ଯୁକ୍ତ୨ ବିଜ୍ଞାନରେ ଶୂନ ଫଳାଫଳ କରିଥିବା ୯ କଲେଜ ଉପରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୯ା୬(ବ୍ୟୁରୋ)- ଯୁକ୍ତ୨ ବିଜ୍ଞାନ ପରୀକ୍ଷାରେ ଶୂନ ରେଜଲ୍ଟ କରିଥିବା ୯ କଲେଜ ଉପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେଗୁଡ଼ିକ ହେଲା ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ ମଣ୍ଡଳସ୍ଥିତ ଶ୍ରୀଜଗନ୍ନାଥ ଦେବ ହାଇସ୍କୁଲ, ଅନୁଗୋଳ ଜିଲା ଗାନ୍ଧୀମାର୍ଗସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ହାୟର ସେକେଣ୍ଡାରୀ ସ୍କୁଲ, ଢେଙ୍କାନାଳ ଜିଲା ସଦର ବ୍ଲକ୍‌ର ସରାଖିଆସ୍ଥିତ ହାୟର ସେକେଣ୍ଡାରୀ ସ୍କୁଲ ଅଫ୍‌ ଆର୍ଟ ଆଣ୍ଡ କଲ୍‌ଚର, ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ବେଲଗୁଣ୍ଠା ଓ୍ବିମେନ୍ସ ହାୟର ସେକେଣ୍ଡାରୀ ସ୍କୁଲ, ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ କେ. ପି. ଡି. ଓ୍ବିମେନ୍ସ ହାୟର ସେକେଣ୍ଡାରୀ ସ୍କୁଲ, ଭୁବନେଶ୍ୱରର ଏସ୍‌.ଆର୍‌.ଏମ୍‌. ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲ, ଭୁବନେଶ୍ୱରର ନାନୋ ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲ, ସମ୍ବଲପୁରସ୍ଥିତ ଶ୍ରୀ ଅରବିନ୍ଦ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଟିଗ୍ରାଲ ଏଜୁକେଶନ ଆଣ୍ଡ୍‌ ରିସର୍ଚ୍ଚ, ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ରାଉରକେଲା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ ହାୟର ସେକେଣ୍ଡାରୀ ସ୍କୁଲ। କାର୍ଯ୍ୟାନୁଷ୍ଠାନ ସ୍ବରୂପ ୬ଟି କଲେଜରେ ନାମଲେଖା ଉପରେ ରୋକ୍‌ ଲଗାଯାଇଥିବାବେଳେ ବାକି ୩ଟି କଲେଜ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ନାମଲେଖା ବନ୍ଦ ନିର୍ଦ୍ଦେଶ ଦିଆଯାଇଥିବା କଲେଜଗୁଡିକ ମଧ୍ୟରୁ ୪ଟିରେ ଗତବର୍ଷଠାରୁ ନାମଲେଖା ବନ୍ଦ ରହିଛି। ତେବେ ବଲାଙ୍ଗୀର ଜିଲା ବେଲପଡ଼ାର ଶ୍ରୀଜଗନ୍ନାଥ ଦେବ ହାଇସ୍କୁଲ ଓ ନୟାଗଡ଼ ଜିଲା ଦଶପଲାସ୍ଥିତ କେ.ପି.ଡି. ଓ୍ବିମେନ୍ସ ହାୟର ସେକେଣ୍ଡାରୀ ସ୍କୁଲରେ ଚଳିତ ବର୍ଷଠାରୁ ନାମଲେଖା ଉପରେ ରୋକ୍‌ ଲଗାଯାଇଥିବା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।