ମ୍ୟାନ ଭର୍ସେସ ଓ୍ବାଇଲ୍ଡ: ବିୟର ଗ୍ରିଲସ୍‌ଙ୍କ ସହ ନଜର ଆସିଲା ରଜନୀକାନ୍ତଙ୍କ ମୋଶନ ପୋଷ୍ଟର

ନୂଆଦିଲ୍ଲୀ,୨୦।୨: ଡିସକଭରି ଚ୍ୟାନେଲରେ ପ୍ରସାରିତ ହେବାକୁ ଥିବା ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କର ଶୋ’ ମ୍ୟାନ ଭର୍ସେସ ଓ୍ବାଇଲ୍ଡର ମୋଶନ ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରଥମଥର ଆସିଥିବା ଏହି ମୋଶନ ପୋଷ୍ଟର ଦେଖିବା ପରେ ଦର୍ଶକେ ଏହାର ପ୍ରସାରଣକୁ ଅପେକ୍ଷା ରଖିଛନ୍ତି। ତେବେ ରଜନୀକାନ୍ତଙ୍କ ପରେ ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ମଧ୍ୟ ମ୍ୟାନ ଭର୍ସେସ ଓ୍ବାଇଲ୍ଡ ପାଇଁ ଶୁଟିଂ କରି ସାରିଛନ୍ତି। ଏହା ପୂର୍ବରୁ ପ୍ରଥମ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମ୍ୟାନ ଭର୍ସେସ୍‌ ଓ୍ବାଇଲ୍ଡରେ ଆସିଥିବା ବେଳେ ଏହି ଶୋ’କୁ ଦେଖିବାକୁ ବିଶ୍ୱବାସୀ ଏକ ପ୍ରକାର ଅପେକ୍ଷା ରଖିଥିଲେ।

Share