ଭଦ୍ରକ ଅଫିସ, ୨୧।୯ – ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଉତରାଗଡ଼ିଆ ପାଟଣାରେ ଗୁରୁବାର ରାତିରେ ବିଜୟ ବେହେରା ନାମକ ଜଣେ ଯୁବକଙ୍କୁ ଲୁହାରଡ୍ରେ ପିଟିପିଟି ହତ୍ୟା କରାଯାଇଛି। ଏହି ଘଟଣାରେ ପୋଲିସ ୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ମୃତ ବିଜୟଙ୍କ ସାନଭାଇ ଯୁଧିଷ୍ଠିରଙ୍କ ଏତଲା କ୍ରମେ ପୋଲିସ ମାମଲା(ନଂ. ୫୧୪/୧୯) ରୁଜୁ କରି ତଦନ୍ତ ଚଳାଇଛି। ମୃତଦେହ ବ୍ୟବଚ୍ଛେଦ ପରେ ଶୁକ୍ରବାର ଅପରାହ୍ନରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଗଁ।ରେ ଶୋକାକୁଳ ପରିବେଶ ମଧ୍ୟରେ ବିଜୟଙ୍କ ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ ହୋଇଥିଲା।
ବିଜୟ ନିଜ ଗୃହ ନିର୍ମାଣ ପାଇଁ ଦୁଇଦିନ ପୂର୍ବେ ବାଲି ଆଣି ରାସ୍ତା ଉପରେ ରଖିଥିଲେ। ଗ୍ରାମର ଗୁରୁ ମହାରଣା ଓ ତାଙ୍କ ସହଯୋଗୀ ଏହାକୁ ବିରୋଧ କରୁଥିଲେ। ଗୁରୁବାର ରାତିରେ ବିଜୟଙ୍କ ସହ ଗୁରୁ ଓ ତାଙ୍କ ପରିବାର ଲୋକଙ୍କର ହାତାହାତି ହୋଇଥିଲା। ପରେ ଏହା ଉଗ୍ରରୂପ ନେଇଥିଲା। ଗୁରୁଙ୍କ ସହଯୋଗୀମାନେ ଲୁହାରଡ୍ରେ ବିଜୟଙ୍କୁ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ବିଜୟଙ୍କୁ ଜିଲା ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆକ୍ରମଣକାରୀ ଗୁରୁ ଓ ତାଙ୍କ ସହଯୋଗୀଙ୍କ ନାମରେ ମାମଲା ରୁଜୁ କରାଯାଇଛି। ଗଁା ଏବେ ପୁରୁଷଶୂନ୍ୟ ହୋଇପଡ଼ିଛି। ଅଭିଯୁକ୍ତମାନେ ଫେରାର ଥିବା ଥାନାଧିକାରୀ ପ୍ରଭାଂସୁ ମିଶ୍ର ସୂଚନା ଦେଇଛନ୍ତି।
୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….
ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…
ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….
ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…
ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା, ଅଭିଯୁକ୍ତ ଗିରଫ
ଚାନ୍ଦବାଲି, ୩୦ା୩(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଞ୍ଚଳର ଜଣେ ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା ହେବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ…
ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ
ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…
କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..
ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…
ଯାତ୍ରୀବାହୀ ବସରେ ଅଧିକ ଭଡ଼ାକୁ ନେଇ ପ୍ରତିବାଦ, ତିହିଡି଼ ଜନସାଧାରଣ ଅଧିକାର ମଞ୍ଚ ପକ୍ଷରୁ ବସରୋକୋ
ତିହିଡି଼,୩୧।୩(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଚଳାଚଳ କରୁଥିବା ଯାତ୍ରୀବାହୀ ବସରେ ଧାର୍ଯ୍ୟ ଭଡ଼ା ଠାରୁ ୨ଗୁଣ ଅଧିକ ନିଆଯାଉଥିବା ନେଇ ଅଭିଯୋଗ ହୋଇଛି । ଏହାର…
ଧାନ ସଂଗ୍ରହ କଣ୍ଟକୁ ଦିନେ, ଜିଦିରେ ଅଟଳ ଚାଷୀ
ବାହାନଗା/ତିହିଡ଼ି/ ଭଣ୍ଡାରିପୋଖରୀ, ୩୦ା୩ (ଅରୂପ କୁମାର ଦାସ/ସଞ୍ଜିତ ବଳ/ ରାଜେନ୍ଦ୍ର ଶତପଥୀ ): ବାଲେଶ୍ୱର ଜିଲା ବାହାନଗା ବ୍ଲକ୍ ଖନ୍ତାପଡ଼ାଠାରେ ଚାଷୀ ଅସନ୍ତୋଷ ଦେଖିବାକୁ ମିଳିଛି। ଟୋକନ…
ମଣ୍ଡିରେ ପଡିରହି ଗଜା ମାରିଲାଣି ଧାନ: ବସ୍ତା ରଖି ଚାଷୀଙ୍କ ରାଜ୍ୟ ରାଜପଥ ଅବରୋଧ
ତିହିଡି଼,୨୯।୩(ସଞ୍ଜିତ ବଳ):ମଣ୍ଡିରେ ପଡ଼ି ବର୍ଷା ଖାଇ ଧାନ ଗଜା ମାରିଲାଣି । ହେଲେ ଯୋଗାଣ ବିଭାଗ ଅଥବା ମିଲରଙ୍କ ଏଥିପ୍ରତି ଭ୍ରୁକ୍ଷେପ ନାହିଁ । ଯାହାଫଳରେ ଚାଷୀମାନେ…
Archives

