ଯନ୍ତ୍ରୀମାନଙ୍କ ବଦଳି ପାଇଁ ଜାରି ହେଲା ନୂଆ ସଂକଳ୍ପପତ୍ର

ଭୁବନେଶ୍ୱର,୨୫-୯(ବ୍ୟୁରୋ):ଓଡ଼ିଶା ଯନ୍ତ୍ରୀ ସେବା(ଓଇଏସ୍‌) ଏବଂ ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର୍ସ ସର୍ଭିସ(ଓଡିଇଏସ୍‌) କ୍ୟାଡରମାନଙ୍କ ବଦଳି ପାଇଁ ଏକ ଅନ୍ତରୀଣ ସଂକଳ୍ପପତ୍ର ଜାରି କରାଯାଇଛି। ପୂର୍ତ୍ତ ବିଭାଗ ପକ୍ଷରୁ ମଙ୍ଗଳବାର ଏହା ପ୍ରକାଶ ପାଇଛି। ଯନ୍ତ୍ରୀମାନଙ୍କ ବଦଳି ପାଇଁ ମୁଖ୍ୟତଃ ୮ ଦିଗ ଉପରେ ଗୁରୁତ୍ୱ ଦିଆଯାଇଛି।
ପ୍ରଥମତଃ ବଦଳି ପ୍ରଶାସନିକ କିମ୍ବା ବ୍ୟକ୍ତିଗତ ଦୃଷ୍ଟିକୋଣରୁ କରାଯିବ। ପ୍ରଶାସନିକ ବଦଳି ପାଇଁ ତୃଣମୂଳ ଏଷ୍ଟାବ୍ଲିସର ଆବଶ୍ୟକତା ମଧ୍ୟ ରହିଥିବା ଆବଶ୍ୟକ। ବ୍ୟକ୍ତିଗତ କାରଣ ମଧ୍ୟରେ ସ୍ବାସ୍ଥ୍ୟଗତ ଓ ଅନ୍ୟାନ୍ୟ ଦିଗକୁ ମଧ୍ୟ ବିଚାର କରାଯିବ। ଗୋଟିଏ ନିର୍ଦ୍ଦିଷ୍ଟ ପଦ ବା କାର୍ଯ୍ୟାଳୟରେ ୩ ବର୍ଷ ଅବଧି ପୂର୍ଣ୍ଣ କରିଥିଲେ, ସାଧାରଣଭାବେ ବଦଳି ହେବେ। ସେହିପରି କୌଣସି ଅଧିକାରୀ ଗୋଟିଏ ସ୍ଥାନ ଅଥବା କାର୍ଯ୍ୟାଳୟରେ ୫ ବର୍ଷରୁ ଅଧିକ କାର୍ଯ୍ୟ କରିବା ପାଇଁ ଦିଆଯିବ ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫’ଟି ମନ୍ତ୍ରକୁ ଆଧାର କରି ଏପରି ନିଷ୍ପତ୍ତି ନିଆଯାଇଛି। ନିର୍ମାଣ ବିଭାଗରେ ସ୍ବଚ୍ଛତା ସହ ବଦଳିରେ ସଂସ୍କାର ପାଇଁ ଏପରି କରାଯାଉଥିବା ଜଣାପଡିଛି। ଓଡ଼ିଶା ଯନ୍ତ୍ରୀ ସେବା(ଓଇଏସ୍‌) କ୍ୟାଡରମାନେ ନିର୍ଦ୍ଦିଷ୍ଟ ରାଜସ୍ବ ଜିଲାରେ ୧୦ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିପାରିବେ ନାହଁି। ସେହିପରି ଏହି ନିୟମ ଓଡିଇଏସ୍‌ କ୍ଷେତ୍ରରେ ୧୫ ବର୍ଷ ପର୍ଯ୍ୟନ୍ତ କୋହଳ କରାଯାଇଛି। ଓଇଏସ୍‌ କ୍ୟାଡର ନିଜ ଜିଲାରେ ଏବଂ ଓଡିଇଏସ୍‌ ଯନ୍ତ୍ରୀ ନିଜସ୍ବ ସବ୍‌ଡିଭିଜନରେ ନିୟୋଜିତ ହେବେ ନାହିଁ। ସେହିଭଳି କୌଣସି ଯନ୍ତ୍ରୀଙ୍କ କ୍ଷେତ୍ରରେ ପେନସନ୍‌ ଲାଗୁ ହେବାର ୨ ବର୍ଷ ପୂର୍ବରୁ ପ୍ରଶାସନିକ/ସ୍ବାସ୍ଥ୍ୟଗତ କାରଣ ବ୍ୟତୀତ ଅନ୍ୟ କୌଣସି କାରଣରୁ ବଦଳି ହୋଇ ପାରିବେ ନାହିଁ। କେତେକ ବିଶେଷ କ୍ଷେତ୍ରରେ ଏସବୁ ନିୟମରେ କୋହଳ ବ୍ୟବସ୍ଥା କରାଯାଇଛି। କେତେକ କ୍ଷେତ୍ରରେ ଯନ୍ତ୍ରୀଙ୍କ ସ୍ତ୍ରୀ ଓ ଅନ୍ୟ ନିର୍ଭରଶୀଳ ସଦସ୍ୟଙ୍କ କଥା ମଧ୍ୟ ବିଚାରକୁ ନିଆଯିବ। ନିର୍ମାଣ ବିଭାଗ ଯନ୍ତ୍ରୀ ଅନ୍ୟ କୌଣସି ବିଭାଗ ତଥା ସଂସ୍ଥାରେ ୧୦ ବର୍ଷ କାର୍ଯ୍ୟ କରିସାରିଥିଲେ, ତାଙ୍କୁ ବିଭାଗକୁ ଫେରାଇ ଅଣାଯିବ। ସେହିପରି ଯନ୍ତ୍ରୀସ୍ତରରେ ବଦଳି ପାଇଁ ଇଞ୍ଜିନିୟର୍ସ ଏଷ୍ଟାବ୍ଲିସମେଣ୍ଟ (ଇଇସି) ଗଠନ କରାଯାଇଛି।
କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତଥା ଏହାର ଉପର ପାହ୍ୟା ଅଧିକାରୀଙ୍କ ବଦଳି ପାଇଁ ଏକ ୫ ଜଣିଆ କମିଟି ଗଠନ କରାଯାଇଛି। ନିର୍ମାଣ କମିଶନର ତଥା ସଚିବ ଏହାର ଅଧ୍ୟକ୍ଷ ରହିବେ। ସେହିପରି ଜଣେ ଇଆଇସି(ସିଭିଲ), ଇଆଇସି(ଆର.ଡି), ମୁଖ୍ୟ ଯନ୍ତ୍ରୀ(ଏନ୍‌.ଏଚ୍‌) ଏବଂ ଜଣେ ଅତିରିକ୍ତ ଶାସନ ସଚିବ ସଂଯୋଜକ ରହିବେ। ଉପ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ଡିଇଇ) ଏବଂ ଅତିରିକ୍ତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ(ଏଇଏସ୍‌)ସ୍ତରର ବଦଳି ପାଇଁ ଅତିରିକ୍ତ ସଚିବ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ଏଥିରେ ମୁଖ୍ୟ ଯନ୍ତ୍ରୀ(ଡିପିଆଇ ଏବଂ ରାସ୍ତା), ମୁଖ୍ୟଯନ୍ତ୍ରୀ(ଡବ୍ଲ୍ୟୁବିପି) ଏବଂ ମୁଖ୍ୟଯନ୍ତ୍ରୀ(ବିଲ୍ଡିଂ) ସଦସ୍ୟ ରହିବେ। ଅନୁରୂପଭାବେ ସହାୟକ ଯନ୍ତ୍ରୀ(ଏ.ଇ) ଏବଂ କନିଷ୍ଠ ଯନ୍ତ୍ରୀ(ଜେ.ଇ)ଙ୍କ ବଦଳି ସମ୍ପର୍କିତ କମିଟିରେ ଇଆଇସି(ସିଭିଲ) ଅଧ୍ୟକ୍ଷ ରହିଛନ୍ତି। ସେହିପରି ମୁଖ୍ୟଯନ୍ତ୍ରୀ(ବିଲ୍ଡିଂ), ମୁଖ୍ୟଯନ୍ତ୍ରୀ(ଡିପିଆଇ ଏଣ୍ଡ ରୋଡ୍ସ) ଏବଂ ମୁଖ୍ୟଯନ୍ତ୍ରୀ(ପ୍ରକଳ୍ପ) ସଦସ୍ୟ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ସୁଧୀରଙ୍କୁ ମନୋନୀତ କଲେ ନବୀନ

