ଯୁକ୍ତ ୩ ନାମଲେଖା: ପ୍ରଥମ କଟ୍‌ ଅଫ୍‌ ମାର୍କ ପ୍ରକାଶିତ

ଭୁବନେଶ୍ୱର, ୧୮।୭(ବ୍ୟୁରୋ): ଯୁକ୍ତ ୩ ପ୍ରଥମ ବର୍ଷରେ ନାମଲେଖା ପାଇଁ ଗୁରୁବାର ପ୍ରଥମ ପର୍ଯ୍ୟାୟ କଟ୍‌ ମାର୍କ ପ୍ରକାଶ ପାଇଛି। ପ୍ରଥମ ପର୍ଯ୍ୟାୟରେ ୨ ଲକ୍ଷ ୧୦ ହଜାର ୪୪୬ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସେଥିମଧ୍ୟରୁ ପ୍ରଥମ କଟଅଫ୍‌ ମାର୍କରେ ୧ ଲକ୍ଷ ୮୮ ହଜାର ୨୨୨ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟ କଟଅଫରେ ବିଜେବି କଲେଜରେ ବିଜ୍ଞାନ ସମ୍ମାନ (ଗଣିତ) ସର୍ବାଧିକ ୯୩.୫%, ଜୁଲୋଜିରେ ସର୍ବାଧିକ ୯୧.୫%, ଫିଜିକ୍ସରେ ସର୍ବାଧିକ ୯୨.୬୭%, କେମିଷ୍ଟ୍ରିରେ ସର୍ବାଧିକ ୯୦.୮% କଟ୍‌ ଅଫ୍‌ ରହିଛି। ସେହିପରି ବିଜେବି କଲେଜରେ ବାଣିଜ୍ୟ ସମ୍ମାନରେ ସର୍ବାଧିକ ୮୫.୮୩%, କଳା ସମ୍ମାନ (ଭୁଗୋଳ) ସର୍ବାଧିକ ୮୯%, ବିଜେବି କଲେଜରେ କଳା ସମ୍ମାନ (ଅର୍ଥନୀତି) ୮୫%, ବିଜେବି କଲେଜରେ କଳା ସମ୍ମାନ (ଇଂରାଜୀ) ୮୩.୬୭% କଟ୍‌ ଅଫ୍‌ ରହିଛି। ମନୋନୀତ ଛାତ୍ରୀଛାତ୍ରମାନେ ୧୯ରୁ ୨୩ ତାରିଖ ମଧ୍ୟରେ ନାମ ଲେଖାଇବେ। ୧୯ରୁ ୨୪ତାରିଖ ମଧ୍ୟରେ ଆନେକ୍ସର-୭ ଅନ୍‌ଲାଇନ୍‌ରେ ଡିପୋଜିଟ୍‌ କରିବେ। ୨୫ ତାରିଖରେ ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଥିବା ଛାତ୍ରୀଛାତ୍ରଙ୍କ ତଥ୍ୟ ପ୍ରକାଶ ପାଇବ। ଅଗଷ୍ଟ ୫ରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ (କଟ୍‌ ଅଫ୍‌ ମାର୍କ) ପ୍ରକାଶ ପାଇବ। ଅଗଷ୍ଟ ୧୨ରେ ଦ୍ୱିତୀୟ ପର୍ଯ୍ୟାୟରେ ନାମ ଲେଖାଇଥିବା ଛାତ୍ରୀଛାତ୍ରଙ୍କ ତଥ୍ୟ ପ୍ରକାଶ ପାଇବ। ଅଗଷ୍ଟ ୨୪ ଯୁକ୍ତ ୩ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ। ସୂଚନାଯୋଗ୍ୟ, ଗତ ଜୁନ୍‌ ୨୪ରୁ ଜୁଲାଇ ୮ ମଧ୍ୟରେ ଯୁକ୍ତ୩ ପ୍ରଥମ ବର୍ଷ ନାମଲେଖା ପାଇଁ ଛାତ୍ରୀଛାତ୍ରମାନେ ଆବେଦନ କରିଥିଲେ। ରାଜ୍ୟରେ ୧୦୪୭ ଡିଗ୍ରୀ କଲେଜରେ ନାମଲେଖା ପାଇଁ ଚଳିତବର୍ଷ ୨,୧୬, ୫୩୪ଜଣ ଛାତ୍ରୀଛାତ୍ର ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨,୧୪,୮୭୩ଜଣ ଛାତ୍ରୀଛାତ୍ର ଅନ୍‌ଲାଇନ୍‌ରେ ଫି’ ଡିପୋଜିଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ନେଇ ପରିହାସ କଲା ଇରାନ, ଚେତାବନୀ ଦେଇ କହିଲା ନର୍କର ଦ୍ବାର…

ତେହେରାନ,୫।୪: ଇରାନର କେନ୍ଦ୍ରୀୟ ସାମରିକ କମାଣ୍ଡ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ପ୍ରତ୍ୟାଖ୍ୟାନ କରିଛି । ଇରାନ କେବଳ ଟ୍ରମ୍ପଙ୍କ ଧମକକୁ ଅଣଦେଖା…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫।୪: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri