Categories: ଖେଳ

ଯଶପ୍ରୀତ ବୁମରାହଙ୍କ ପ୍ରେମରେ ପଡିଛନ୍ତି ଏହି ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ଏବଂ କ୍ରିକେଟରଙ୍କ ପ୍ରେମ କାହାଣୀ ପୁରୁଣା। ଏମିତି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କ୍ରିକେଟରଙ୍କ ପ୍ରେମରେ ପଡିଛନ୍ତି। କିଛି ଅଭିନେତ୍ରୀ ପ୍ରେମ ପରେ ବିବାହ ବନ୍ଧନରେ ମଧ୍ୟ ବାନ୍ଧି ହୋଇଛନ୍ତି। ଏବେ ଆଉ ଜଣେ ଅଭିନେତ୍ରୀ ଭାରତର ଦ୍ରୁତ ବୋଲର ଯଶପ୍ରୀତ ବୁମରାହଙ୍କ ପ୍ରେମରେ ପଡିଛନ୍ତି। ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରାଶି ଖାନ୍ନା ଯଶପ୍ରୀତଙ୍କୁ ପ୍ରଶଂସା କରିଛନ୍ତି। ଏକ ସାକ୍ଷାତକାରରେ ସେ ଯଶପ୍ରୀତ ବୁମରାହଙ୍କ ଜଣେ ବଡ଼ ଫ୍ୟାନ ଏବଂ ତାଙ୍କ ବୋଲିଂ ତାଙ୍କୁ ପ୍ରଭାବିତ କରିଥିବା ରାଶି କହିଛନ୍ତି। ବୁମରାହ ଖେଳୁଥିବା ଗୋଟିଏ ମ୍ୟାଚ୍‌ ଦେଖିବାକୁ ଭୁଲି ନ ଥାଏ ବୋଲି ସେ କହିଛନ୍ତି। ରାଶିଙ୍କ ଏହି ମନ୍ତବ୍ୟ ପରେ ସେ ବୁମରାହଙ୍କ ପ୍ରେମରେ ପଡିଥିବା ନେଇ ଚର୍ଚ୍ଚା ହେଉଛି।

Share