Posted inଖେଳ

ଯିଏ ଆମ ସର୍ତ୍ତ ମାନିନେବେ ଆମେ ତାଙ୍କୁ ସହଯୋଗ କରିବୁ: ଜେଜେପି

ଚଣ୍ଡିଗଡ,୨୫।୧୦: ଜନନାୟକ ଜନତା ପାର୍ଟି(ଜେଜେପି) ନେତା ଦୁଷ୍ୟନ୍ତ ଚୌତାଲା ଶୁକ୍ରବାର ତାଙ୍କ ପିତା ଅଜୟ ଚୌତାଲାଙ୍କୁ ତିହାର ଜେଲ୍‌ରେ ସାକ୍ଷାତ୍‌ କରିଛନ୍ତି। ଏହାପରେ ସେ ଏକ ଖବରଦାତା ସମ୍ମିଳନୀରେ ଯୋଗ ଦେଇ ହରିୟାଣାରେ ସରକାର ଗଠନକୁ ନେଇ କିଛି ମତ ରଖିଛନ୍ତି। ହରିୟାଣା ବିଧାନସଭା ନିର୍ବାଚନରେ ଜେଜେପି ତୃତୀୟ ନମ୍ବର ଦଳ ଭାବେ ଉଭା ହୋଇଛି। ଏବେ ସେଠାରେ ଭାଜପା କି କଂଗ୍ରେସ କାହାକୁ ସଂଖ୍ୟା ଗରିଷ୍ଠତା ନ ମିଳିବା ବେଳେ ଏମାନେ ସରକାର ଗଠନ ପାଇଁ ଜେଜେପି ବା ସ୍ବାଧିନ ପ୍ରାର୍ଥୀଙ୍କ ସହାୟତା ଲୋଡିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜେଜେପି ନେତା ଦୁଷ୍ୟନ୍ତ କହିଛନ୍ତି ଯେଉଁ ଦଳ ଆମ ସର୍ତ୍ତ ମାନିନେବ ଆମେ ତାକୁ ସହଯୋଗ କରିବୁ। ତାଙ୍କର କମନ ମିନିମମ ପ୍ରୋଗ୍ରାମରେ ସେ କହିଛନ୍ତି ହରିୟାଣାବାସୀଙ୍କ ପାଇଁ ଚାକିରି କ୍ଷେତ୍ରରେ ୭୫ ପ୍ରତିଶତ ସଂରକ୍ଷଣ ଓ ବାର୍ଦ୍ଧକ୍ୟ ଭତ୍ତା ରହିଛି। ଅନ୍ୟପଟେ ଭାଜପାକୁ ଆବଶ୍ୟକ ଥିବା ୬ଟି ଆସନ ପାଇଁ ସ୍ବାଧିନ ପ୍ରାର୍ଥୀଙ୍କ ସମର୍ଥନ ମିଳିଯାଇଥିବା ଜଣାପଡିଛି। ଯାହାକୁ ନେଇ ଭାଜପା ଶନିବାର ସରକାର ଗଠନ ଲାଗି ରାଜ୍ୟପାଳଙ୍କୁ ପ୍ରସ୍ତାବ ଦେବ ବୋଲି ହରିୟାଣା ଭାଜପା ପ୍ରଭାରୀ ଅନିଲ ଜୈନ ସୂଚନା ଦେଇଛନ୍ତି। ତେଣୁ ହରିୟାଣାରେ ସରକାର ଗଠନ ଲାଗି ବୋଧହୁଏ ଜେଜେପିର ଆବଶ୍ୟକତା ପଡି ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri