍ଟ୍ରର ପରଭାଣୀ ଜିଲା କୋର୍ଟ ଦୋଷୀ ବିଷ୍ଣୁ ଗୋରେ(୩୦)ଙ୍କୁ ବୁଧବାର ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ବଣୁଆ ପଶୁଠାରୁ ବି ନାବାଳିକାଟିକୁ ଭୟଙ୍କର ଭାବେ ବଳାତ୍କାର ପରେ ହତ୍ୟା କରାଯାଇଥିବା ସ୍ବତନ୍ତ୍ର ବିଚାରପତି (ପୋକ୍ସୋ ମାମଲା) ଜଷ୍ଟିସ ଏସ୍‌.ଜି. ଇନାମ୍‌ଦାର ମତବ୍ୟକ୍ତ କରି ଦଣ୍ଡାଦେଶ ଦେଇଛନ୍ତି। ୫ ବର୍ଷୀୟା ଝିଅ ଜଣକ ପରଭାଣୀରେ ଶ୍ରମିକ ଭାବେ କାର୍ଯ୍ୟକରୁଥିବା ନିଜ ଜେଜେବାପା-ଜେଜେ ମା’ଙ୍କ ପାଖରେ ରହୁଥିଲେ। ୨୦୧୬ ଅକ୍ଟୋବର ୨୭ରେ ତାଙ୍କୁ ଘରେ ନ ପାଇବାରୁ ସେମାନେ ସୋନ୍‌ପେଟ ଥାନାରେ ରିପୋର୍ଟ ଦେଇଥିଲେ। ପରେ ପୋଲିସ ନାବାଳିକାଙ୍କ ମରଶରୀର ଏକ ବିଲରୁ ପାଇ ତଦନ୍ତ କରିଥିଲା। ଅଭିଯୁକ୍ତ ବିଷ୍ଣୁଙ୍କୁ ଗିରଫ କରାଯାଇ ମାମଲା ଚାଲିଥିଲା। ବିଷ୍ଣୁ ଜଣେ ଶ୍ରମିକ ଓ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର କରି ମାରି ବିଲରେ ଫିଙ୍ଗି ଦେଇଥିବା ଜଣାପଡ଼ିଥିଲା। ୨୩ ସାକ୍ଷୀଙ୍କ ବୟାନ ଓ ପ୍ରମାଣକୁ ଆଧାର କରି କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି।

Share