”ଯାତ୍ରାରେ ପରିଚାଳକର ଭୂମିକା ବାପାଙ୍କ ଭୂମିକାଠୁ କମ୍‌ ନୁହେଁ“: ପ୍ରଜିତ କୁମାର ରାଉତରାୟ

”ଗୋଟିଏ ପରିବାରରେ ଜଣେ ବାପାଙ୍କ ଭୂମିକା ଯାହା ଗୋଟିଏ ଯାତ୍ରାପାର୍ଟିରେ ଜଣେ ପରିଚାଳକଙ୍କ ଭୂମିକା ଅବିକଳ ସେଇଆ। ପାର୍ଟି ଭିତରେ ସମତୂଲ ବଜାୟ ରଖିବା ସହିତ ସବୁବେଳେ ବ୍ୟକ୍ତିଗତ ଲାଭକ୍ଷତିକୁ ଭୁଲି କେବଳ ଅନୁଷ୍ଠାନର ମଙ୍ଗଳ କାମନା କରିବା ହେଉଛି ଜଣେ ପରିଚାଳକଙ୍କ ଧର୍ମ!“

ନିଜର ଭୂମିକା ବିଷୟରେ ସୂଚନା ଦେବାକୁ ଯାଇ ଏଭଳି ଏକ ମାର୍ଜିତ ମନ୍ତବ୍ୟ ଦିଅନ୍ତି ଯାତ୍ରାଜଗତର ଅନ୍ୟତମ ପ୍ରତିଭାବାନ ଯୁବ ପରିଚାଳକ ପ୍ରଜିତ କୁମାର ରାଉତରାୟ ଓରଫ ଟିଲୁଭାଇ। ତାଙ୍କର ପରିଚାଳକ ହେବା ପଛରେ ସେ ଦୁଇଜଣଙ୍କ ଭୂମିକାକୁ ସ୍ବୀକାର କରନ୍ତି ଆଉ ସେମାନଙ୍କ ଆଦର୍ଶକୁ ଧରି ବାଟ ଚାଲୁଛନ୍ତି ବୋଲି ପ୍ରକାଶ କରନ୍ତି। ଜଣେ ହେଉଛନ୍ତି ଦିବଂଗତ ଚିନୁଭାଇ। ଅନ୍ୟଜଣେ ହେଉନ୍ତି ତାଙ୍କର ଗୁରୁସମ ‘ଭାଇନା’। ସେ କହନ୍ତି, ମୁଁ ଭାଇନା (ନୟନ କୁମାର ଆଚାର୍ଯ୍ୟ)ଙ୍କ ଠାରୁ ଜଣେ ପରିଚାଳକ ହେବାର କଳା ଶିଖିଛି। ଆଉ ତାହାକୁ ପ୍ରୟୋଗକରି ଆଗକୁ ଆଗକୁ ଚାଲିଛି।

