ମୟୂରଭଞ୍ଜ ଜିଲା ପରିଷଦ ବୈଠକରେ ହଟ୍ଟଗୋଳ

ବାରିପଦା ଅଫିସ,୨୧।୮- ମୟୂରଭଞ୍ଜ ଜିଲା ପରିଷଦର ଅଷ୍ଟମ ବୈଠକ ମଙ୍ଗଳବାର ବାରିପଦା ମୁର୍ଗାବାଡି ସ୍ଥିତ ପ୍ରୟାସ ସମ୍ମିଳନୀ କକ୍ଷରେ ହଟ୍ଟଗୋଳ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ବିନିତ ଭରଦ୍ୱାଜ ଏଥିରେ ଅଧ୍ୟକ୍ଷତା କରିଥିଲେ। ପରିଷଦର ଅଧ୍ୟକ୍ଷା ସୁଜାତା ମୁର୍ମୁଙ୍କ ପରିଚାଳନାରେ ଅନୁଷ୍ଠିତ ବୈଠକ ଆରମ୍ଭ ହେବାପରେ ବୈଠକ ସମ୍ପର୍କରେ ସୂଚନା ଦିଆ ନ ଯିବା ନେଇ ନିର୍ବାଚିତ ପ୍ରତିନିଧିମାନେ ହଟ୍ଟଗୋଳ କରିଥିଲେ। ୧୫ ଦିନ ପୂର୍ବରୁ ବୈଠକ ହେବା ନେଇ ତାରିଖ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଦିନକ ଆଗରୁ ସେମାନଙ୍କୁ ସୂଚନା ଦିଆ ଯାଇଥିଲା। ଅର୍ଡିିନାରୀ ଡାକ ଯୋଗେ ଚିଠି ପଠାଯାଇଥିବାରୁ ବିଳମ୍ବ ହୋଇଥିବା ଜିଲାପାଳ ଭରଦ୍ୱାଜ ସଫେଇ ଦେଇ ଆଗକୁ ରେଜିଷ୍ଟ୍ରି ପୋଷ୍ଟ ଦ୍ୱାରା ପଠାଯିବ ବୋଲି ସେ କହିଥିଲେ। ବୈଠକରେ ଜିଲାର ସ୍ବାସ୍ଥ୍ୟ ବିଭାଗ ସମସ୍ୟା ନେଇ ସରଗରମ ଆଲୋଚନା ହୋଇଥିଲା। ଜିଲାର ବିଭିନ୍ନ ଚିକିତ୍ସାଳୟ ଓ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଡାକ୍ତର ଓ କର୍ମଚାରୀ ଅଭାବ ଓ ପରିଚାଳନାଗତ ସମସ୍ୟାର ପ୍ରତିକାର ହେଉ ନ ଥିବାରୁ ନିର୍ବାଚିତ ପ୍ରତିନିଧିମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଉଲ୍ଲେଖ ଯୋଗ୍ୟ ଯେ, ଜିଲାର ୪୦୭ଟି ଡାକ୍ତର ପଦବୀ ମଧ୍ୟରୁ କେବଳ ୨୧୧ ଜଣ ଡାକ୍ତର ଅଛନ୍ତି। ୧୯୬ଟି ପଦବୀ ଖାଲିରହିଛି। ସେହିପରି ପାରାମେଡିକାଲ କର୍ମଚାରୀ ପଦବୀ ମଧ୍ୟ ଖାଲି ପଡିଛି। ଏ ସବୁ ସମସ୍ୟାର ପ୍ରତିକାର ପାଇଁ ଜିଲା ପ୍ରଶାସନ ପଦକ୍ଷେପ ନେଉଥିବା ଜିଲାପାଳ ଭରଦ୍ୱାଜ କହିଥିଲେ। ବହୁ ବିଦ୍ୟାଳୟରେ ଶିକ୍ଷକ ପଦବୀ ଖାଲି ଥିବାରୁ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଥିବା, ଛାତ୍ରୀଛାତ୍ରମାନେ ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ହେଉଥିବା ସଭ୍ୟମାନେ ଅଭିଯୋଗ କରିଥିଲେ। ଜିଲା ଶିକ୍ଷା ଅଧିକାରୀ ଧ୍ରୁବଚରଣ ବେହେରା ଆବଶ୍ୟକ ତଥ୍ୟ ଦେଇ ନ ଥିବାରୁ ଜିଲାପାଳ ତାଗିଦ କରିଥିଲେ। ସାଧାରଣ ବଣ୍ଟନ ବ୍ୟବସ୍ଥା, କୃଷି ଓ ଉଦ୍ୟାନ, ଜଳ ବିଭାଜିକା ମିଶନ, ଜଳ ସେଚନ ଓ ଉଠା ଜଳସେଚନ, ରାସ୍ତା ଓ ଗୃହ ବିଭାଗ, ଗ୍ରାମ୍ୟ ଉନ୍ନୟନ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ଜିଲା ସମାଜ ମଙ୍ଗଳ ବିଭାଗ, ଆଦିବାସୀ ଓ ହରିଜନ କଲ୍ୟାଣ, ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ଚାଷ, ବିଦ୍ୟୁତ୍‌, ଗୋପବନ୍ଧୁ ଗ୍ରାମୀଣ ଯୋଜନା ସମ୍ପର୍କରେ ବେଢଂକରେ ଆଲୋଚନା ହୋଇଥିଲା । ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଓଡ଼ିଶା ଜୀବିକା ମିଶନ, ଜିଲା ପଞ୍ଚାୟତ ସମିତି ଖର୍ଚ୍ଚ, ଗରିବ ସହାୟତା ପାଣ୍ଠି, ଡିଭୋଲ୍ୟୁଶନ ଫଣ୍ଡ, ରାସ୍ତା ମରାମତି ଓ ଉନ୍ନତୀକରଣ ନିମନ୍ତେ ମୋଟର ଯାନ କରରୁ ସଂଗୃହୀତ ଅର୍ଥରୁ ବ୍ୟୟ ଆଦି ବିଷୟ ମଧ୍ୟ ଆଲୋଚନାରେ ସ୍ଥାନ ପାଇଥିଲା। ସେହିପରି ଯୋଜନା, ଅର୍ଥ, ଦାରିଦ୍ର୍ୟ ଦୂରୀକରଣ ଓ ସମନ୍ବୟ ସ୍ଥାୟୀ କମିଟି, କୃଷି, ମୃତ୍ତିିକା ସଂରକ୍ଷଣ, ଉଦ୍ୟାନ କୃଷି, ଜଳଛାୟା ବିକାଶ, ମତ୍ସ୍ୟ ଓ ପଶୁ ପାଳନ ସ୍ଥାୟୀ କମିଟି, ନିର୍ମାଣ, ଜଳସେଚନ, ବିଦ୍ୟୁତ୍‌ ଶକ୍ତି, ପାନୀୟ ଜଳ ଯୋଗାଣ, ଗ୍ରାମ୍ୟ ପରିମଳ ସ୍ଥାୟୀ କମିଟି, ସ୍ବାସ୍ଥ୍ୟ, ସମାଜ ମଙ୍ଗଳ, ମହିଳା ଓ ଶିଶୁ କଲ୍ୟାଣ ସ୍ଥାୟୀ କମିଟି, ସାଧାରଣ ବଣ୍ଟନ, ଦୁର୍ବଳ ଶ୍ରେଣୀର ବିକାଶ, ଜଙ୍ଗଲ, ଜାଳେଣି ଓ ଘାସ ଚାଷ ସ୍ଥାୟୀ କମିଟି, ହସ୍ତଶିଳ୍ପ, କୁଟୀର ଶିଳ୍ପ, ଖଦି ଓ ଗ୍ରାମ୍ୟ ଶିଳ୍ପ, ଗ୍ରାମାଞ୍ଚଳ ଗୃହ ନିର୍ମାଣ ସ୍ଥାୟୀ କମିଟି ଏବଂ ଶିକ୍ଷା, କ୍ରୀଡା ଓ ସଂସ୍କୃତି ସ୍ଥାୟୀ କମିଟି ଆଦି ମୋଟ ୭ଟି ଜିଲା ପରିଷଦ ସ୍ଥାୟୀ କମିଟିର ପୁନର୍ଗଠନ କରାଯାଇଥିଲା। ବୈଠକରେ ରାଜସ୍ବ ଓ ପରିଚାଳନା ବିଭାଗ ମନ୍ତ୍ରୀ ସୁଦାମ ମାରାଣ୍ଡି, ରାଜ୍ୟ ସଭା ସଦସ୍ୟା ସରୋଜିନୀ ହେମ୍ବ୍ରମ, ମୟୂରଭଞ୍ଜ ଏମପି ଇଂ.ବିଶେଶ୍ୱର ଟୁଡୁ, କେନ୍ଦୁଝର ଏମପି ଚନ୍ଦ୍ରାଣି ମୁର୍ମୁ, ମୋରଡା ବିଧାୟକ ରାଜକିଶୋର ଦାସ, ଉଦଳା ବିଧାୟକ ଭାସ୍କର ମଢ଼େଇ, ବଡସାହି ବିଧାୟକ ସନାତନ ବିଜୁଳି, କରଞ୍ଜିଆ ବିଧାୟକ ବାସନ୍ତୀ ହେମ୍ବ୍ରମ, ସାରସକଣା ବିଧାୟକ ଡା.ବୁଢ଼ାନ ମୁର୍ମୁ, ରାଇରଙ୍ଗପୁର ବିଧାୟକ ନବଚରଣ ମାଝି, ଯଶିିପୁର ବିଧାୟକ ଗଣେଶ ରାମସିଂ ଖୁଣ୍ଟିଆ, ଜିଲା ପରିଷଦ ଉପାଧ୍ୟକ୍ଷ ନରେନ୍ଦ୍ର ସାହୁ ଓ ପିଡି ଡିଆରଡିଏ ତୁଷାରକାନ୍ତିି ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ। ଜିଲା ପରିଷଦର ସମସ୍ତ ସଭ୍ୟାସଭ୍ୟ, ବ୍ଲକ ଅଧ୍ୟକ୍ଷାଅଧ୍ୟକ୍ଷ ଓ ଜିଲାସ୍ତରୀୟ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri