ଯବାନଙ୍କ ପାଇଁ ରୁଟି ପ୍ରସ୍ତୁତ କଲେ ବିକି କୌଶଲ

ଅଭିନେତା ବିକି କୌଶଲ ଭାରତୀୟ ଯବାନଙ୍କ ପାଇଁ ରୁଟି ପ୍ରସ୍ତୁତ କରିଛନ୍ତି। ଭାରତ-ଚାଇନା ବର୍ଡରରେ ଗସ୍ତ କରି ସୋସିଆଲ ମିଡିଆରେ ଫଟୋ ଶେୟାର୍‌ କରିଛନ୍ତି ବିକି। ୧୪ ହଜାର ଫୁଟ୍‌ ଉଚ୍ଚରେ କାର୍ଯ୍ୟରତ ଯବାନଙ୍କୁ ଭେଟି ମେସାନଙ୍କୁ ରୁଟି ପ୍ରସ୍ତୁତ କରି ଖୁଆଇଛନ୍ତି। ଜୀବନରେ ପ୍ରଥମଥର ପାଇଁ ରୁଟି ପ୍ରସ୍ତୁତ କରିଛି। ଗର୍ବର ବଷୟ ହେଉଛି, ଏହି ରୁଟି ଯବାନମାନେ ଖାଇଛନ୍ତି ବୋଲି ବିକି କହିଛନ୍ତି। ପାକିସ୍ତାନ ଉପରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକୁ ନେଇ ନିର୍ମିତ ହୋଇଥିବା ଫିଲ୍ମ ‘ଉରି’ରେ ଅଭିନୟ କରି ବେଶ୍‌ ପ୍ରଶଂସିତ ହୋଇଥିଲେ ବିକି କୌଶଲ। ଫିଲ୍ଡ ମାର୍ଶଲ ଶ୍ୟାମ ମ୍ୟାନେକଶଙ୍କ ବାୟୋପିକ୍‌ରେ ମଧ୍ୟ ସେ ନଜର ଆସିବେ।

Share