ଜଣେ ପରିଚାଳକ ଭାବରେ ଆଜି ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରି ପାରିଥିବା ‘ଟିଲୁଭାଇ’ଙ୍କର ଯାତ୍ରା କ୍ୟାରିୟର ଆରମ୍ଭ ହୋଇଥିଲା ଜଣେ ଅଭିନେତା ଭାବରେ। ଏହା ୧୯୯୦ ମସିହାର କଥା। ସେ ତ ଆଗରୁ ଗଁା ଡ୍ରାମାରେ ପାର୍ଟ କରୁଥିଲେ। ଅଭିମନ୍ୟୁ ଭୂମିକାରେ ତାଙ୍କର ଅଭିନୟକୁ ଗଁାର ବୟୋଜ୍ୟେଷ୍ଠ ଲୋକମାନେ ଏବେ ମଧ୍ୟ ମନେ ରଖିଛନ୍ତି। ଯାତ୍ରା ପ୍ରତି ମନରେ ରୁଚି ଥିଲା। ସେଥିଲାଗି ସେ ‘ଜଗଜ୍ଜନନୀ ଅପେରା’ରେ ଯୋଗଦେଲେ। ଆଉ ପାର୍ଶ୍ୱନାୟକ ଭାବରେ ଅଭିନୟ କଲେ। ୧୯୯୦ରୁ ୧୯୯୪ ପର୍ଯ୍ୟନ୍ତ ସେ ‘ଜଗଜ୍ଜନନୀ’ରେ ଅଭିନେତା ଭାବରେ କାମ କଲେ। ‘ନାଲି ଟୁକୁଟୁକୁ ସାଧବ ବୋହୂ’, ‘କଣ୍ଢେଇ ଦେଖେଇ ଭଣ୍ଢେଇ ଦେଲି’, ‘ମୋ ଛବି ବହି’, ‘ମିନିଲୋ! ତୋର ଅଧେକୁ ମୋର ଅଧେ’ ଭଳି ନାଟକରେ ଅଭିନୟ କରି ସେ ଦର୍ଶକଙ୍କ ପ୍ରିୟପାତ୍ର ହୋଇ ପାରିଥିଲେ। ତେବେ ତାଙ୍କ ଭିତରେ ଜଣେ ପରିଚାଳକ ହେବାର କଳା ମଧ୍ୟ ରହିଥିଲା। ୧୯୯୫ରେ ସେ ଭାଇନା ଅର୍ଥାତ୍‌ ନୟନ କୁମାର ଆଚାର୍ଯ୍ୟଙ୍କ ସହିତ ସହ-ପରିଚାଳକ ଭାବରେ କାମ କଲେ। ‘ପାର୍ବତୀ’, ‘ତ୍ରିନାଥ’, ‘ପଞ୍ଚଶଖା’, ‘ତ୍ରିରଙ୍ଗା’, ’ବ୍ଲ’ୁ, ‘ରେଡ’, ‘ଗୌରୀ’ ଆଦି ଅନୁଷ୍ଠାନରେ କାମ କରି ସେ ପରିଚାଳକ ହେବାର କଳାକୌଶଳ ହାସଲ କଲେ। ଚଳିତବର୍ଷ ସେ ‘ସ୍ବପ୍ନମହଲ’ର ପରିଚାଳକ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଜଣେ ପରିଚାଳକ ଭାବରେ ଅନୁଭୂତି କିପରି ବୋଲି ପ୍ରଶ୍ନର ଉତ୍ତର ଦେଇ ଟିଲୁଭାଇ କହନ୍ତି : ନିଶ୍ଚିତ ଭାବରେ ରିସ୍କ କାମ। ତଥାପି ଅନେକ ଭଲ ଅନୁଭୂତି ଅଛି। ଗୋଟିଏ ପାର୍ଟିକୁ ଠିକ ଦିଶା ଦେବାରେ ଯେଉଁ ଆନନ୍ଦ ତାହା ଅନ୍ୟ କୋଉଠି ମିଳିବ ନାହିଁ।’ ଅନେକ ଯାତ୍ରାପାର୍ଟିରେ ଅଭିନେତାମାନଙ୍କୁ ଦଳର ପରିଚାଳକ ଭାବରେ ଦାୟିତ୍ୱ ଦିଆଯିବା ପ୍ରସଙ୍ଗରେ ତାଙ୍କର ସ୍ପଷ୍ଟମତ, ଅଭିନେତାଟିଏ ଅଭିନୟ କରୁ। ଯଦି ପରିଚାଳକ ହେବ ତ ପରିଚାଳକ ହେଉ। ମାତ୍ର ଏକସଙ୍ଗରେ ଅଭିନୟ ଆଉ ପାର୍ଟି ପରିଚାଳନା ଅସମ୍ଭବ। ନା ଅଭିନୟରେ ଏକାଗ୍ରତା ରହିବ। ନା ପାର୍ଟିର ଠିକ ପରିଚାଳନା ହେବ। ଏହା ସମ୍ପୂର୍ଣ୍ଣ ଏକ ଭୁଲ ନିଷ୍ପତ୍ତି। ଏହାର ଫଳ କେବେ ବି ଶୁଭଙ୍କର ନୁହେଁ। ଚଳିତବର୍ଷ ତାଙ୍କ ପରିଚାଳିତ ‘ସ୍ବପ୍ନମହଲ’ ସଫଳତାର ଶିଡ଼ି ଚଢ଼ି ଚାଲୁଥିବା ବେଳେ ଆଗକୁ ମଧ୍ୟ ଏହାର ପୁନରାବୃତ୍ତି ଘଟିବ ବୋଲି ସେ ଆଶାବାଦୀ।


Enter your email to get our daily news in your inbox.

