Categories: ଜାତୀୟ

ଯାତ୍ରୀ ପାଲଟିଲେ ପାଇଲଟ

ନୂଆଦିଲ୍ଲୀ,୨।୧୨: ଜଣେ ସାଧାରଣ ଯାତ୍ରୀ ପୁଣେରୁ ଦିଲ୍ଲୀ ବିମାନ ଉଡାଇ ସଫଳତାର ସହ ଲ୍ୟାଣ୍ଡ କରିବାର ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଯେତେବେଳେ ଏକ ଯାତ୍ରୀବାହୀ ବିମାନ ପୁଣେରୁ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିବାରଥିଲା ସେତେବେଳେ ଲୋ ଭିଜିବଲିଟି କାରଣରୁ ଦିଲ୍ଲୀରେ ବିମାନ ଅବତରଣରେ ଅସୁବିଧା ହୋଇପାରେ ବୋଲି ଆଗୁଆ ସତର୍କ କରାଇ ଦିଆଯଇଥିଲା। ଏଭଳି ପରିସ୍ଥିତିରେ କେବଳ ଅନୁଭବି ପାଇଲଟ ହିଁ ବିମାନ ଉଡାଇ ପାରିବେ ବୋଲି କୁହାଯାଏ। ହେଲେ ଯାତ୍ରୀମାନେ ବିମାନରେ ବସିସାରି ଥିବାରୁ ସେଥିରେ ଥିବା ଜଣେ ଯାତ୍ରୀଙ୍କ ଏଭଳି ଉଡାଣର ଅନୁଭୂତି ଅଛି ଓ ସେ ସହଜରେ ବିମାନଟିକୁ ପୁଣେରୁ ନେଇ ଦିଲ୍ଲୀରେ ପହଞ୍ଚାଇ ପାରିବେ ବୋଲି କହିଥିଲେ। ବିମାନ କର୍ତ୍ତୁପକ୍ଷ ଏଥିରେ ରାଜି ହେବା ପରେ ଯାତ୍ରୀ ଜଣକ ବିମାନଟିକୁ ପୁଣେରୁ ଆଣି ସୁରକ୍ଷିତ ଭାବେ ଦିଲ୍ଲୀରେ ପହଞ୍ଚାଇଥିଲେ। ଏହା ଶନିବାରର ଘଟଣା ହୋଇଥିବା ବେଳେ ଏବେ ଏହା ସାମ୍ନାକୁ ଆସିଛି।

Share