ଯାଜପୁର ରୋଡ୍‌ରେ ଟ୍ରାଫିକ୍‌ ବିପର୍ଯ୍ୟସ୍ତ : ଟ୍ରାଫିକରେ୍‌ ଏକ ଘଣ୍ଟା ଫସିରହିଲା ଆମ୍ବୁଲାନ୍ସ

ଯାଜପୁର ରୋଡ,୨ା୯(ନି.ପ୍ର.)- ଯାଜପୁର ରୋଡ ସହରରେ ଟ୍ରାଫିକ ବ୍ୟବସ୍ଥା ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇପଡୁଛି। ରେଳବାଇ ଫାଟକ ଘଣ୍ଟାଘଣ୍ଟା ଧରି ପଡିରହୁଥିବାରୁ ଟ୍ରାଫିକ ସମସ୍ୟାକୁ ଦ୍ୱିଗୁଣିତ କରୁଛି। ଯାଜପୁର ରୋଡ ଚିକିତ୍ସାଳୟକୁ ଯାତାୟାତ ପାଇଁ ରେଳବାଇ ଫାଟକ ରାସ୍ତା ମୁଖ୍ୟ ରାସ୍ତା ହୋଇଥିବାରୁ ବହୁ ସମୟରେ ଆମ୍ବୁଲାନ୍ସ ଟ୍ରାଫିକ୍‌ରେ ଫସି ରହୁଛି। ରବିବାର ଏହି ପରି ଭାବେ ଜଣେ ସଙ୍କଟାପନ୍ନ ରୋଗୀଙ୍କୁ ନେଇ ଆସୁଥିବା ଆମ୍ବୁଲାନ୍ସ ଡାକ ବଙ୍ଗଳା ଛକ ନିକଟରେ ଦୀର୍ଘ ସମୟ ଧରି ଫସି ରହିଥିଲା। ସ୍ଥାନୀୟ କିଛି ଲୋକେ ଟ୍ରାଫିକ୍‌ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚତ୍ ଟ୍ରାଫିକ ନିୟନ୍ତ୍ରଣ କରି ଆମ୍ବୁଲାନ୍ସକୁ ଛାଡିଥିଲା। ତେବେ ସହରରେ ଟ୍ରାଫିକ ପୋଲିସ ନ ଥିବାରୁ ଏପରି ସମସ୍ୟା ହେଉଥିବା କୁହାଯାଉଛି। ଟ୍ରାଫିକ୍‌ ପୋଷ୍ଟଗୁଡିକ ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗି ଗଲାଣି। ୨୦୧୨ରେ ତତ୍କାଳୀନ ଯାଜପୁର ଏସ୍‌ପି ଟ୍ରାଫିକ୍‌ ନିୟନ୍ତ୍ରଶ ପାଇଁ ଏକ ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ କରି ଘରୋଇ ବିଭାଗକୁ ପଠାଇଥିଲେ। ହେଲେ ଫାଇଲଟି ବିଭାଗ କାର୍ଯ୍ୟାଳୟରେ ଚାପି ହୋଇ ରହିଥିବା ଚର୍ଚ୍ଚ ହେଉଛି। ଯାଜପୁର ରୋଡ ଥାନାରେ ଆବଶ୍ୟକ ପୋଲିସ ନ ଥିବାରୁ ଟ୍ରାଫିକ ସମସ୍ୟା ଦୂର କରାଯାଇପାରୁ ନାହିଁ। ୨୦୧୭ରେ ଚୋରଦାଛକ, ବାଇପାସ ଛକ, ଗୋପବନ୍ଧୁ ଛକ ଓ ଦଳା ଛକଠାରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଟ୍ରାଫିକ ସିଗନାଲ୍‌ କରାଯିବା ପାଇଁ ନିଷ୍ପତ୍ତି ଦିଗରେ ପଦକ୍ଷେପ ଗ୍ରହଣ କରାଯାଇ ପାରି ନାହଁି। ହୋମଗାର୍ଡମାନେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଦାୟିତ୍ୱରେ ରହିଛନ୍ତି। ଅନ୍ୟପକ୍ଷରେ ବିଜୁ ପଟ୍ଟନାୟକ ମାର୍ଗଠାରୁ ଫାୟାର ଷ୍ଟେଶନ ରାସ୍ତାଟି ୧୨ବର୍ଷ ହେଲା ନିର୍ମାଣ ଚାଲିଛି। ଏହି ରାସ୍ତା ନିର୍ମାଣ ଶେଷ ପାଇଁ ଆହୁରି ୨ବର୍ଷ ଲାଗିବ ବୋଲି ବିଭାଗୀୟ କର୍ତ୍ତୃପକ୍ଷ କୁହୁଛନ୍ତି। କଳିଙ୍ଗନଗର ଶିଳ୍ପା ଅଞ୍ଚଳର ଭାରିଯାନଗୁଡିକ ସହର ମଧ୍ୟଦେଇ ଯାଉଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ବିଶେଷକରି ସହରର ଦଳା ଛକ, ନହକା ଛକ, ଚୋରଦା ବାଇପାସ, ଚୋରଦା ଛକ, ଫାଏର ଷ୍ଟେସନ ଛକ, ଧବଳଗିରି ଛକ, ଡାକବଙ୍ଗଳା ଛକ, ବସଷ୍ଟାଣ୍ଡ, କୋର୍ଟ ଛକ ଓ ରେଳ ଷ୍ଟେଶନ ବଜାର ଏବଂ ଗୋପବନ୍ଧୁ ଛକ ପ୍ରଭୃତି ସ୍ଥାନରେ ଟ୍ରାଫିକ ସମସ୍ୟା ଦେଖା ଯାଉଛି। ଏ ସମ୍ପର୍କରେ ଯାଜପୁର ରୋଡ ଏସ୍‌ଡିପିଓ କେଦାରନାଥ ସାହୁଙ୍କୁ ପଚାରିବାରୁ, ଆସନ୍ତା ମାସରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ ସହ ଆଲୋଚନା କରାଯାଇ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଏକ ଚିଠା ପ୍ରସ୍ତୁତ କରାଯିବ। ପ୍ରଥମେ କୋର୍ଟ ଛକ, ଚୋରଦା ଛକ, ଗୋପବନ୍ଧୁ ଛକ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଟ୍ରାଫିକ ସିଗନାଲ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଫାଣ୍ଡି ନିକଟରୁ ସୁନା ଚେନ୍ ଲୁଟିନେଲେ ଲୁଟେରା, ପୋଲିସକୁ ଖୋଲା ଚାଲେଞ୍ଜ!

