Categories: ଜାତୀୟ

ଯାନ୍ତ୍ରିକ ତ୍ରୁଟି: ରନ୍‌ଓ୍ବେରୁ ଫେରିଲା ନୀତୀନ ଗଡ଼କରୀଙ୍କ ବିମାନ

ନାଗପୁର, ୧୩।୮: ମହାରାଷ୍ଟ୍ରର ନାଗପୁରରୁ ଦିଲ୍ଲୀ ଆସୁଥିବା ଇଣ୍ଡିଗୋ ବିମାନକୁ ରନ୍‌ଓ୍ବେ ଫେରାଇ ନିଆଯାଇଛି। ବିମାନରେ କିଛି ଯାନ୍ତ୍ରିକ ତ୍ରୁଟି ଥିବାରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଇଣ୍ଡିଗୋର ୬-ଇ-୬୩୬ ବିମାନ ମଙ୍ଗଳବାର ରନ୍‌ଓ୍ବେ ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଥିବାବେଳେ ଏହାର ଉଡ଼ାଣ ବାତିଲ କରାଯାଇଛି। ବିମାନରେ ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଥିଲେ। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ଓହ୍ଲାଇ ଦିଆଯାଇଥିବା କୁହାଯାଉଛି।

Share