All Right Reserved By Dharitri.Com

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ହାସ୍ୟ ଅଭିନେତା ରାଜପାଳ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି, ଜାମିନ ପାଇଁ ଦେବାକୁ ପଡ଼ିଲା ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୧୬।୨: ଚେକ-ବାଉନ୍ସ ମାମଲାରେ ତିହାର ଜେଲରେ ଥିବା ଅଭିନେତା ରାଜପାଲ ଯାଦବଙ୍କୁ ସୋମବାର ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ଜାମିନ ଆବେଦନର ଶୁଣାଣି…

ଭ୍ୟାଲେଣ୍ଟାଇନ୍‌ ଡେ’ର ଦିନକ ପୂର୍ବରୁ ଏକା ହୋଇଗଲେ ହ୍ରିତିକ୍‌! ସବାଙ୍କ ସହ ବ୍ରେକ୍‌ଅପ୍‌ ନେଇ…

ମୁମ୍ବାଇ: ବଲିଉଡର ‘ଗ୍ରୀକ ଗଡ୍‌’ ହ୍ରିତିକ ରୋଶନ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ଏହା ପଛରେ ରହିଛି ତାଙ୍କର ଏକ ରହସ୍ୟମୟ ସୋସିଆଲ ମିଡିଆ ପୋଷ୍ଟ ।…

ରଣବୀର ସିଂହଙ୍କୁ ହତ୍ୟା ନୁହେଁ, ଏମିତି ଧମକ ଦେଲେ ବିଷ୍ନୋଇ ଗ୍ୟାଙ୍ଗ, କହିଲେ..

ମୁମ୍ବାଇ,୧୩।୨: ଚଳଚ୍ଚିତ୍ର ନିର୍ମାତା ରୋହିତ ଶେଟ୍ଟୀଙ୍କ ଘର ବାହାରେ ଗୁଳିକାଣ୍ଡ ପରେ, ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ବଲିଉଡ ଅଭିନେତା ରଣବୀର ସିଂହ ଏବଂ ରୋହିତ ଶେଟ୍ଟୀଙ୍କୁ ଏକ…

ଚମତ୍କାର ଅଭିନୟ ପରେ MBBS ଡିଗ୍ରୀ ହାସଲ କଲେ ଏହି ଅଭିନେତ୍ରୀ: ଚାରିଆଡ଼ୁ ପ୍ରଶଂସା

‘ପୁଷ୍ପା-୨’ର ଆଇଟମ ଗୀତଟି ବହୁତ ହିଟ ହୋଇଥିଲା। ଏଥିରେ ଅଭିନୟ କରିଥିବା ନାୟିକା ରାତାରାତି ନ୍ୟାଶନାଲ କ୍ରଶ୍‌ ପାଲଟିଯାଇଥିଲେ। ଏହି ସୁନ୍ଦରୀ ଆଉ କେହି ନୁହଁନ୍ତି, ସେ…

ଉଦିତ ନାରାୟଣଙ୍କ ପ୍ରଥମ ପତ୍ନୀଙ୍କ ବଡ଼ ଖୁଲାସା, ଜୋରଜବରଦସ୍ତ ଗର୍ଭପାତ…

ନୂଆଦିଲ୍ଲୀ,୧୨ା୨: ପ୍ରସିଦ୍ଧ ବଲିଉଡ୍ ପ୍ଲେବ୍ୟାକ୍ ଗାୟକ ଉଦିତ ନାରାୟଣ ପୁଣି ଥରେ ବିବାଦରେ ଫସିଛନ୍ତି । ତାଙ୍କ ପ୍ରଥମ ପତ୍ନୀ ରଞ୍ଜନା ବିହାରର ସୁପୌଲ ଜିଲାର ମହିଳା…

ନାଣ୍ଡୁ ବାବୁ-ସାଇ ବିବାଦରେ ପୂର୍ଣ୍ଣଛେଦ: ମା’ବାପାଙ୍କ ଉପସ୍ଥିତରେ…

ଭୁବନେଶ୍ୱର,୧୨ା୨ (ସୌମ୍ୟରଞ୍ଜନ ରାଉତ):ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ ଓରଫ୍‌ ନାଣ୍ଡୁ ବାବୁ ଓ ଯାତ୍ରା ଖଳନାୟକ ସାଇ ସତ୍ୟଜିତ୍‌ ପଣ୍ଡାଙ୍କ ବିବାଦରେ ପୂର୍ଣ୍ଣଛେଦ ପଡ଼ିଛି।…

ରାଜପାଲ ଯାଦବଙ୍କୁ ସହାୟତାର ହାତ ବଢ଼ାଇଲେ ସଲମାନ ଓ ଅଜୟ, ଗୁରୁବାର ଜାମିନ ଶୁଣାଣି

ମୁମ୍ବାଇ,୧୧।୨: ବିଷଣ ଆର୍ଥିକ ସଂକଟରେ ଫସିଥିବା ରାଜପାଲ ଯାଦବଙ୍କୁ ସହଯୋଗ ପାଇଁ ଆଗେଇ ଆସିଛି ବଲିଉଡ। ଚେକ୍-ବାଉନ୍ସ ମାମଲାରେ ୬ ମାସର ଜେଲ ଦଣ୍ଡାଦେଶ ପରେ ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri