ଯାହାକୁ ଦେଖୁଛି ଗୋଡ଼ାଇ ଗୋଡାଇ କାମୁଡ଼ୁଛି

କୁଜଙ୍ଗ,୨୧।୫(ଡି.ଏନ୍‌.ଏ.): ଜଗତସିଂହପୁର ଜିଲା କୁଜଙ୍ଗ ବ୍ଲକ ମଙ୍ଗରାଜପୁର ପଞ୍ଚାୟତ ଅଞ୍ଚଳରେ ମାଙ୍କଡ଼ ଆକ୍ରମଣରେ ୭ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରତରଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ବେଳେ ଆହତଙ୍କୁ କୁଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଜଣେ ଶିଶୁ ଥିବା ଜଣାପଡ଼ିଛି।
ଶନିବାର ସକାଳେ ମାଙ୍କଡ଼ ୩ ଜଣଙ୍କୁ ଆକ୍ରମଣ କରିଥିବା ବେଳେ ବନ କର୍ମଚାରୀ ମାଙ୍କଡ଼କୁ ଧରିବା ପାଇଁ ଉଦ୍ୟମ କରିଛନ୍ତି। ମାଙ୍କଡପଲକୁ କାବୁ କରିବା ପାଇଁ ଭୁବେଶ୍ୱରରୁ ଟ୍ରାଙ୍କୁଲାଇଜ ଟିମ ପହଞ୍ଚି ଥିବା ଜଣାପଡ଼ିଛି। ଗତ ୩ ମାସ ଧରି ୩୦ ଜଣଙ୍କୁ ମାଙ୍କଡ଼ ଆକ୍ରମଣ କରିସାରିଲାଣି।