Categories: ଖେଳ

ମ୍ୟାଚ୍‌ ଚାଲିଥିବାବେଳେ ଭାରତୀୟ କ୍ରିକେଟରଙ୍କୁ ଆସିଲା ହୃଦ୍‌ଘାତ, ଡାକ୍ତରଖାନା ନେବା ବାଟରେ ଚାଲିଗଲା ଜୀବନ

ଅଗରତାଲା,୪।୧୨: କ୍ରିକେଟ ପଡିଆରେ ଅଘଟଣ ଘଟିବା ନୂଆ କଥା ନୁହେଁ। ପୂର୍ବରୁ ମଧ୍ୟ ଅନେକ ଖେଳାଳିଙ୍କ ଶରୀରରେ ବଲ୍‌ ବାଜି ମୃତ୍ୟୁ ଘଟିଛି। ତ୍ରିପୁରାର ରାଜଧାନୀ ଅଗରତାଲାରେ ହୃଦଘାତରେ ଜଣେ କ୍ରିକେଟରଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ମିଥୁନ ଦେବବର୍ମନ। ସେ ତ୍ରିପୁରା ପକ୍ଷରୁ ଅଣ୍ଡର-୨୩ ଦଳ ପାଇଁ ଖେଳୁଥିଲେ। ସୂଚନାଯୋଗ୍ୟ, ମଙ୍ଗଳବାର ଅଗରତାଲାର ମହାରାଜା ବୀର ବିକ୍ରମ କ୍ରିକେଟ ଷ୍ଟାଡିୟମରେ ଏକ ଅଭ୍ୟାସ ମ୍ୟାଚ୍‌ ଚାଲିଥିଲା। ଏହି ମ୍ୟାଚରେ ମିଥୁନ ଦେବବର୍ମା ଖେଳୁଥିଲେ। ହଠାତ୍‌ ସେ ଫିଲ୍ଡିଂ କରୁଥିବାବେଳେ ଅଚାନକ ପଡିଆରେ ପଡିଯାଇଥିଲେ। ତାଙ୍କୁ ସାଥୀ ଖେଲାଳିମାନେ ତୁରନ୍ତ ଆମ୍ବୁଲାନ୍ସ ଡାକି ସ୍ଥାନୀୟ ଇନ୍ଦିରା ଗାନ୍ଧୀ ମେମୋରିଆଲ ହସ୍ପିଟାଇ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି।

Share