ଯାଜପୁରରେ ପତାକା ଉତ୍ତୋଳନ କଲେ ଗଣଶିକ୍ଷା ମନ୍ତ୍ରୀ

ଯାଜପୁର ଅଫିସ,୧୫।୮: ଯାଜପୁର ଜିଲାରେ ୭୩ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ନରସିଂହ ଚୌଧୁରୀ ମହାବିଦ୍ୟାଳୟର ଖେଳପଡ଼ିଆଠାରେ ଆୟୋଜିତ ସମାରୋହରେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ ସହ ସମ୍ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ। ମହାତ୍ମା ଗାନ୍ଧୀ ଓ ଅନ୍ୟ ସ୍ବାଧୀନତା ସଂଗ୍ରାମୀମାନଙ୍କର ମନ୍ତ୍ରୀ ସ୍ମୃତିଚାରଣ କରିଥିବା ବେଳେ ଯାଜପୁରର ଅବଦାନ ଚିରସ୍ମରଣୀୟ ବୋଲି କହିଥିଲେ। ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ପ୍ରତିଯୋଗିତାର କୃତୀ ଛାତ୍ରୀଛାତ୍ରଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। ପରେ ମନ୍ତ୍ରୀ ଡାକ୍ତରଖାନାର ରୋଗୀମାନଙ୍କୁ ଫଳ ବଣ୍ଟନ ସହିତ ଜେଲର ଅନ୍ତେବାସୀମାନଙ୍କୁ ଫଳ ଓ ମିଷ୍ଟାନ ବଣ୍ଟନ କରିଥିଲେ। ଶେଷରେ ସାଂସ୍କୃତକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।