ଯାଜପୁରରୋଡ ସିଏଚ୍‌ସିକୁ ଅବହେଳା

ଯାଜପୁର ଅଫିସ,୨୨।୨: କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଲାଗିଥିବା ଜିଲାର ପ୍ରମୁଖ ସହର ଯାଜପୁରରୋଡକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି। ଏହି ସହରର ଜନସଂଖ୍ୟା ପ୍ରାୟ ଦେଢଲକ୍ଷ ପାଖାପାଖି ହେଲାଣି। ଡିଏମ୍‌ଏଫ୍‌ (ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ) ପାଣ୍ଠିରେ ଲକ୍ଷାଧିକ ଟଙ୍କା ଜିଲା ବାହାରେ ଖର୍ଚ୍ଚ କରାଯାଉଥିଲେ ହେଁ ପରୋକ୍ଷଭାବେ ଖଣି ପ୍ରଭାବିତ ଯାଜପୁରରୋଡ ସହରରେ ଟଙ୍କାଟିଏ ବି ଖର୍ଚ୍ଚ ହେଉନାହିଁ। ଯାଜପୁରରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (ସିଏଚସି)ରେ ଡାକ୍ତର, ଲାବୋରୋଟୋରୀ ଟେକ୍ନିସିଆନ, ଫାର୍ମାସିଷ୍ଟଙ୍କ ସହ ଆବଶ୍ୟକ ଯନ୍ତ୍ରପାତି ଓ ଭିତ୍ତିଭୂମିର ଅଭାବ ସତ୍ତ୍ବେ ଏଠାରେ ପ୍ରଶାସନିକ ଉଦାସୀନତା ସହରବାସୀଙ୍କୁ ଅତିଷ୍ଠ କରିଛି। ଯାଜପୁରରୋଡ ସିଏଚସି ରାଜନୈତିକ ଅବହେଳାର ଶିକାର ହେଉଥିବା ମନେହେଉଛି। ଏଥିଯୋଗୁ ସହରରେ ବସବାସ କରୁଥିବା ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକେ ବେସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଲୁଣ୍ଠିତ ହେଉଥିବା ଦେଖିବାକୁ ମିଳିଛି।
ଖଣି ଓ ଖଣିଜ ପଦାର୍ଥ ପ୍ରଶାସନିକ ପରିଚାଳନା ପାଇଁ ମାଇନ୍ସ ଓ ମିନେରାଲ ଡେଭଲପମେଣ୍ଟ ଆଣ୍ଡ ରେଗୁଲେଶନ ଆକ୍ଟ ୧୯୫୭କୁ ୨୦୧୫ରେ ସଂଶୋଧନ କରାଯାଇଛି। ଏହି ଆଇନର ସବସେକ୍ସନ ୧ ଧାରା ୯(ବି)ରେ ଜିଲାସ୍ତରରେ ଡିଏମ୍‌ଏଫ ଗଠିତ ହୋଇଛି। ହେଲେ ଏହି ଆଇନ ଯାଜପୁର ଜିଲାରେ ଦିଗହରା ହୋଇପଡିଛି। ଜିଲା ବାହାରେ ଖଣି ପ୍ରଭାବିତ ଅଞ୍ଚଳରେ ଡିଏମ୍‌ଏଫ ପାଣ୍ଠିର ବିନିଯୋଗ ହୋଇଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଡିଏମଏଫ ପାଣ୍ଠିରେ ଅନେକ ନିଯୁକ୍ତି କରାଯାଇଛି। ସୁକିନ୍ଦା, ଦାନଗଦି, ଧର୍ମଶାଳା, ବଡ଼ଚଣା ପ୍ରଭୃତି ବ୍ଲକ ଅଞ୍ଚଳରେ ଡିଏମଏଫ ପାଣ୍ଠିରେ ବିଭିନ୍ନ ନିର୍ମାଣ କାର୍ଯ୍ୟ ହେଉଛି। ବିଡମ୍ବନା ଯେ, କାହିଁକି ଯାଜପୁରରୋଡ ସହର ବିକାଶରେ ଡିଏମଏଫ ପାଣ୍ଠିର ବିନିଯୋଗ ହେଉନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଶେଷ କରି ସ୍ବାସ୍ଥ୍ୟକ୍ଷେତ୍ର ଏଠାରେ ଅବହେଳିତ ହୋଇପଡିଛି। ଏହା ସୁଯୋଗରେ ବହୁ ବେସରକାରୀ ସ୍ବାସ୍ଥ୍ୟ ଅନୁଷ୍ଠାନର ମାଲିକମାନେ ମାଲାମାଲ ହେଉଛନ୍ତି। ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଅନେକ ନୂଆ ଉଦ୍ଭାବନ, ଆବିଷ୍କାର ଚାଲିଛି। ଏଥିପାଇଁ ଆଜିକାଲି ବହୁ ଜଟିଳ ରୋଗର ଚିକିତ୍ସା ସମ୍ଭବ ହେଲାଣି। କିନ୍ତୁ ଯେତେ ଯାହାହେଲେ ବି ଯାଜପୁରରୋଡ ସହରବାସୀଙ୍କ ପାଇଁ ରୋଗ ଦୁଃଖ ଚିର ସହଚର ହୋଇଛି। ୩୦ ଶଯ୍ୟା ବିଶିଷ୍ଟ ଯାଜପୁରରୋଡ ସିଏଚ୍‌ସି ଲୋକ ସଂଖ୍ୟା ତୁଳନାରେ ଯଥେଷ୍ଟ ହେଉନାହିଁ। ଏଠାରେ ୧୦୦ ଶଯ୍ୟା ସମେତ ୧୩ଜଣ ଡାକ୍ତରଙ୍କ ଆବଶ୍ୟକ ଥିବାବେଳେ ମାତ୍ର ୫ଜଣ ଡାକ୍ତର କାର୍ଯ୍ୟରତ। ସେହିପରି ୬ଜଣ ଲାବୋରୋଟୋରୀ ଟେକ୍ନିସିଆନ ଆବଶ୍ୟକ ଥିବାବେଳେ ମାତ୍ର ୩ ଜଣ ରହିଛନ୍ତି। ଏକ ଅଲଟ୍ରାସାଉଣ୍ଡ ମେଶିନର ମଧ୍ୟ ଆବଶ୍ୟକତା ରହିଛି। ଇସିଜି ମେଶିନ ଅଛି, ହେଲେ ଟେକ୍ନିସିଆନ ନାହାନ୍ତି। ବହୁ ପୁରୁଣା ଏକ୍ସ-ରେ ମେଶିନ ରହିଛି ତାହା ବି ଟେକ୍ନିସିଆନ ଅଭାବରୁ ରୋଗୀଙ୍କ ଆବଶ୍ୟକତା ପୂରଣ କରିପାରୁ ନାହିଁ। ଅଳ୍ପ ଜାଗାରେ ବ୍ଲଡ ବ୍ୟାଙ୍କ ଚାଲିଛି। ଆଉଟଡୋର ବିଲ୍ଡିଂ ସମେତ ଲାବୋରୋଟାରୀ, ଅପରେଶନ ଥିଏଟର ଆଦି ବିଲଡିଂର ଆବଶ୍ୟକତା ରହିଛି। ଏହାସହ ପ୍ରାୟ ୫୦ ଷ୍ଟାପ କ୍ବାର୍ଟର ବଦଳରେ ମାତ୍ର ୧୪ଟି କ୍ବାର୍ଟର ରହିଛି। ଡିଏମଏଫ ପାଣ୍ଠିରେ ପ୍ରାୟ ୮୦୦ରୁ ଉର୍ଦ୍ଧ୍ୱ କୋଟି ମହଜୁଦ ରହିଛି। ବିଭିନ୍ନ ପ୍ରକଳ୍ପରେ ଟଙ୍କା ଖର୍ଚ୍ଚ ହୋଇପାରୁ ନାହିଁ। କିନ୍ତୁ ଯାଜପୁରରୋଡ ସିଏଚସିର ଉପରୋକ୍ତ ଆବଶ୍ୟକତା ପୂରଣ ପାଇଁ କାହିଁକି ଅନୁଦାନ ଆବଣ୍ଟିତ ହେଉନାହିଁ, ତାହା ସହରବାସୀଙ୍କୁ ବିସ୍ମିତ କରିଛି। ରାଜୀବ ଗାନ୍ଧୀ ଷ୍ଟାଡିୟମ ନିକଟରେ ଅର୍ବାନ ସିଏଚସି ପାଇଁ ପରିକଳ୍ପନା କରାଯାଇ ଜମି ଅଧିଗ୍ରହଣ ହୋଇସାରିଥିଲେ ହେଁ ତାହାର ପରବର୍ତ୍ତୀ ଅଗ୍ରଗତି ଶୂନ ହୋଇଛି। ଲୋକଙ୍କ ଘନ ଘନ ଅଭିଯୋଗ ଡାକ୍ତର ନାହାନ୍ତି, ଶଯ୍ୟା ନାହିଁ, ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଯନ୍ତ୍ରପାତି ନାହିଁ, କେତେକ ସ୍ଥଳେ ଯନ୍ତ୍ରପାତି ଅଛି ହେଲେ କାମକୁ ନାହିଁ। କିନ୍ତୁ କେହି ଶୁଣୁ ନାହାନ୍ତି। ଏଥିପାଇଁ ସହରବାସୀ ବିଭିନ୍ନ ସମୟରେ ଆନ୍ଦୋଳନ, ବିକ୍ଷୋଭ, ଦାବି ଉପସ୍ଥାପନ କରୁଥିଲେ ହେଁ କେହି ଶୁଣୁ ନ ଥିବାରୁ ରାଜ୍ୟ ସରକାରଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ତୁଟିବାରେ ଲାଗିଛି ବୋଲି ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଯାଜପୁରରୋଡ ସିଏଚସିର ସୁପରିଟେଣ୍ଡେଣ୍ଟ ସନ୍ତୋଷ କୁମାର ପୁଷ୍ଟିଙ୍କୁ ପଚାରିବାରେ, ଏହି ଡାକ୍ତରଖାନାର ବିଭିନ୍ନ ଆବଶ୍ୟକତା ସଂକ୍ରାନ୍ତରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଅର୍ବାନ ସିଏଚସି ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଆଗାମୀ ଦିନରେ ସ୍ବାସ୍ଥ୍ୟସେବାକୁ ଆହୁରି ଉନ୍ନତ କରିବାକୁ ଯୋଜନା ଚାଲିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri