ଯୁକ୍ତ ୨ ପରୀକ୍ଷା ଖାତା ନ ଦେଖିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ଆସନ୍ତା ଏପ୍ରିଲ ପ୍ରଥମ ସପ୍ତାହରୁ +୨ ପରୀକ୍ଷା ଖାତା ଦେଖା ଆରମ୍ଭ ହେବ। ମେ’ ଶେଷ ସପ୍ତାହରେ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇବ। ପରେ ଜୁନ ପ୍ରଥମ ସପ୍ତାହରେ କଳା ଓ ବାଣିଜ୍ୟ ଫଳ ପ୍ରକାଶ ପାଇବ। ତେବେ ଖାତା ନ ଦେଖିଲେ ସମ୍ପୃକ୍ତ ଅଧ୍ୟାପକ/ଅଧ୍ୟାପିକାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦାୟିତ୍ୱରେ ଥିବା ଅଧ୍ୟାପକ ଖାତା ଦେଖାରେ ଯୋଗ ନଦେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୁଧବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି। ଏଥିସହ କପି ମୁକ୍ତ ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭିକୁ ବାଧ୍ୟତାମୂଳକ କରାଯାଇଥିବା ସେ କହିଛନ୍ତି।