ଯୁକ୍ତ ୨ ପ୍ରଥମବର୍ଷ ପରୀକ୍ଷା ବାତିଲ

ବ୍ରହ୍ମପୁର ଅଫିସ,୨୦ା୧୨- ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନ ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରୀଙ୍କ ପାଇଁ ଅନୁଷ୍ଠିତ ଅର୍ଦ୍ଧବାର୍ଷିକ ପରୀକ୍ଷା କେବଳ ନାମକୁ ମାତ୍ର। କଲେଜ କର୍ତ୍ତୃପକ୍ଷ ହାତରେ ଏହି ପରୀକ୍ଷା କରାଇବା ନେଇ ପରିଷଦ ଦାୟିତ୍ୱ ନ୍ୟସ୍ତ କରିଛି। କିନ୍ତୁ ପରୀକ୍ଷା ନିୟନ୍ତ୍ରଣ ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷ ଖାମଖିଆଲ ନୀତିରେ ଆୟୋଜନ କରୁଛନ୍ତି। ଏପରିକି ପରୀକ୍ଷା ନିୟମାବଳୀକୁ ମଧ୍ୟ ପାଳନ କରୁ ନ ଥିବା ଅଭିଯୋଗ ହୋଇଛି। ଏପରି ଏକ ଉଦାହରଣ ଗୁରୁବାର ଦେଖିବାକୁ ମିଳିଛି ବ୍ରହ୍ମପୁର ମହାମାୟୀ ମହିଳା କଲେଜରେ। ଗୁରୁବାର ଯୁକ୍ତ ଦୁଇ ବିଜ୍ଞାନ, ବାଣିଜ୍ୟ, କଳା ପ୍ରଥମ ବର୍ଷ ଓଡ଼ିଆ ଓ ଇଂଲିଶର ଅର୍ଦ୍ଧବାର୍ଷିକ ପରୀକ୍ଷା ପାଇଁ ଦୁଇଦିନ ପୂର୍ବରୁ ନୋଟିସ ହୋଇଥିଲା। ଗୁରୁବାର ଛାତ୍ରୀମାନେ ପହଞ୍ଚିବା ବେଳେ ପରୀକ୍ଷା ଆୟୋଜନ ନେଇ କର୍ତ୍ତୃପକ୍ଷ କୌଣସି ପ୍ରସ୍ତୁତି କରି ନ ଥିବାରୁ ନିରାଶ ହୋଇ ଫେରିବାକୁ ପଡିଛି। ଫଳରେ ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ଅଧ୍ୟକ୍ଷ ଡ. କୃଷ୍ଣ ପ୍ରସାଦ ମହାପାତ୍ରଙ୍କ ସହ ଯୋଗାଯୋଗ ବେଳେ ସେ କହିଛନ୍ତି, ବୁଧବାର ରାତିରେ ବିଦ୍ୟୁତ୍‌କାଟ ଯୋଗୁ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇପାରି ନ ଥିଲା। ଫଳରେ ପରୀକ୍ଷାକୁ ଆସନ୍ତା ୨୩ ତାରିଖକୁ ଘୁଞ୍ଚାଇ ଦିଆଯାଇଥିବା ଅଧ୍ୟକ୍ଷ ସୂଚାଇଛନ୍ତି। ଏଥିସହ ପରୀକ୍ଷା ଆୟୋଜନ ସମ୍ପର୍କରେ ପଚରାଯିବାରୁ ସେ କହିଛନ୍ତି, ଯୁକ୍ତ ୨ ପ୍ରଥମ ବର୍ଷ ଅର୍ଦ୍ଧବାର୍ଷିକ ପରୀକ୍ଷା କଲେଜ ହାତରେ ଉଚ୍ଚଶିକ୍ଷା ମାଧ୍ୟମିକ ପରିଷଦ ନ୍ୟସ୍ତ କରିଛି। ସେହି ଅନୁସାରେ ଏହାକୁ କ୍ଲାସ ଟେଷ୍ଟ ଭାବେ କରାଯାଉଥିବା ଅଧ୍ୟକ୍ଷ କହିଛନ୍ତି। ଛାତ୍ରୀଙ୍କ ଭବିଷ୍ୟତ ଗଠନ କ୍ଷେତ୍ରରେ ଯୁକ୍ତ ୨ ବାଣିଜ୍ୟ, ବିଜ୍ଞାନ, କଳା ପାଠ୍ୟକ୍ରମ ବହୁ ଗୁରୁତ୍ୱପୂର୍ଣ୍ଣ।
କିନ୍ତୁ ଏହି ଦୁଇବର୍ଷିଆ ପାଠ୍ୟକ୍ରମ ମଧ୍ୟରେ ପ୍ରଥମ ବର୍ଷରେ ଅନୁଷ୍ଠିତ ଅର୍ଦ୍ଧବାର୍ଷିକ ଓ ବାର୍ଷିକ ପରୀକ୍ଷାକୁ କଲେଜ କର୍ତ୍ତୃପକ୍ଷ ଖାମଖିଆଲ ଭାବେ ନେଉଥିବା ଜଣାପଡିଛି। ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପ ନିର୍ଦ୍ଦେଶକ ଡ. କୁଳମଣି ଓଝାଙ୍କ କହିବାନୁଯାୟୀ, ଯୁକ୍ତ ୨ ପ୍ରଥମ ବର୍ଷ ଅର୍ଦ୍ଧବାର୍ଷିକ, ବାର୍ଷିକ ପରୀକ୍ଷା ଦାୟିତ୍ୱ କଲେଜ ହାତରେ ରହିଛି। ଏହି ପରୀକ୍ଷାକୁ ସେମାନେ ଆୟୋଜନର ନିୟମାବଳୀ ପ୍ରକାରେ କରିବାର ନିୟମ ରହିଛି। କିନ୍ତୁ ଏହାକୁ ଅନେକ କଲେଜ ଖାମଖିଆଲି ଭାବେ ଗ୍ରହଣ କରିବା ସହ ପ୍ରଥମ ବର୍ଷର ପରୀକ୍ଷା ଆୟୋଜନ ଉପରେ ଗୁରୁତ୍ୱ ଦେଉନାହାନ୍ତି।
ଫଳରେ ଛାତ୍ରୀଛାତ୍ରଙ୍କ ପାଇଁ ଯୁକ୍ତ ୨ ପ୍ରଥମ ବର୍ଷ ପରୀକ୍ଷା ମଧ୍ୟ ଏକ ନାମକୁମାତ୍ର ହୋଇ ରହିଯାଇଛି। ତେବେ ଏଥିପ୍ରତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବିଚାର କରି ପ୍ରଥମ ବର୍ଷର ଉଭୟ ପରୀକ୍ଷା ଆୟୋଜନକୁ ଗୁରୁତ୍ୱ ସହ ଗ୍ରହଣ କଲେ ଯୁକ୍ତ ୨ ଛାତ୍ରୀଛାତ୍ରଙ୍କ ଶିକ୍ଷାର ମାନ ଆହୁରି ଅଧିକ ସୁଦୃଢ଼ ହୋଇପାରିବ ବୋଲି ବୁଦ୍ଧିଜୀବୀମହଲରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସରକାରୀ ନିୟମକୁ ଫୁ’: କେବୁଲ ବିଛାପାଇଁ ଚାଲିଛି ରାସ୍ତାଖୋଳା, ଯାତାୟାତରେ ବାଧା

