ଯାତ୍ରା ହେଲା ଶେଷ ଯାତ୍ରା: ମଝି ସମୁଦ୍ରରେ ଓଲଟିଲା ଡଙ୍ଗା; ୫୮ ମୃତ

ଡାକାର,୫।୧୨: ଆଟଲାଣ୍ଟିକ୍‌ ମହାସାଗରରେ ଶରଣାର୍ଥୀଙ୍କୁ ନେଇ ଯାଉଥିବା ଏକ ଯନ୍ତ୍ରଚାଳିତ ଡଙ୍ଗା ଓଲଟି ପଡ଼ିଛି। ଏଥିରେ ୫୮ ଜଣଙ୍କ ମୃତ୍ୟୁ ଘଟିଛି। ଶରଣାର୍ଥୀମାନେ ପଶ୍ଚିମ ଆଫ୍ରିକାର ଗାମ୍ବିଆରୁ ୟୁରୋପରେ ଶରଣ ନେବାକୁ ଯାଉଥିଲେ। ଡଙ୍ଗାରେ ୧୫୦ ଜଣ ଶରଣାର୍ଥୀ ଥିଲେ। ସେମାନଙ୍କ ମଧ୍ୟରୁ ୮୩ ଜଣଙ୍କୁ ସମୁଦ୍ରରେ ପହଁରୁଥିବା ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁରତାନିଆ ନିକଟରେ ଡଙ୍ଗାରୁ ଇନ୍ଧନ ସରି ଯିବାରୁ ଏଭଳି ହୋଇଥିବା କୁହାଯାଉଛି।

Share