ଧର୍ମଶାଳା,୧୭।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଜାରକା ପୋଲିସ ବିଟ୍ ହାଉସ ନିକଟରୁ ଜଣେ ବ୍ୟକ୍ତିଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ । ଏକ ବାଇକରେ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଆଜିଠୁ ବିଧାନସଭା ବଜେଟ ଅଧିବେଶନ, ୨୦୨୬-୨୭ ବର୍ଷ ପାଇଁ ବଜେଟ ଆଗତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭।୨(ସୁନିତ୍‌ ମିଶ୍ର): ୧୭ଦଶ ବିଧାନସଭାର ଷଷ୍ଠ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହେବ। ଏହି ଅଧିବେଶନରେ ରାଜ୍ୟ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣକାଳୀନ ବଜେଟ ଗୃହରେ…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

‘କୃତ୍ରିମ ବୁଦ୍ଧିମତ୍ତା: ପରିବର୍ତ୍ତନ ଧାରାରେ ଭାରତ ଅଗ୍ରଣୀ’

ନୂଆଦିଲ୍ଲୀ,୧୭ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ଠାରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ ବିଭିନ୍ନ ଷ୍ଟଲ୍‌ ବୁଲିବା…

ନ୍ୟୁଜ୍‌ କ୍ଲିକ୍‌ ପୋର୍ଟାଲକୁ ୧୨୦ କୋଟି ଜରିମାନା

ନୂଆଦିଲ୍ଲୀ,୧୭ା୨: ବହୁ ଚର୍ଚ୍ଚିତ ନ୍ୟୁଜ୍‌ କ୍ଲିକ୍‌ ପୋର୍ଟାଲ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୧୨୦ କୋଟି ଟଙ୍କା ଜରିମାନା କରିଛି। ଏଥିସହିତ ଏହି ପୋର୍ଟାଲର ପ୍ରତିଷ୍ଠାତା ପ୍ରବୀର…

ପ୍ରକାଶ ପାଇଲା ଜେଇଇ ମେନ୍‌ ରେଜଲ୍ଟ, ଭବେଶ ପାତ୍ର ଓଡ଼ିଶା ଟପ୍ପର

ଭୁବନେଶ୍ୱର,୧୭ା୨(ସୁଚିସ୍ମିତା ସାହୁ):  ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍‌ ୨୦୨୬ ପ୍ରଥମ ସେସନର ପରୀକ୍ଷାଫଳ ସୋମବାର ପ୍ରକାଶ ପାଇଛି। ଜେଇଇ ପେପର-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri