Categories: ଜାତୀୟ

ଯୁଦ୍ଧ ବେଳେ ଯବାନଙ୍କୁ ସାହାଯ୍ୟ କରିବ ‘ଆଇରନ୍‌ ମ୍ୟାନ’ ସୁଟ୍‌

ବାରାଣସୀ,୧୯।୧୧: ଉତ୍ତର ପ୍ରଦେଶ ବାରାଣସୀର ଯୁବକ ଅଶୋକ ଚୌରାସିଆ ଏମିତି ଏକ ସୁଟ୍‌ ତିଆରି କରିଛନ୍ତି ଯାହା ଏବେ ଚର୍ଚ୍ଚାକୁ ଆସିଛି। ବାରାଣସୀର ଏକ ଘରୋଇ ସଂସ୍ଥାରେ କାମ କରୁଥିବା ଅଶୋକ ଏବେ ଯୁଦ୍ଧ ବେଳେ ଯବାନମାନଙ୍କୁ ସୁରକ୍ଷା ଦେବାଭଳି ଏକ ‘ଆଇରନ୍‌ ମ୍ୟାନ’ ସୁଟ୍‌ ତିଆରି କରିଛନ୍ତି। ସେ କହିଛନ୍ତି ଉକ୍ତ ସୁଟ୍‌ ଏନ୍‌କାଉଣ୍ଟର ସମୟରେ ଅବା ଯୁଦ୍ଧ ସମୟରେ ଶତ୍ରୁଙ୍କୁ ସାମ୍ନା କରିବା ବେଳେ ଯବାନଙ୍କୁ ସୁରକ୍ଷା ଦେବ। ଏଥିରେ ଗିୟର ଓ ମୋଟର ଲାଗିବା ସହ ଏହା ମୋବାଇଲ ସହ ସଂଯୁକ୍ତ ଅଛି। ଫଳରେ ଏହାକୁ ରିମୋଟରେ ଚଳାଇ ହେବ। ଏମିତିକି ଏଥିରେ ଥିବା ସେନ୍‌ସର୍‌ ପଛରୁ ଆକ୍ରମଣ ଉଦ୍ୟମ କରୁଥିବା ଶତ୍ରୁ ସମ୍ପର୍କରେ ସୂଚନା ଦେବ ବୋଲି ଅଶୋକ କହିଛନ୍ତି। ଟିଣରେ ତିଆରି ହୋଇଥିବା ଏହି ସୁଟ୍‌ ‘ଜୁଗାଡ’ ଟେକ୍ନୋଲୋଜି ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏହାକୁ ଅଧିକ ଉନ୍ନତ କରି ତିଆରି କରିବାକୁ ସେ ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛନ୍ତି।

Share