ଯୁକ୍ତ୨ ସପ୍ଲିମେଣ୍ଟାରି ପରୀକ୍ଷା ଫଳ: ପାସ୍‌ ହାର ୭୪.୮୪%

ଭୁବନେଶ୍ୱର, ୭ା୮(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ୨ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ମୋଟ ପାସ୍‌ ହାର ୭୪.୮୪% ରହିଛି। ଏଥିମଧ୍ୟରେ କଳା ବିଭାଗରେ ୮୨.୬%, ବିଜ୍ଞାନରେ ୬୭.୭%, ବାଣିଜ୍ୟରେ ୮୭.୩୭% ଓ ଧନ୍ଦାମୂଳକ ଶିକ୍ଷାରେ ୩୫.୭% ପାସ୍‌ହାର ରହିଛି। ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିବା ଛାତ୍ରୀଛାତ୍ରମାନେ www.orissaresults.nic.in ଓ www.chseodisha.nic.in ଓ୍ବେବ୍‌ସାଇଟ୍‌ରେ ରେଜଲ୍ଟ ଦେଖିପାରିବେ। ସୂଚନାଯୋଗ୍ୟ, ଗତ ଜୁଲାଇ ୧୮ରୁ ୨୦ତାରିଖ ମଧ୍ୟରେ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।