Categories: ଖେଳ

ମ୍ୟାଚ ଚାଲିଥିବାବେଳେ ପଡିଆରେ ପଶିଲା କୁକୁର, ଡରିଗଲେ ଖେଳାଳି

ଚେନ୍ନାଇ, ୧୫।୧୨: ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଚେନ୍ନାଇରେ ପ୍ରଥମ ଏକଦିବସୀୟ ମ୍ୟାଚ୍‌ ଖେଲାଯାଉଛି। ଏହି ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମେ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରୁଥିବା ବେଳେ ମ୍ୟାଚ୍‌ ମଝିରେ ପଡିଆକୁ ଏକ କୁକୁର ପଶିଆସିଥିଲା। ଏହାଦେଖି ଖେଳାଳିମାନେ ଡରିଯାଇଥିଲେ। ୨୬ ଓଭର ଚାଲିଥିବାବେଳେ ଅଚାନକ କୁକୁରଟି ପଡିଆ ଭିତରକୁ ପଶିଆସୁଥିବାବେଳେ ଉଭୟ ଦଳର ଖେଳାଳି ଏବଂ ଅମ୍ପାୟାର ଭୟଭୀତ ହୋଇଯାଇଥିଲେ। ଗ୍ରାଉଣ୍ଡ ଷ୍ଟାଫ୍‌ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ଖେଲାଳିମାନେ କୁକୁରକୁ ଯେତେବେ ଘଉଡାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଯାଇ ନ ଥିଲା। ଫଳରେ ମ୍ୟାଚ୍‌ କିଛି ସମୟ ବାଧାପ୍ରାପ୍ତ ହୋଇଥିଲା। କିଛି ସମୟ ପରେ କୁକୁରଟି ନିଜ ମନକୁ ପଡିଆକୁ ବାହାରକୁ ଚାଲିଯାଇଥିଲା।

Share