Categories: ଖେଳ

ମ୍ୟାଚ୍‌ ବ୍ରେକ୍‌ ସମୟରେ ସନ୍ତାନକୁ ସ୍ତନ୍ୟପାନ କରାଇଲେ ଏହି ଖେଳାଳି

ଗୁଆହାଟି,୧୧।୧୨: ମିଜୋରାମର ଜଣେ ମହିଳା ଭଲିବଲ୍‌ ଖେଳାଳିଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋରେ ସେ ୭ ମାସର ସନ୍ତାନଙ୍କୁ ସ୍ତନ୍ୟପାନ କରୁଥିବାର ଦେଖାଯାଇଛି। ଲାଲଭେଣ୍ଟଲୁଆଙ୍ଗି ଜଣେ ଭଲିଭଲ୍‌ ଖେଳାଳି। ସେ ଭଲିଭଲ ଟ୍ରେନିଂ ମ୍ୟାଚ୍‌ ଖେଳୁଥିବାବେଳେ ବ୍ରେକ୍‌ ସମୟରେ ସ୍ତନ୍ୟପାନ କରାଇଥିଲେ। ସୋସିଆଲ ମିଡିଆରେ ଲାଲଭେଣ୍ଟଲୁଆଙ୍ଗିଙ୍କ ଫଟୋ ଭାଇରାଲ ହେବା ପରେ ତାଙ୍କୁ ୟୁଜର୍ସ ବେଶ୍‌ ପ୍ରଶଂସା କରିଛନ୍ତି। କେହି କେହି ତାଙ୍କୁ ସୁପର୍‌ ମମ୍‌ ଏବଂ ସୁପର୍‌ ଓମେନ୍‌ ଆଖ୍ୟା ଦେଇଛନ୍ତି। ଏପରିକି ମିଜୋରାମ ଖେଳ ମନ୍ତ୍ରୀ ମଧ୍ୟ ଲାଲଭେଣ୍ଟଲୁଆଙ୍ଗିଙ୍କୁ ସାଲ୍ୟୁଟ୍‌ କରିଛନ୍ତି। ଏବଂ ତାଙ୍କୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।

Share