ମ୍ୟାଲେରିଆରେ ଶହେ ୬ ଦେଶର ୩ ଶହ ୩୦ କୋଟି ଲୋକ ପ୍ରଭାବିତ: ଆଫ୍ରିକାରେ ଅଧିକ

ଜେନେଭା, ୨୪।୪: ମ୍ୟାଲେରିଆରେ ପୃଥିବୀର ଶହେ ୬ଟି ଦେଶର ୩ ଶହ ୩୦ କୋଟି ଲୋକ ପ୍ରଭାବିତ ହେଉଛନ୍ତି। ଏନେଇ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ଏହି ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଏପ୍ରିଲ୍‌ ୨୫କୁ ବିଶ୍ୱ ମ୍ୟାଲେରିଆ ଦିବସ ଭାବେ ପାଳନ କରାଯାଇଥାଏ। ୨୦୧୨ରେ ଏହି ରୋଗରେ ୬ ଲକ୍ଷ ୨୭ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ଆଫ୍ରିକାର ଅଧିକ ଶିଶୁ ରହିଥିଲେ। ଏହା ଦ୍ୱାରା ଲାଟିନ୍‌ ଆମେରିକା, ମଧ୍ୟପ୍ରାଚ୍ୟ ଏବଂ ୟୁରୋପର ଅଧିକାଂଶ ଲୋକ ଆକ୍ରାନ୍ତ ହୋଇଥାନ୍ତି। ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ। ୨୦୧୫ରେ ୪ ଲକ୍ଷ ୨୯ ହଜାର ଲୋକଙ୍କ ମୃତ୍ୟୁ ଏହି ରୋଗରେ ହୋଇଥିଲା। ଏହା ସହିତ ଏହି ବର୍ଷ ନୂଆ କରି ୨ଶହ ୧୨ ନିୟୁତ ଲୋକ ଏଥିରେ ଆକ୍ରାନ୍ତ ହୋଇଥିଲେ। ଏହାର ନିରାକରଣ ପାଇଁ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ସ୍ବତନ୍ତ୍ର ଉଦ୍ୟମ ଆରମ୍ଭ ହୋଇଛି।

Share