Categories: ଖେଳ

ଯାହାଙ୍କ ପ୍ରେମରେ ବୋଲ୍ଡ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନୂଆବର୍ଷରେ ନୂଆ ଖବର ଦେଇଛନ୍ତି। ସେ ସର୍ବିୟାନ ମଡେଲ ତଥା ଅଭିନେତ୍ରୀ ନତାଶା ଷ୍ଟାନକୋଭିକଙ୍କ ସହ ନିର୍ବନ୍ଧ କରିଛନ୍ତି। ଉଭୟ ଦୁବାଇରେ ନିର୍ବନ୍ଧ କରିଛନ୍ତି। କିନ୍ତୁ ନତାଶାଙ୍କ କିଏ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା କେମିତି ତାଙ୍କ ପ୍ରେମରେ ବୋଲ୍ଡ ହେଲେ ତାହା ହୁଏତ ସମସ୍ତଙ୍କୁ ଜଣା ନ ଥିବ। ୨୦୧୨ରେ ନାତାଶା ସର୍ବିଆରୁ ମୁମ୍ବାଇ ଆସିଥିଲେ। ନତାଶା ସର୍ବିଆର ଜଣେ ଲୋକପ୍ରିୟ ଅଭିନେତ୍ରୀ ଏବଂ ଡ୍ୟାନ୍ସର ଭାବେ ଜଣାଶୁଣା। ସେ ପ୍ରକାଶ ଝା’ଙ୍କ ଫିଲ୍ମ ସତ୍ୟାଗ୍ରହ ଜରିଆରେ ବଲିଉଡରେ ପ୍ରବେଶ କରିଥିଲେ। ଏବେ ସେ ମୁମ୍ବାଇରେ ସେଟେଲ୍‌ ହୋଇଯାଇଛନ୍ତି। ସେ ବିଗ୍‌ବସ୍‌ର ପ୍ରତିଯୋଗୀ ମଧଧ୍ୟ ରହିସାରିଛନ୍ତି। ଏବେ ସେ ମଡେଲିଂ କରିବା ସହ ବିଭିନ୍ନ ଆଇଟମ୍‌ ନମ୍ବରରେ ନଜର ଆସୁଛନ୍ତି। ମୁମ୍ବାଇ ଇଣ୍ଡଆନ୍ସ ପକ୍ଷରୁ ଆଇପିଏଲ ଖେଳୁଥିବା ହାର୍ଦ୍ଦିକ ପାଣ୍ଡ୍ୟା ନତାଶାଙ୍କୁ ଏକ ପାର୍ଟିରେ ଭେଟିଥିଲେ। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ପାଣ୍ଡ୍ୟାଙ୍କ ନାମ ପୂର୍ବରୁ ମଧ୍ୟ ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା, ଇଶା ଗୁପ୍ତା ଏବଂ ଏଲି ଆବ୍ରାହମଙ୍କ ସହ ଯୋଡାଯାଇଛି।

Share