Categories: ଖେଳ

ଯାହା ବିରାଟ କୋହଲି କରିପାରି ନ ଥିଲେ, ତାହା କରିଦେଖାଇଲେ ରୋହିତ୍‌ ଶର୍ମା

ବିଶାଖପାଟଣା,୩।୧୦: ହିଟ୍‌ମ୍ୟାନ୍‌ ରୋହିତ ଶର୍ମାଙ୍କ ଟେଷ୍ଟ ମ୍ୟାଚରେ ଓପନିଂ କରିବାର ସୁଯୋଗ ମିଳିବା ମାତ୍ରେ ସେ ଏହାର ଭରପୂର ଫାଇଦା ଉଠାଇଛନ୍ତି। ଏହି ଟେଷ୍ଟରେ ସେ ୧୭୬ ରନର ପାଳି ଖେଳି ଅନେକ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍‌ ଡନ୍‌ ବ୍ରାଡ୍‌ମ୍ୟାନ୍‌ଙ୍କୁ ପଛରେ ପକାଇଥିବାବେଳେ ଅଧିନାୟକ ବିରାଟ କୋହଲିଙ୍କଠୁ ମଧ୍ୟ ଆଗରେ ଅଛନ୍ତି। ଘରୋଇ ମାଟିରେ ସେ ୧୦ଟି ଟେଷ୍ଟ ଖେଳି ୧୫ଟି ଇନିଂଶରୁ ମୋଟ ୮୮୪ରନ ସଂଗ୍ରହ କରି ବ୍ରାଡମ୍ୟାନଙ୍କ ଘରୋଇ ଆଭରେଜ(୯୮.୨୨) ସହ ସମକକ୍ଷ ହୋଇଛନ୍ତି। ସେହିପରି ରନ ମେଶିନ୍‌ କୁହାଯାଉଥିବା ବିରାଟ କୋହଲି ଭାରତରେ ୬୪.୬୮ ହାରରେ ରନ୍‌ ସଂଗ୍ରହ କରିଛନ୍ତି। ତେଣୁ ରୋହିତ ବିରାଟଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି।

Share