ଯାଜପୁରରେ ହେବ ନାଟ୍ୟମଣ୍ଡପ: ସଂସ୍କୃତି ମନ୍ତ୍ରୀ ବ୍ୟାସସରୋବର ଉନ୍ନତୀକୁ ସବୁଜ ସଙ୍କେତ

ଯାଜପୁର ଅଫିସ, ୫।୬-ଯାଜପୁରରେ ଏକ ନାଟ୍ୟ ମଣ୍ଡପ କରାଯିବ ବୋଲି ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଗୁରୁବାର ସର୍କିଟ୍‌ ହାଉସ୍‌ଠାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ମନ୍ତ୍ରୀ ପାଣିଗ୍ରାହୀ ଯୋଗଦେଇ ନାଟ୍ୟମଣ୍ଡପ ଲାଗି ସ୍ଥାନ ଚୟନ କରିବାକୁ ଜିଲାପାଳଙ୍କୁ ପରାମର୍ଶ ଦେଇଥିଲେ। ପ୍ରାରମ୍ଭରେ ଜିଲାପାଳ ରଞ୍ଜନ କୁମାର ଦାସ ଜିଲାରେ ପର୍ଯ୍ୟଟନ ସ୍ଥିତି, କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ଓ ନିର୍ମାଣାଧୀନ ପ୍ରକଳ୍ପ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଏହାପରେ ମନ୍ତ୍ରୀ ପାଣିଗ୍ରାହୀ ବରାହ ମନ୍ଦିର ନିକଟରେ ପ୍ରସ୍ତୁତ ପର୍ଯ୍ୟଟନ ସଂଗ୍ରହାଳୟ ଓ ଅନ୍ୟାନ୍ୟ ନିର୍ମାଣାଧୀନ ପ୍ରକଳ୍ପ, ବାରୁଣୀ ମହାଶ୍ମଶାନ, ବୈତରଣୀ ତଟଦେଶରେ ନିର୍ମିତ ଦଶାଶ୍ୱମେଧ ଘାଟ, ବିରଜା ପାନ୍ଥଶାଳା, କୁସୁମା ହ୍ରଦକୁ ପରିଦର୍ଶନ କରିବା ସହ ତାହାର ନିର୍ମାଣ କାର୍ଯ୍ୟ ଓ ଉନ୍ନୟନ ବ୍ୟବସ୍ଥା ପାଇଁ ସମୀକ୍ଷା କରିଥିଲେ। ସେହିପରି ବ୍ୟାସନଗରସ୍ଥିତ ବ୍ୟାସ ସରୋବରର ସର୍ବାଙ୍ଗୀନ ଉନ୍ନତି ପାଇଁ ଜିଲାପାଳଙ୍କ ପ୍ରସ୍ତାବକୁ ମଧ୍ୟ ମନ୍ତ୍ରୀ ସବୁଜ ସଙ୍କେତ ପ୍ରଦାନ କରିଥିଲେ। ମନ୍ତ୍ରୀଙ୍କ ପରିଦର୍ଶନ ସମୟରେ ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି, ଉପ-ଜିଲାପାଳ ନାରାୟଣ ଚନ୍ଦ୍ର ଧଳ ପର୍ଯ୍ୟଟନ ବିଭାଗର ଅନ୍ୟାନ୍ୟ କର୍ମଚାରୀ ଓ ଓଟିଡିସିର ଇଞ୍ଜିନିୟର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଟାଗଲା ଗଛ, ଭଙ୍ଗାଯିବ ଘର, ଜବରଦଖଲକାରୀଙ୍କ ଚିନ୍ତା ବଢ଼ିଲା

ଧର୍ମଶାଳା,୧୦ା୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଶାନ୍ତିବଜାରଠାରୁ କାଏମା ପର୍ଯ୍ୟନ୍ତ ଅଟକି ରହିଥିବା ପ୍ରଶସ୍ତିକରଣ କାର୍ଯ୍ୟ ଦୀର୍ଘ ୨୭ମାସ ପରେ ଆରମ୍ଭ ହୋଇଛି। ଏହାକୁ ଚାରି…

ଯାଜପୁରରେ ଯୁବକଙ୍କୁ ଗୁଳିମାଡ଼, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ

ଯାଜପୁର ସଦର,୭।୪(ସମର ବିଜୟ ଶରଣ ): ଯାଜପୁର ଥାନା ଅନ୍ତର୍ଗତ କାଳୀମେଘା ନିକଟର ଫୁଟିଲା ଗୁଳି । ଏହି ଗୁଳିକାଣ୍ଡରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି ।…

ମେଡିକାଲ ଯାଇଥିଲେ ମା’ ବାପା: ଫେରିଲା ବେଳକୁ ୧୩ ବର୍ଷର ପୁଅକୁ ମାରି ଟାଙ୍ଗିଦେଇଛି…

କଳିଙ୍ଗନଗର,୪ା୪(ଶୁଭାଶିଷ ରାଉତ): ଯାଜପୁର ଜିଲା କଳିଙ୍ଗନଗର ଥାନା ଅନ୍ତର୍ଗତ ବାରାଖାଇ ଗ୍ରାମରେ ପୂର୍ବ ଶତ୍ରୁତାରୁ ଜଣେ ନାବାଳକଙ୍କୁ ଶୁକ୍ରବାର ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

କେନ୍ଦ୍ରୀୟ ମଣ୍ଡି ଖୋଲି ଆଜି ହିଁ ଧାନ କିଣନ୍ତୁ….ଦଣ୍ଡ ମାରି ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ପ୍ରତିବାଦ

ଯାଜପୁର,୩୦ା୩(ହର୍ଷବର୍ଦ୍ଧନ ବେହେରା): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଛି ।ଶତାଧିକ ଚାଷୀ ଟ୍ରାକ୍ଟର, ଅଟୋ ଇତ୍ୟାଦିରେ ଧାନ ବସ୍ତା ଲଦି ମେଡିକାଲ ଛକରୁ…

ଯାଜପୁରର ଆକର୍ଷଣ ପାଲଟିବ ୧୨୩ ଫୁଟ ଉଚ୍ଚର ଧ୍ୟାନମଗ୍ନ ଶିବ ମୂର୍ତ୍ତି

ଧର୍ମଶାଳା,୨୯ା୩(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲାର ପବିତ୍ର ବୈତରଣୀ ନଦୀକୂଳରେ ସୁଉଚ୍ଚ ଧ୍ୟାନମଗ୍ନ ଶିବ ମୂର୍ତ୍ତି ନିର୍ମାଣ କାର୍ଯ୍ୟ କେବେ ଶେଷ ହେବ ତାକୁ ନେଇ ପ୍ରଶ୍ନ ଉଠିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri