ଯାତ୍ରା ପାଇଁ ସମର୍ପିତ ରତି-ମିଟୁନା

କୁହାଯାଏ ଯୋଡ଼ି ସ୍ବର୍ଗରେ ତିଆରି ହୁଏ। ଆଉ ଉପରବାଲା ହିଁ ଜୀବନସାଥୀ ବାଛିଦିଏ। ଯିଏ ଯେଉଁଠି ଜନ୍ମ ହୋଇଥାଉ, ଯିଏ ଯେଉଁଠି ଯେଉଁ କାମ କରୁଥାଉ ନା କାହିଁକି ଯିଏ ଯାହାର ସିଏ ତାହାର। ଓଡ଼ିଆ ଯାତ୍ରା ଜଗତର ଦୁଇ ପ୍ରସିଦ୍ଧ ଯୋଡ଼ି ରତି ଓରଫ ରତିକାନ୍ତ ପରିଡ଼ା ଓ ମିଟୁନା ଏହାର ଏକ ଉଦାହରଣ। ରତି ଓରଫ ରତିକାନ୍ତ ପରିଡ଼ାଙ୍କ ଘର ମୟୂରଭଞ୍ଜର ଉଦଳା ହୋଇଥିବା ବେଳେ ମିଟୁନାଙ୍କ ଘର ଜଗତ୍‌ସିଂହପୁର। ଉଭୟେ କୋଣାର୍କ ଗଣନାଟ୍ୟରେ ଅଭିନୟ କରୁଥିଲେ। ସେଇ ଅଭିନୟ ଭିତରେ ଦେଖାଚାହଁା। ସେମାନେ କ’ଣ ଜାଣିଥିଲେ ଯେ, ଏହି ଦେଖାଚାହଁା ଦିନେ ପ୍ରେମ ପାଲଟିଯିବ? ସେମାନେ ତ କେବଳ ମଞ୍ଚ ଉପରେ ସ୍ବାମୀ ସ୍ତ୍ରୀ ହେଉଛନ୍ତି। ସେମାନେ କ’ଣ ଜାଣିଥିଲେ ସେମାନେ ଦିନେ ସତସତିକା ସ୍ବାମୀ ସ୍ତ୍ରୀ ହୋଇଯିବେ? ବାସ୍ତବରେ ସେଇଆ ହିଁ ଘଟିଥିଲା। ସେମାନେ ମଞ୍ଚ ଉପରେ ସ୍ବାମୀସ୍ତ୍ରୀ ହେଉ ହେଉ ଦିନେ ଅନୁଭବ କରିଥିଲେ ଯେ, ଦୁହେଁ ହେଉଛନ୍ତି ଦୁଇଜଣଙ୍କର ଜୀବନସାଥୀ। ୨୦୦୫ରେ ସେମାନଙ୍କର ବାହାଘର ହୋଇଥିଲା। ରତିଙ୍କ ଆଗରୁ ମିଟୁନା ଆସିଥିଲେ ଯାତ୍ରାକୁ। ରତି ୨୦୦୨ରେ ଯାତ୍ରାକୁ ଆସିଥିବା ବେଳେ ମିଟୁନା ମହାବାତ୍ୟା ପୂର୍ବରୁ ଯାତ୍ରାରେ ଯୋଗଦେଇ ସାରିଥିଲେ। ତେଣୁ ସ୍ତ୍ରୀ ହୋଇଥିଲେ ବି ରତିକାନ୍ତ ମିଟୁନାଙ୍କୁ ଜଣେ ସିନିୟର ଆର୍ଟିଷ୍ଟ ବୋଲି ମନେକରନ୍ତି। ଆଉ ଯେତେବେଳେ ମିଟୁନାଙ୍କୁ ପ୍ରଶଂସା ମିଳେ ସେତେବେଳେ ସେ ଭାରି ଖୁସି ଅନୁଭବ କରନ୍ତି। ଘରେ କିମ୍ବା ବସାଘରେ ସିନା ସେମାନେ ସ୍ବାମୀସ୍ତ୍ରୀ ହେଲେ ମଞ୍ଚ ଉପରକୁ ଚାଲିଗଲେ ବଦଳିଯାଏ ସେମାନଙ୍କର ପରିଚୟ। ସେମାନଙ୍କ ଉପରେ ଚରିତ୍ର ସବାର କରିଯାଏ। ସେମାନେ ରାତି ସାରା ସେହି ଚରିତ୍ରକୁ କାନ୍ଧରେ ବୋହି ଚାଲନ୍ତି। ସ୍ବାମୀ ସ୍ତ୍ରୀ ଦୁଇଜଣ ଯାକ ଗୋଟିଏ ପାର୍ଟିରେ ରହିଥିବାରୁ ପରିବାର ପ୍ରତି ସମୟ ଦେଇପାରୁ ନାହାନ୍ତି ବୋଲି ରତିଙ୍କ ଭିତରେ କ୍ଷୋଭ ରହିଛି। ଗୋଟିଏ ପୁଅ କୁମାର କୌସ୍ତୁଭ ପରିଡ଼ା। ଭୁବନେଶ୍ୱରରେ ହଷ୍ଟେଲରେ ରହି ପାଠ ପଢୁଛି। ତା’ ପ୍ରତି ସମୟ ସେମାନେ ଦେଇପାରୁ ନାହାନ୍ତି। ପୁଣି ପ୍ରତ୍ୟେକ ନାଟକରେ ସେମାନଙ୍କୁ ରୋଲ ମିଳୁଥିବାରୁ ଛୁଟି ମଧ୍ୟ ମିଳୁନାହିଁ। ତେବେ ଆସନ୍ତା ଯାତ୍ରା ସିଜନରେ ସେମାନଙ୍କ ପାଇଁ ଛୁଟିର ବ୍ୟବସ୍ଥା ରଖାଯିବ ବୋଲି କୋଣାର୍କ ଅନୁଷ୍ଠାନର ମାଲିକ ପ୍ରତିଶ୍ରୁତି ଦେଇଛନ୍ତି। ଉଭୟେ ହେଉଛନ୍ତି ଉଭୟଙ୍କ ପାଇଁ ପ୍ରେରଣାର ଉତ୍ସ। ସେମାନେ ବହୁ ସଫଳ ନାଟକରେ ଏକତ୍ର ଅଭିନୟ କରିଛନ୍ତି। ସେଥିମଧ୍ୟରେ ରହିଛି କଉଡ଼ିଖେଳ, ରାଧା ପିନ୍ଧିଦେଲା ମୀରା ସିନ୍ଦୂର, ଦୁଃଖ ଦେଇଗଲା ଦରଦୀ ବନ୍ଧୁ, ଜଙ୍ଗଲ ଦସ୍ୟୁ ବୀରାପ୍ପାନ, କାଇଁଚମାଳି, ଦଇତାରି ପଣ୍ଡା ବାହା ହଉଛି, ମଣିଷ ଦେଖିଲେ ଡର ଲାଗୁଛି, ମୁଦ୍ରା ରାକ୍ଷସ, ତୋ ଚାରିଖୁରାକୁ ଜୁହାର ଏବଂ ଆହୁରି ଅନେକ। ସେମାନଙ୍କର ଜୀବନ କେବଳ ଯାତ୍ରା ପାଇଁ ସମର୍ପିତ ବୋଲି କହନ୍ତି ଏହି ଦମ୍ପତି।


Enter your email to get our daily news in your inbox.

All Right Reserved By Dharitri.Com

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

କ୍ରିକେଟର୍‌ଙ୍କ ଅଭିଯୋଗରେ ଏହି ଅଭିନେତ୍ରୀଙ୍କୁ ବାନ୍ଧିଲା ପୋଲିସ: ପଛରେ ରହିଛି ଏମିତି କାରଣ

କଲମ୍ବୋ,୨।୪: ଶ୍ରୀଲଙ୍କାର କ୍ରିକେଟର ଭାନୁକା ରାଜପକ୍ଷେ ଅଭିନେତ୍ରୀ ହର୍ଷି ରସାଙ୍ଗାଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଏହି ମାମଲା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଶାହରୁଖ ଖାନ୍‌: ସିନେ ଇଣ୍ଡଷ୍ଟ୍ରିରେ ପଡ଼ିଗଲା ଚହଳ

ମଧ୍ୟପ୍ରାଚରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱରେ ପ୍ରଭାବ ପକାଇଛି। କେବଳ ଘରୋଇ ବଜାରରେ ନୁହେଁ ବରଂ ସିନେ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବଲିଉଡ…

କପୁର ପରିବାରରେ ଖୁସିର ଲହରୀ, ଅଜା ହେଲେ ଅନିଲ କପୁର

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ତାଙ୍କ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ତାଙ୍କର ଦ୍ୱିତୀୟ ସନ୍ତାନ, ଏକ ଶିଶୁପୁତ୍ରକୁ ସ୍ବାଗତ କରିଛନ୍ତି। ଇନଷ୍ଟାଗ୍ରାମରେ ଏହି ଖୁସି ଖବର…

ଦୁଃଖ ବଖାଣିଲେ ବରୁଣ ଧାୱନ: ଝିଅ ଲାରାଙ୍କୁ ହୋଇଛି…

ଅଭିନେତା ବରୁଣ ଧାୱନ ଇଣ୍ଡଷ୍ଟ୍ରିର ସବୁଠାରୁ ନିର୍ଭରଯୋଗ୍ୟ ଅଭିନେତା ଭାବରେ ଉଭା ହୋଇଛନ୍ତି। ଆଜିକାଲି ସେ ତାଙ୍କର ବ୍ଲକବଷ୍ଟର ଓ୍ବାର୍‌ ଡ୍ରାମା ଫିଲ୍ମ ‘ବର୍ଡର ୨’ର ସଫଳତାରେ…

୧୪ ଦିନରେ ୪ କିଲୋ ଓଜନ ହ୍ରାସ, ହସ୍ପିଟାଲ୍‌ରେ ହ୍ରିତିକ୍‌ ରୋଶନଙ୍କ ଗର୍ଲଫ୍ରେଣ୍ଡ

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦ ଆଜିକାଲି କଷ୍ଟକର ପରିସ୍ଥିତି ଦେଇ ଗତି କରୁଛନ୍ତି। ସବା ସାଇକ୍ଲୋସ୍ପୋରା କାଏଟାନେନ୍ସିସ ନାମକ ଏକ ରୋଗର ଶିକାର…

ରାମ ନବମୀରେ ପ୍ରଶଂସକଙ୍କୁ ଚମତ୍କାର ଉପହାର ଦେଲେ ରାମ ଚରଣ

ସୁପରଷ୍ଟାର ରାମ ଚରଣ ପ୍ରଶଂସକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ରାମ ନବମୀରେ ଫିଲ୍ମ ‘ପେଡ୍ଡି ପେହେଲୱାନ’ର ପ୍ରଥମ ଝଲକ ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri