ଯୁକ୍ତ ୩ ପରୀକ୍ଷା ଫି’ ବୃଦ୍ଧି ପ୍ରତିବାଦ: କଲେଜ ପରିସରରେ ନିଆଁ

ବସ୍ତା,୧୮।୯(ସ୍ବ.ପ୍ର.): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀନାରାୟଣ କଲେଜରେ ବୁଧବାର ଛାତ୍ର ଅଶାନ୍ତି ଦେଖାଦେଇଛି। କଲେଜର ଯୁକ୍ତ ୩ ପରୀକ୍ଷା ଫି’ ଅହେତୁକ ବୃଦ୍ଧି ପ୍ରତିବାଦରେ କଲେଜ ଛାତୀଛାତ୍ର ମୁଖ୍ୟ ଫାଟକ ବନ୍ଦ କରିବା ସହ ଆନ୍ଦୋଳନ ଜାରି ରଖିଛନ୍ତି। ମିଳିଥିବା ସୂଚନାନୁଯାୟୀ, କଲେଜରେ ପରୀକ୍ଷା ଫି’ ୧୫୦୦ରୁ ୨୦୦୦ ଥିବା ସମୟରେ ଚଳିତ ବର୍ଷ ୩୦୦୦ ଟଙ୍କା ନିଆଯାଉଛି। ଏହାର ପ୍ରତିବାଦରେ ଛାତ୍ରୀଛାତ୍ର କଲେଜ ପରିସରରେ ନିଆଁ ଜାଳିଥିବା ଦେଖିବାକୁ ମିଳିଛି। ତେବେ ଏହି ସମୟରେ ଅଧ୍ୟକ୍ଷ ଅନୁପସ୍ଥିତ ଥିବା ଜଣାପଡ଼ିଛି।