ତୁମୁଡିବନ୍ଧ,୧୦।୪(ଦୀପକ କୁମାର ପରାସେଠ): ବିଏସଏନଏଲ କେବୁଲ ବିଛା ପାଇଁ ରାସ୍ତା ଖୋଳାଯିବା ଫଳରେ ଯାତାୟାତରେ ବାଧା। ଜାଣିନାହାନ୍ତି ବିଭାଗୀୟ ଅଧିକାରୀ। ଗ୍ରାମବାସୀଙ୍କ ବିରୋଧ। ଧମକ ଦେଉଛି ଠିକାଦାର।…

ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ: ଶିଶୁ-ମାତୃ ମୃତ୍ୟୁ ହାର ହ୍ରାସ ଲକ୍ଷ୍ୟ

କେସିଙ୍ଗା ,୧୦।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷ ରବୀନ୍ଦ୍ର ଖଟୁଆଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ପାଳିତ ହୋଇ ଯାଇଥିଲା।…

ହୁମ୍ମା ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ବିନାୟକ ଦାସ: ଟ୍ରାଫିକ-ଆଇନ ଶୃଙ୍ଖଳାକୁ ପ୍ରାଥମିକତା

ଗଞ୍ଜାମ,୧୦।୪(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନସ୍ଥ ହୁମ୍ମା ଫାଣ୍ଡିର ନୂତନ ଫାଣ୍ଡି ଅଧିକାରୀ ଭାବେ ବିନାୟକ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ…

ଭାଲିଡେସନ ଆକ୍ଟକୁ ନେଇ ପେନସନଭୋଗୀଙ୍କ ମନରେ ଭୟ: ବିରୋଧ କଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ଦିଗପହଣ୍ଡି ଅବସରପ୍ରାପ୍ତ କର୍ମଚାରୀ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri