ଯୁକ୍ତ୨ ପରୀକ୍ଷା ଆରମ୍ଭ: ଢେଙ୍କାନାଳର ୪୨ ପରୀକ୍ଷା କେନ୍ଦ୍ରରେ ୭ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଦେବେ ପରୀକ୍ଷା

ଢେଙ୍କାନାଳ ଅଫିସ,୩।୩: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନ ବିଜ୍ଞାନ ବିଭାଗର ମାତୃଭାଷା ଓଡ଼ିଆ ପରୀକ୍ଷା ରହିଛି। ତେବେ ଢେଙ୍କାନାଳ ଜିଲାର ୪୨ ପରୀକ୍ଷା କେନ୍ଦ୍ରରେ ୭ହଜାରରୁ ଊର୍ଦ୍ଧ୍ୱ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଏହି କେନ୍ଦ୍ରଗୁଠିକରେ ସିସିଟିଭି ବ୍ୟବସ୍ଥା ମଧ୍ୟ କରାଯାଇଛି। ପରୀକ୍ଷା ଦେବା ଲାଗି ଜିଲା ଜୁନିୟର କଲେଜକୁ ଛାତ୍ରୀଛାତ୍ର ଧାଡ଼ି ବାନ୍ଧି ଯାଉଥିବା ଦେଖିବାକୁ ମିଳିଛି।