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ ଜନତା ଦଳ ନଗର ସଭାପତି ଭାବେ ସୁଧୀର କୁମାର ପାଢ଼ୀଙ୍କୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ମନୋନୀତ…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

ଚୌଦ୍ଵାର ଜେଲର ବିବାଦୀୟ ଜେଲର ସନ୍ତୋଷିନୀ ଦାଶ ସସ୍‌ପେଣ୍ଡ୍‌

କଟକ,୧୯ା୨: କର୍ତ୍ତବ୍ୟରେ ଅବହେଳା ପାଇଁ ଶେଷରେ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି ବିବାଦୀୟ ଜେଲର ସନ୍ତୋଷିନୀ ଦାଶ। କଣ୍ଟାବାଞ୍ଜି ଉପକାରାଗାରର ଜେଲର-କମ-ସୁପରିଣ୍ଟେଣ୍ଡେଣ୍ଟ ସନ୍ତୋଷିନୀ ଦାଶଙ୍କୁ ନିଲମ୍ବନ କରାଯାଇଛି। ଚୌଦ୍ୱାରରୁ…

ଜଙ୍ଗଲରୁ ମିଳିଲା ହାତୀ ଶାବକର ମୃତଦେହ

ମୋରଡା,୧୯।୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରୁ ବନବିଭାଗ ଗୁରୁବାର ଏକ ଶାବକ ହାତୀର ଗଳିତ ମୃତଦେହ ଜବତ କରିଛି। ହେଲେ ଶାବକ ମୃତ୍ୟୁର କାରଣ…

ନିଜ ପୁଅକୁ ତାରିକ ରହମାନଙ୍କ ପାଖକୁ ପଠାଇ ଦେଲେ ଏହି ଦେଶର ରାଷ୍ଟ୍ରପତି, କାହିଁକି ବଢିଲା ଭାରତର ଟେନସନ? ଜାଣନ୍ତୁ…

ଢାକା,୧୯।୨: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଅଧ୍ୟକ୍ଷ ତାରିକ ରହମାନ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବାର କିଛି ସମୟ ପରେ ତୁର୍କୀ ରାଷ୍ଟ୍ରପତି ରେସେପ ତାୟିପ…

ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଆଇଡି କାର୍ଡ ବାଧ୍ୟତାମୂଳକ; ନ ହେଲେ ବାନ୍ଧିବ ପୋଲିସ

ଭୁବନେଶ୍ୱର,୧୯।୨: ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାମ୍ପସର ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ କଠୋର ନିର୍ଦ୍ଦେଶନାମା ଜାରି କରିଛନ୍ତି। ବର୍ତ୍ତମାନଠାରୁ ବିଶ୍ୱବିଦ୍ୟାଳୟ ପରିସରରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ନାରେ AI ମହାରଥିଙ୍କ ମଧ୍ୟରେ କୋଲ୍ଡ ଓ୍ବାର…, କମ୍ପିଟିଟର୍ସ ପରସ୍ପରକୁ ଦେଖି…

ନୂଆଦିଲ୍ଲୀ,୧୯।୨: ଗୁରୁବାର (୧୯ ଫେବୃଆରୀ, ୨୦୨୬) ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬ରେ ଏକ ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଯେତେବେଳେ ଭାରତ ଏବଂ ବିଦେଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri