ଯାହା ପାଖକୁ ଯାଇଛି ତାକୁ ସର୍ବସ୍ବାନ୍ତ କରିଛି କୋହୀନୂର…

କୋହୀନୂର ହୀରା। ନୀଳ ରଙ୍ଗର ଏହି ହୀରା ସଭିଙ୍କୁ ଆକର୍ଷିତ କରିଥାଏ । ଉର୍ଦ୍ଦୁ ଭାଷାରେ ଏହାର ଅର୍ଥ ଔଜ୍ଜଲ୍ୟର ପାହାଡ଼। ତେବେ ଏହା ଯାହା ପାଖକୁ ଯାଇଛି ତାକୁ ସର୍ବସ୍ବାନ୍ତ କରିଛି । ଇତିହାସରେ କୋହୀନୂରକୁ ନେଇ ଅନେକ କାହାଣୀ ରହିଛି । ଖ୍ରୀଷ୍ଟପୂର୍ବ ୩୨ଶହରେ ଏହା ଏକ ନଦୀରୁ ମିଳିଥିବା କିଛି ଐତିହାସିକ ମତ ଦିଅନ୍ତି। ତେବେ ଅନେକ କୁହନ୍ତି ଏହା ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲାରେ ଥିବା ଗୋଲକୁଣ୍ଡା ଖଣିରୁ ମିଳିଥିଲା। ଏହାର ମୂଳ ଓଜନ ୭୯୩ କ୍ୟାରେଟ ଥିଲା। ୧୩୦୬ରେ ଏହି ହୀରାକୁ ପରିଚିତି ମିଳିଥିଲା । କୁହାଯାଉଥିଲା ଏହାକୁ ପିନ୍ଧୁଥିବା ଲୋକ ଦୁନିଆ ଉପରେ ଶାସନ କରିଥାନ୍ତି। ଫଳରେ ହୀରାକୁ ପାଇବା ଲାଗି ଲୋକଙ୍କ ମଧ୍ୟରେ ପ୍ରତିଯୋଗୀତା ଆରମ୍ଭ ହୋଇଥିଲା। ବ୍ରିଟିଶ ଶାସନ ସମୟରେ ପଞ୍ଜାବ ରାଜା ରଣଜୀତ୍‌ ସିଂ ଇଂଲଣ୍ଡର ରାଣୀ ଭିକ୍ଟୋରିଆଙ୍କୁ ଏହି ହୀରା ଉପହାର ଦେଇଥିଲେ।

Share